ରଥଖଳା:ରଥ ନିର୍ମାଣ କାର୍ଯ୍ୟ ସପ୍ତମ ଦିବସ- ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନିରଥ ମୋଟ ୪୨ ଗୋଟି ତୁମ୍ବ ର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି

0
288

By Our Correspondent

PURI/BHUBANESWAR:     ଆଜି ରଥ ନିର୍ମାଣର ସପ୍ତମ ଦିନରେ ରଥ ନିର୍ମାଣକାରୀ ବୃନ୍ଦ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥଖଳା ଠାରେ ଉପସ୍ଥିତ ହୋଇ ଦୈନଦିନ ପ୍ରକାରେ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ .

ଗତକାଲି ତିନିରଥ ର ମୁଖ୍ୟ ମହାରଣାଙ୍କ ଦ୍ଵାରା ତୁମ୍ବ ବିନ୍ଧ ଅନୁକୂଳ ପୂଜା ପରେ ତୁମ୍ବ ଗୁଡିକରେ ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇ ତିନି ରଥର ୫୦ ଭାଗ ତୁମ୍ବ ଗୁଡ଼ିକରେ ବିନ୍ଧ କାର୍ଯ୍ୟ ଶେଷ ହୋଇଥିଲା.

ଆଜି ସପ୍ତମ ଦିନରେ ତିନିରଥ ଚାଳି ମହାରଣା ସେବକମାନେ ତୁମ୍ବ ଗୁଡ଼ିକରେ ବିନ୍ଧ କାର୍ଯ୍ୟ ଜାରୀ ରଖିଛନ୍ତି, ଆଜିର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନିରଥ ମୋଟ ୪୨ ଗୋଟି ତୁମ୍ବ ର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଆସନ୍ତାକାଲି ତୁମ୍ବ ବିନ୍ଧ ଗୁଡ଼ିକର ସଂଶୋଧନ କାର୍ଯ୍ୟ ସହ ତୁମ୍ବ ବିନ୍ଧରେ ଅର  କଣ୍ଟା ବସିବା ପାଇଁ ଅଗର ବିନ୍ଧ କରାଯିବ ବୋଲି ତିନିରଥ ମୁଖ୍ୟ ମହାରଣା ମାନେ ସୂଚନା ଦେଇଛନ୍ତି।  ଏଥିସହ ଆଜି କରତୀ ମହାରଣା ସେବକ ମାନେ ଆଉ ୪ ଗୋଟି ତୁମ୍ବ ର ଘେରକଟା କାର୍ଯ୍ୟ ଶେଷ କରିଛନ୍ତି।

ଦୋଳବେଦୀ ଅସ୍ଥାୟୀ କମାର ଶାଳ- ଆଜି ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନିରଥ ଓଝା କମାର ସେବକ ମାନେ ତିନି ରଥର ଅର କଣ୍ଟା ପ୍ରସ୍ତୁତି ସହ ତୁମ୍ବ ଅଖ ବିନ୍ଧ ରେ ବସିବା ପାଇଁ ‘ପନ୍ଦାରି ବଳା ‘ ନିର୍ମାଣ ଜାରୀ ରଖିଛନ୍ତି । ଆଜିର କାର୍ଯ୍ୟ ଶେଷ ବେଳକୁ ତିନିରଥ ଓଝା କମାର ସେବକ ମାନେ ତିନି ତିନୋଟି ଚକ ପାଇଁ ଆବଶ୍ୟକ ପନ୍ଦାରି ବଳା ନିର୍ମାଣ ସହ ଦୁଇ ଦୁଇଟି  ଚକର ଅର କଣ୍ଟା ପ୍ରସ୍ତୁତ ସହ ବାକି ଚକ ଗୁଡ଼ିକର ଅର କଣ୍ଟା ନିର୍ମାଣ ପାଇଁ ଆବଶ୍ୟକ ପ୍ରକାରେ ଜି.ଆଇ ଲୁହା ରଡ଼ ମାପ ପ୍ରକାରେ କାଟି ସାଇତିଛନ୍ତି ।

ରଥ ନିର୍ମାଣକାରୀ ଙ୍କ ଉପସ୍ଥାନ

ତିନିରଥ ର ମହାରଣା ସେବକ – ୬୬

ତିନିରଥ କରତୀ ମହାରଣା     –   ୪

ତିନିରଥ ଓଝା କମାର ସେବକ –   ୯

ତିନିରଥ ର ଭୋଇ ସେବକ     – ୩୪

ତୁମ୍ବ ବିନ୍ଧ କାରିଗର               –    ୧

ରଥଖଳା ସହାୟକ(ପାଣି ବାଲା) – ୧

ମୋଟ – ୧୧୫ ଜଣ

 

 

 

LEAVE A REPLY

Please enter your comment!
Please enter your name here