ରଥଖଳା:ରଥ ନିର୍ମାଣ କାର୍ଯ୍ୟ ତୃତୀୟ ଦିବସ- ନନ୍ଦିଘୋଷ ରଥ ଚଳି କୁ ଯୋଗାଇ ଦିଆଯାଇଥିବା ୧୬ ଗୋଟି ତୁମ୍ବ ଗଡ ମଧ୍ୟରୁ ୬ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଶେଷ ହେବାସହ , ଦୁଇଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଜାରୀ ରହିଛି, ବାକି ୮ ଗୋଟି ତୁମ୍ବ ଗଡ ରେ ମାପ ଗାଡ଼ିଆ ଶେଷ ହୋଇଅଛି

0
227

By Our Correspondent

PURI/BHUBANESWAR:    ଆଜି ରଥ ନିର୍ମାଣର ତୃତୀୟ ଦିନରେ ରଥ ନିର୍ମାଣକରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟୀକା ପୂର୍ବରୁ ଉପସ୍ଥିତ ହୋଇ ରଥ ନିର୍ମାଣ କର୍ଯ୍ୟ ଆରମ୍ଭ କରିଥିଲେ.

ଆଜିସୁଦ୍ଧା ତିନରଥ ପାଇଁ ଆବଶ୍ୟକ ୪୨ ଗୋଟି ତୁମ୍ବ  ମଧ୍ୟରୁ  ୪୦ ଗୋଟି ତୁମ୍ବ ମାପ ପ୍ରକାରେ ଗଡ କରି କରତୀ ସେବକ ମାନେ ତିନି ରଥ ଚାଳିକୁ ଯୋଗାଇ ଦେଇଛନ୍ତି ।

ଉକ୍ତ ତୁମ୍ବ ଗଡ ଗୁଡିକରୁ ତିନି ରଥ ମହାରଣା ସେବକ ମାନେ ଆଜିସୁଦ୍ଧା ୧୮ ଗୋଟି ତୁମ୍ବ ଗଡକୁ ବାରିଶୀ ରେ ହାଣି ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି।

ତିନିରଥ ମହାରଣା ସେବକ ମାନେ ୬ ଟି ଲେଖାଏଁ ତୁମ୍ବ ର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି.

ତାଳଧ୍ଵଜ ରଥ ନିର୍ମାଣ କାରୀ ସେବକ ମାନେ ୬ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ  ଶେଷ କରି ଆଉ ପାଞ୍ଚୋଟି ତୁମ୍ବ ଗୋଲେଇ କାର୍ଯ ଜାରୀ ରଖିଛନ୍ତି, ବାକି ୩ ଗୋଟି ତୁମ୍ବ ରୁ ୨ ଗୋଟି ଗଡ ତୁମ୍ବରେ  ମାପ ଚିହ୍ନ ଗାରିଆ ଶେଷ ହୋଇଛି।

ଦେବୀ ରଥର ମୋଟ ୧୨ ଗୋଟି ତୁମ୍ବରୁ ୬ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଶେଷ ହେବା ସହ ଅନ୍ୟ ତୁମ୍ବ ର ଗୋଲେଇ କାର୍ଯ୍ୟ ପାଇଁ ୪ ଗୋଟି ତୁମ୍ବ ଗଡରେ  ମାପ ଚିହ୍ନ ଗାରୀଆ ହୋଇ ଗୋଟିଏ ତୁମ୍ବ ଗୋଲେଇ କାର୍ଯ୍ୟ ଜାରୀ ରହିଛି ।

ଆଜି ସୁଦ୍ଧା ନନ୍ଦିଘୋଷ ରଥ ଚଳି କୁ ଯୋଗାଇ ଦିଆଯାଇଥିବା ୧୬ ଗୋଟି ତୁମ୍ବ ଗଡ  ମଧ୍ୟରୁ ୬ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଶେଷ ହେବାସହ , ଦୁଇଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଜାରୀ ରହିଛି, ବାକି ୮ ଗୋଟି ତୁମ୍ବ ଗଡ ରେ ମାପ ଗାଡ଼ିଆ ଶେଷ ହୋଇଅଛି ।

ଅସ୍ଥାୟୀ କମାର ଶାଳ-  ଦୋଳବେଦୀ ପରିସରରେ ରଥ ନିର୍ମାଣ ପାଇଁ ଆବଶ୍ୟକ କଣ୍ଟା ପ୍ରସ୍ତୁତ ନିମନ୍ତେ ଅସ୍ଥାୟୀ କମାର ଶାଳ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି, ଆସନ୍ତାକାଲି ଶାଳ ପୂଜା ପରେ କଣ୍ଟା ପ୍ରସ୍ତୁତି ଆରମ୍ଭ ହେବ ବୋଲି ଓଝା ସେବକ ସୂଚନା ଦେଇଛନ୍ତି।

ମୋଟ ନିର୍ମାଣକାରୀ ଙ୍କ ଉପସ୍ଥାନ

ତିନିରଥ ମହାରଣା ସେବକ – ୨୬

ତିନିରଥ କରତୀ ସେବକ    –   ୪

ତିନିରଥ କମାର ସେବକ    –   ୬

ତିନିରଥ ଭୋଇ ସେବକ    – ୧୪

ରଥଖଳା ସହାୟକ(ପାଣିବାଲା)୧

ମୋଟ – ୫୧ ଜଣ

LEAVE A REPLY

Please enter your comment!
Please enter your name here