ରଥଖଳା:ରଥ ନିର୍ମାଣ କାର୍ଯ୍ୟ ପଞ୍ଚମ ଦିବସ: ନନ୍ଦିଘୋଷ ରଥର ୧୬ ଟି ତୁମ୍ବ ଏବଂ ଦର୍ପ ଦଳନ ରଥର ୧୨ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସହ ମଠ। କାର୍ଯ୍ୟ ଶେଷ ହୋଇଛି, ତାଳଧ୍ଵଜ ରଥର ୧୪ ଗୋଟି ତୁମ୍ବ ରୁ ୧୩ ଟି ତୁମ୍ଭର ଗୋଲେଇ ସହ ମଠ। କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି

0
138
ଆଜି ପଞ୍ଚମ ଦିନର କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥର ମୋଟ ୪୨ ଗୋଟି ତୁମ୍ବରୁ ୪୧ ଗୋଟି ତୁମ୍ବର ଗୋଲେଇ ସହ ମଠ। କାମ ଶେଷ ହୋଇଛି.

By Our Correspondent

PURI/BHUBANESWAR : ଆଜି ରଥ ନିର୍ମାଣର ପଞ୍ଚମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ସମୟରେ ରଥ ଖଳା ଠାରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ .

ଆଜି ପଞ୍ଚମ ଦିନର କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥର ମୋଟ ୪୨ ଗୋଟି ତୁମ୍ବରୁ ୪୧ ଗୋଟି ତୁମ୍ବର ଗୋଲେଇ ସହ ମଠ। କାମ ଶେଷ ହୋଇଛି.

ସେଥି ମଧ୍ୟରୁ ନନ୍ଦିଘୋଷ ରଥର ୧୬ ଟି ତୁମ୍ବ ଏବଂ ଦର୍ପ ଦଳନ ରଥର ୧୨ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସହ ମଠ। କାର୍ଯ୍ୟ ଶେଷ ହୋଇଛି। ତାଳଧ୍ଵଜ ରଥର ୧୪ ଗୋଟି ତୁମ୍ବ ରୁ ୧୩ ଟି ତୁମ୍ଭର ଗୋଲେଇ ସହ ମଠ। କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି)

ଆସନ୍ତାକାଲି ତୁମ୍ବ ବିନ୍ଧ ପାଇଁ ତିନି ରଥ ର ତୁମ୍ବ ଗୁଡିକରେ ସୂତା ବାଡ଼ିଆ କାର୍ଯ୍ୟ ଆରମ୍ଭ ହେବ. ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ଜି.ଆଇ ଲୁହା ରାଡ କାଟି ୬/୭” ର ଅର କଣ୍ଟା ନିର୍ମାଣ ସହ ତୁମ୍ବରେ ବସିବା ପାଇଁ ପନ୍ଦାରି ବଳା ନିର୍ମାଣ ଜାରୀ ରଖିଛନ୍ତି ।

ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥ ର ମହାରଣା ସେବକ – ୪୭

ତିନିରଥ ର ଭୋଇ ସେବକ    –  ୨୭

ତିନିରଥ ର କରତୀ ସେବକ   –    ୪

ତିନିରଥ ର କମାର ସେବକ   –    ୯

ତୁମ୍ବ ବିନ୍ଧ କାରୀଗର            –    ୧

ରଥ ଖଳା ସହାୟକ(ପାଣି ବାଲା) ୧

ମୋଟ -୮୯ ଜଣ

 

LEAVE A REPLY

Please enter your comment!
Please enter your name here