ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୩୩ ତମ ଦିବସ- ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ପାଞ୍ଚ ଦଣ୍ଡା ଏବଂ ଦୁଇଟି ଲେଖାଏଁ ପାର୍ଶ୍ଵ ଦଣ୍ଡା ଚଉପଟ ସହ ଦୁଇ ମୁଖ ସାଲ କାର୍ଯ୍ୟ ଶେଷ

0
93

By Our Correspondent

PURI/BHUBANESWAR:  ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣା ଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ତିନି ରଥର ସମସ୍ତ ଅଖରେ ଚକ ସଂଯୋଗ ସହ ତିନି ରଥର ଚଉପଟ ଚାରି ନାହାକା ଗୁଡ଼ିକର ଆଠ କୋଣୀ ଆଁସ ମରା କାର୍ଯ୍ୟ ଜାରୀ ରହିଥିଲା.

ତିନି ରଥ ଚାରି ନାହାକା ଗୁଡ଼ିକର  ଅଗ ଏବଂ ମୂଳ ସାଲ କାର୍ଯ୍ୟ ଶେଷ. ତାଳଧ୍ଵଜ,ଦର୍ପଦଳନ ଏବଂ ନନ୍ଦିଘୋଷ ରଥର ଆଗ ଆଣି ଏବଂ ପଛ ଆଣି ଢ଼ମକ ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ।

ତିନି ରଥର ଦୁଇଗୋଟି ଲେଖାଏଁ ଧୂଳି ଦଣ୍ଡାର ନିର୍ମାଣ କାର୍ଯ୍ୟ ଶେଷ। ତିନି ରଥ ପାଇଁ ତିନି ଗୋଟି ୨୦ ଫୁଟିଆ ‘ଚାର ପରିଛା’ ର ଚଉପଟ କାର୍ଯ୍ୟ ଶେଷ। ନନ୍ଦିଘୋଷ ରଥର ଦୁଇଗୋଟି ପୋଲ ଗୟଳ ର ଚଉପଟ କାର୍ଯ୍ୟ ଜାରୀ।ଏତଦ୍ ବ୍ୟତୀତ ମହାପ୍ରଭୁଙ୍କ ଅନବସର ଗ୍ରୁହ ପ୍ରସ୍ତୁତ ପାଇଁ ତାଳଧ୍ଵଜ ରଥର ମୁଖ୍ୟ ମହାରଣାଙ୍କ  ତତ୍ତ୍ୱାବଧାନରେ ତିନି ଗୋଟି ୨୦ ଫୁଟିଆ ଅଣସର ଗୟଳ ଚଉପଟ କାର୍ଯ୍ୟ ଜାରୀରହିଛି ।

ଆଜିସୁଦ୍ଧା ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ପାଞ୍ଚ ଦଣ୍ଡା ଏବଂ ଦୁଇଟି ଲେଖାଏଁ ପାର୍ଶ୍ଵ ଦଣ୍ଡା ଚଉପଟ ସହ ଦୁଇ ମୁଖ ସାଲ କାର୍ଯ୍ୟ ଶେଷ.

ଦର୍ପ ଦଳନ ରଥର ପାଞ୍ଚ ଦଣ୍ଡା ଏବଂ ଦୁଇ ପାର୍ଶ୍ଵ ଦଂଡାକୁ ମିଶାଇ ସାତ ଗୋଟି ଦଣ୍ଡା ମଧ୍ୟରୁ ୫ଗୋଟି ଦଣ୍ଡାର ଚଉପଟ ସହ ଦୁଇମୁଖ ସାଲ କାର୍ଯ୍ୟ ଶେଷ ବାକି ଦୁଇଟି ଦଣ୍ଡାର ଚଉପଟ ଶେଷ ପର୍ଯ୍ୟାୟରେ।

କରତୀ ସେବକ ମାନେ ଦର୍ପ ଦଳନ ରଥର ପୋଲ ଗୟଳ ର ଦୁଇ ପାର୍ଶ୍ଵ ବାରିଶି ରେ ସମତଳ ଶେଷ କରି ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଦୋଳ ବେଦୀ ପରିସରରେ ପାହି ମହାରଣା ମାନେ ଅଣସର ପାଇଁ ମହାପ୍ରଭୁଙ୍କ ପାଟ ଡୋରି (ପଇତା)  ବୋଳୀବାକୁ  ପାଟରା ସେବକ ମାନଙ୍କ ପାଇଁ ବାଉଁଶ ନିର୍ମିତ ନଳ,ବାଉଁଶ ନିର୍ମିତ କାଠି,କାଠ ନିର୍ମିତ କିଳା ନିର୍ମାଣ ଶେଷ କରି ରଥ ଯାତ୍ରାରେ ଶ୍ରୀଜୀଉ ଙ୍କ ବେଶ କରିବା କୁ ସିଂହାରୀ ସେବକଙ୍କ ପାଇଁ ବେଶ ଘୋଡିଆ ତିନିଗୋଟି ନିର୍ମାଣ କରୁଛନ୍ତି।

ରୂପକାର ସେବକ ମାନେ ତିନି ରଥର ବେଦୀ ସିଂହାସନ ମୁହାଁଟି ରେ ଚିତ୍ର ଖୋଦେଇ ଜାରୀ ରଖିଛନ୍ତି।

ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର ଓଝା ସେବକ ମାନେ ବାକି ରହିଥିବା ଯୋକା କଣ୍ଟା ନିର୍ମାଣ ସାରି ଆଗ ପାତେଳି ଦୁଆର ବେଢ଼ା କଣ୍ଟା  କରୁଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥ ମହାରଣା ସେବକ – ୭୮

ତିନି ରଥ ଭୋଇ ସେବକ     – ୭୭

ତିନି ରଥ କରତୀ ସେବକ    –   ୪

ତିନି ରଥ କମାର ସେବକ     – ୧୭

ତିନି ରଥ ରୂପକାର ସେବକ  – ୨୧

ତୁମ୍ବ ବିନ୍ଧ କାରୀଗର           –   ୨

ପାହି ମହାରଣା                 –   ୨

ରଥଖଳା ସହାୟକ(ପାଣିବାଲା) ୧

ମୋଟ – ୨୦୨ ଜଣ

 

 

LEAVE A REPLY

Please enter your comment!
Please enter your name here