ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୨୯ ତମ ଦିବସ: ତିନି ରଥର ଦୁଇଟି ଲେଖାଏଁ ଗରଗରା କାଠର ଚଉପଟ ଶେଷ ପର୍ଯ୍ୟାୟରେ. ନନ୍ଦିଘୋଷ ରଥ ପୋଲ ଗୟଳ ଉଭୟ ପାର୍ଶ୍ଵ ସମତଳ ପରେ ଚିରଟ କାର୍ଯ୍ୟ ଆରମ୍ଭ

0
97

By Our Correspondent

PURI/BHUBANESWAR:      ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ସମୟରେ ତିନିରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିଜ ନିଜର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ସୁଦ୍ଧା ତିନି ରଥର ୩୯ ଚକ ଉଭୟ ପାର୍ଶ୍ଵ ରେ ଓଝା ସେବକ ଙ୍କ ଦ୍ଵାରା ଦୁଇଟି ଲେଖାଏଁ ପନ୍ଦାରି ଚାବି ବାଡିଆ ଶେଷ ହେବା ସହ ତିନିରଥ ର ତିନି ଭୂଇଁ ର ୧୨ଲେଖାଏଁ ଭୂଇଁ ଚଉତା ଚଉପଟ ପରେ ବିନ୍ଧ ପାଇଁ ମାପ ଚିହ୍ନ ପଡ଼ିଥିଲା..

ତିନି ରଥର ୪୨ ଚକ ନିର୍ମାଣ ଶେଷ. ଚାରି ନାହାକା ନିର୍ମାଣ ପାଇଁ ରଥ ଚାଳି ରେ ପଡ଼ିଲା ନାହାକା କାଠ.ତିନି ରଥର ଶେଷ ତିନି ଚକର ନିର୍ମାଣ ଶେଷ।ତିନି ରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଜାରୀ. ତିନିରଥ ର ତିନି ଭୂଇଁ ପାଇଁ ୧୨ ଗୋଟି ଲେଖାଏଁ ଚଉପଟ ଭୂଇଁ ଚଉତା କାଠରେ ପାଖୁଡ଼ା ବିନ୍ଧ ଆରମ୍ଭ।

ତିନି ରଥର ଦୁଇଟି ଲେଖାଏଁ ଗରଗରା କାଠର ଚଉପଟ ଶେଷ ପର୍ଯ୍ୟାୟରେ. ନନ୍ଦିଘୋଷ ରଥ ପୋଲ ଗୟଳ ଉଭୟ ପାର୍ଶ୍ଵ ସମତଳ ପରେ ଚିରଟ କାର୍ଯ୍ୟ ଆରମ୍ଭ .

ତିନି ରଥର ଚାରୀ ନାହାକା ନିର୍ମାଣ ପାଇଁ ରଥ ଅମୀନ ଭୋଇ ସେବକଙ୍କ ସହାୟତାରେ ତିନି ରଥ ଚାଳି କୁ ପ୍ରଥମ ଦଫା ରେ ଦୁଇଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ ଯୋଗାଇଲେ।

ତିନି ରଥର ନିର୍ମାଣ କାର୍ଯ୍ୟ ସମାନ୍ତରାଳ ଭାବେ ଆଗେଇ ଆଗେଇ ଚାଲିଛି, ତିନି ରଥର ମହାରଣା ସେବକ ମାନେ ଭୋଇ ସେବକଙ୍କ ସହୋଯୋଗରେ ଆଜି ତିନି ରଥର ବାକି ଥିବା ଗୋଟିଏ ଗୋଟିଏ ଚକ ନିର୍ମାଣ ଶେଷ ପରେ ତିନି ରଥର ମୋଟ ୪୨ ଗୋଟି ଚକ ନିର୍ମାଣ ସଂପୂର୍ଣ୍ଣ ହୋଇଛି, ଏଥିସହ ଆଜି ତିନିରଥ ର ମହାରଣା ସେବକ ମାନେ ତିନି ରଥର ୧୨ ଟି ଲେଖାଏଁ ଚଉପଟ ଭୂଇଁ ଚଉତା ରେ ପାଖୁଡ଼ା ବିନ୍ଧ କାର୍ଯ୍ୟ ଆରମ୍ଭ କରିଛନ୍ତି, ପ୍ରତି ଭୂଇଁ ଚୂତାରେ ଚାରୋଟି ଲେଖାଏଁ ପାଖୁଡ଼ା ବିନ୍ଧ ଏବଂ ଦୁଇଟି ଲେଖାଏଁ ଖମ୍ୱୀ ସଂଯୋଗ ବିନ୍ଧ ହୋଇ ୧୨ଚଉତାରେ ୭୨ ବିନ୍ଧ କାର୍ଯ୍ୟ ଜାରୀ ରଖିଛନ୍ତି, ଏଥିସହ ତିନି ରଥର ଦୁଇଟି ଲେଖାଏଁ ଗରଗରା କାଠ ର ଚଉପଟ କାର୍ଯ୍ୟ ତିନି ରଥର ମହାରଣା ସେବକ ମାନେ ଜାରୀ ରଖିଛନ୍ତି। ବାହାର ରଥ ଖଳାରେ ତିନି ରଥର ମହାରଣା ସେବକ ମାନେ ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଜାରୀ ରଖିଛନ୍ତି.

ତିନି ରଥର ରୂପକାର ସେବକ ମାନେ କୋଣ ଗୁଜ ରେ ସିଂହ ବିରାଳ ରୂପ ଖୋଦେଇ ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ କାର୍ଯ୍ୟ ଜାରୀରଖୀଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ଗୟଳ କଣ୍ଟା,ଭୂଇଁ କଣ୍ଟା ଏବଂ ବିଡିଆ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ଏଥି ସହ କରତୀ ସେବକ ମାନେ ଆଜି ନନ୍ଦିଘୋଷ ରଥର ଦୁଇଟି ଗରଗର କାଠର ମାପ ପ୍ରକାରେ ବଳକା ଅଂଶ କଟିଙ୍ଗ କରିବାସହ, ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରୀ ରଖିଛନ୍ତି।

 

ରଥ ନିର୍ମାଣ କାରୀଙ୍କ ଉପସ୍ଥାନ

ତିନିରଥ ମହାରଣା ସେବକ – ୭୮

ତିନିରଥ ଭୋଇ ସେବକ     – ୭୭

ତିନିରଥ କରତୀ ସେବକ    –   ୪

ତିନିରଥ କମାର ସେବକ    –  ୧୭

ତିନିରଥ ରୂପକାର ସେବକ  –  ୨୧

ତୁମ୍ବ ବିନ୍ଧ କାରୀଗର          –    ୨

ପାହି ମହାରଣା                –    ୨

ରଥ ଖଳା ସହାୟକ(ପାଣିଵାଲା) ୧

ମୋଟ – ୨୦୨ ଜଣ

 

LEAVE A REPLY

Please enter your comment!
Please enter your name here