ରଥଖଳା:ରଥ ନିର୍ମାଣ କାର୍ଯ୍ୟ ତ୍ରୟବିଂଶ ତମ ଦିବସ: ବନ୍ଦିଘୋଷ ରଥର ୧୩ ଗୋଟି ଚକର ନିର୍ମାଣ ଶେଷ ହୋଇ ୧୪ ନମ୍ୱର୍ ଚକର ତୁମ୍ବ ଆରରେ ପଇ ସଂଯୋଗ ଶେଷ ହୋଇ ପଇ କଳଶା ପାଇଁ ମାପ ଚିହ୍ନ ପଡ଼ିଅଛି

0
95

By Our Correspondent

PURI/BHUBANESWAR : ଦୈନନ୍ଦିନ ପରି ଆଜି ତିନି ରଥର ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଗତ କାଲି ସୁଦ୍ଧା ତିନି ରଥର ୩୧ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା। ତିନିରଥର ୩୨ ଚକ ନିର୍ମାଣ ଶେଷ.

ଆଜି ର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥ ମୋଟ ୪୨ ଗୋଟି ଚକ ମଧ୍ୟରୁ ୩୨ ଗୋଟି ଚକ ନିର୍ମାଣ ଶେଷ ହୋଇ ରଥ ଚାଳିରେ ରତିନିରଥ ଅନ୍ୟାନ୍ୟ ଆବଶ୍ୟକ ଅଂଶ ମଧ୍ୟରୁ ଓରା, ଓରାଖମ୍ବି, ଭୂଇଁ ଚଉତା ଆଦି ର ଚଉପଟ କାର୍ଯ୍ୟ  ଶେଷ ପର୍ଯ୍ୟାୟରେ ପହଁଚିଛି। ଏଥିସହ ବାହାର ରଥ ଖଳାରେ ତିନି ରଥର ଅଖ ଗୋଲେଇ କାର୍ଯ୍ୟ ମହାରଣା ସେବକ ମାନେ ଜାରୀ ରଖିଛନ୍ତି।

  ତାଳଧ୍ଵଜ ରଥ ଚାଳି : ତାଳଧ୍ଵଜ ରଥର ମୋଟ ୧୪ ଗୋଟି ଚକ ନିର୍ମାଣ ପାଇଁ ଆସିଥିବା ପଇ ମଧ୍ୟରୁ ଶେଷ ତିନି ଚକ ପାଇଁ ରହିଥିବା ପଇ ଉପଯୋଗୀ ନଥିବା ଦୃଷ୍ଟିକୁ ଆସିବାରୁ ଅତିଷ୍ଠ ତତ୍ତ୍ୱାବଧାରକ କଟିଙ୍ଗ ପଇ ଅତି ଶୀଘ୍ର  ଖପୁରିଆ ସ ମିଲ ରୁ ଆସନ୍ତା କାଲି ଅପରାହ୍ନ ସୁଦ୍ଧା ଆସିବା ବନ୍ଦୋବସ୍ତ କରିଛନ୍ତି।   ତାଳଧ୍ଵଜ ରଥର ବାକି ଅଂଶ ଗୁଡ଼ିକ ର ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି।

ଆଜି ସୁଦ୍ଧା ତାଳଧ୍ଵଜ ରଥର ଆଗ,ପଛ ଏବଂ ଦୁଇ ପାର୍ଶ୍ଵ ମୁହାଁଟ ଚଉପଟ କାର୍ଯ୍ୟ ଶେଷ।ଆଠ ଗୋଟି ଭୂଇଁ ଖାମ୍ବୀ ର ଚଉପଟ ସହ ସାଲ କାର୍ଯ୍ୟ ଶେଷ ।ବାରଗୋଟି ଭୂଇଁ ଚଉତା ରୁ ୨ଗୋଟି ଚଉତା ର ଚଉପଟ କାର୍ଯ୍ୟ ଶେଷତାଳଧ୍ଵଜ ରଥର ୧୬ ଗୋଟି ଯୋକା ମଧ୍ୟରୁ ପାଞ୍ଚୋଟି ଯୋକାର ନିର୍ମାଣ ଶେଷ ପର୍ଯ୍ୟାୟରେ।ତଳଧ୍ଵଜ ରଥର ଗୋଟିଏ ନାହାକା ଅଖ ଚକ ଡେରା ନୀତି ପାଇଁ ଶେଷ ହୋଇଥିଲା, ବାକି ଛ ‘ ଗୋଟି ଅଖ ମଧ୍ୟରୁ ଦୁଇଟି ସାନ ଉଛୁଳ। ଅଖ ର ଦୁଇ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ।ଚରି ଗୋଟି ଓରାରୁ ଦୁଇଟି ଓରା ଚଉପଟ ଶେଷ ହୋଇଛି।

  ଦର୍ପଦଳନ ରଥ ଚାଳି: ଦର୍ପ ଦଳନ ରଥର ଆଜି ସୁଦ୍ଧା ୯ ଗୋଟି ଚକ ନିର୍ମାଣ ଶେଷ ହୋଇ ଦଶମ, ଏକାଦଶ ଚକ ତୁମ୍ବ ରେ ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇ ପାଇ କଲାସା ଶେଷ ହୋଇ, ଦର୍ପଦଳନ ରଥର ବାକି ଅଂଶ ଗୁଡ଼ିକ ମଧ୍ୟରୁ ଚରିଗୋଟି ଓରା ରୁ ୩ ଗୋଟି ଓରା ର ଚଉପଟ ଶେଷ. ଦୁଇଟି ସାନ ଉଛୁଳ। ଅଖର୍ ଚଉପଟ ଶେଷ। ବାରଗୋଟି ଯୋକ। ମଧ୍ୟରୁ ୮ଗୋଟି ଜୋକ। ନିର୍ମାଣ ଶେଷ

ନନ୍ଦିଘୋଷ ରଥ ଚାଳି: ଆଜିସୁଦ୍ଧା ବନ୍ଦିଘୋଷ ରଥର ୧୩ ଗୋଟି ଚକର ନିର୍ମାଣ ଶେଷ ହୋଇ ୧୪ ନମ୍ୱର୍ ଚକର ତୁମ୍ବ ଆରରେ ପଇ ସଂଯୋଗ ଶେଷ ହୋଇ ପଇ କଳଶା ପାଇଁ ମାପ ଚିହ୍ନ ପଡ଼ିଅଛି। ରଥର ବାକି ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତି ରେ ଆଗେଇ ଚାଲିଛି।ଚରୀଗୋଟି ମୁହାଁଟ ରୁ ତିନି ଗୋଟି ଶେଷ ହୋଇ  ତୃତୀୟ ମୁହାଁଟ ର ଚଉପଟ ଶେଷ ପର୍ଯ୍ୟାୟରେ।ଆଠ ଗୋଟି ଖମ୍ୱୀ ର ଚଉପଟ ଶେଷ ୧୬ ଗୋଟି ଯୋକା ରୁ ୫ ଗୋଟି ଯୋକ। ର ନିର୍ମାଣ ଶେଷ।ଏଥିସହ ଚରି ଗୋଟି ଓରା ର ଚଉପଟ ଶେଷଏଥିସହ ଦୁଇଟି ସାନ ଉଛଳା ଅଖର୍ ଉଭୟ ପଟ ଗୋଲେଇ ଶେଷ ହୋଇ ବାକି ୫ଗୋଟି ଅଖର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଜାରୀ.

ରୂପକାର ଚାଳି:  ରୂପକାର ସେବକ ମାନେ ତିନି ରଥର ଗୁଯରେ ରୂପ ଖୋଦେଇ ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ କାର୍ଯ୍ୟ ଜାରୀ।

କମାର ଶଳ: ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଅଖ ଦଣ୍ଡା ବିଡିଆ ଏବଂ ଚଉରସ କଣ୍ଟା ନିର୍ମାଣ ଜାରୀ  ରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥ ମହାରଣା ସେବକ – ୭୫

ତିନି ରଥ ଭୋଇ ସେବକ     – ୭୭

ତିନି ରଥ କରତୀ ସେବକ    –   ୪

ତିନି ରଥ କମାର ସେବକ    – ୧୭

ତିନି ରଥ ରୂପକାର ସେବକ  – ୨୧

ତୁମ୍ବ ବିନ୍ଧ କାରୀଗର           –   ୨

ପାହି ମହାରଣା                 –   ୨

ରଥଖଳା ସହାୟକ(ପାଣିବାଲା) ୧

ମୋଟ – ୧୯୯ ଜଣ

 

 

 

 

LEAVE A REPLY

Please enter your comment!
Please enter your name here