ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଏକବିଂଶ ତମ ଦିବସ: ତିନି ରଥର ୪୨ ଚକ ମଧ୍ୟରୁ ୨୪ ଗୋଟି ଚକ ନିର୍ମାଣ ଶେଷ, ତିନିରଥ ମହାରଣା ସେବକ ମାନେ ନିରାଡ଼ି କାଠର ଚଉପଟ କାର୍ଯ୍ୟ କରିବା ସହ ନାହାକ ଅଖର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଜାରୀ ରଖିଛନ୍ତି

0
117

By Our Correspondent

PURI/BHUBANESWAR:   ତିନି ରଥର ନିର୍ମାଣକାରୀ ସେବକ ମାନେ ଆଜି ସକାଳ ଘ.୮.୦୦ ଟିକା ରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିଜ ନିଜର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଗତକାଲି ଭଉଁରୀ ତିଥିରେ ତିନି ରଥର ଚକ..ଅଖ ସଂଯୋଗ ପୂର୍ବକ ଚକ ଡେରା ନୀତି ସମ୍ପନ୍ନ ହୋଇଥିଲା ଏଥିସହ  ଗତ କାଲି ସୁଦ୍ଧା ତିନି ରଥର ମୋଟ ୪୨ ଗୋଟି ଚକ ମଧ୍ୟରୁ ୨୦  ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା.

ଆଜି ସୁଦ୍ଧା ତିନି ରଥର ୪୨ ଚକ ମଧ୍ୟରୁ ୨୪ ଗୋଟି ଚକ ନିର୍ମାଣ ଶେଷ.   ଆଜି ସକାଳେ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକ ମାନେ ନିର୍ମାଣ ଶେଷ ହୋଇଥିବା ଚକ ଗୁଡ଼ିକୁ ଆଣି ବାହାର ରଥ ଖଳା ଠାରେ ସାଇତିଛନ୍ତି।

ଆଜି ରଥ ଅମିନ ପୂର୍ବାହ୍ନରେ ତିନି ରଥ ର ନିରାଡି ନିର୍ମାଣ ପାଇଁ ପ୍ରତି ଚାଳି କୁ  ଚାରି ଗୋଟି ଲେଖାଏଁ  ୨୦ ଫୁଟିଆ ଧଉରା କାଠ ଭୋଇ ସେବକଙ୍କ ସହାୟତାରେ ଯୋଗାଇବା ସହ ଅଖ ନିର୍ମାଣ ପାଇଁ ଆଉ ଦୁଇଟି ଲେଖାଏଁ  ନହାକା ଅଖ କାଠ ଯୋଗାଇ ଥିଲେ, ଯାହାକି ତିନିରଥ ମହାରଣା ସେବକ ମାନେ  ନିରାଡ଼ି କାଠର ଚଉପଟ କାର୍ଯ୍ୟ କରିବା ସହ ନାହାକ ଅଖର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଜାରୀ ରଖିଛନ୍ତି।

ତାଳଧ୍ଵଜ ରଥ ଚାଳି-ତାଳଧ୍ଵଜ ରଥର ଗତକାଲି ସୁଦ୍ଧା ୫ଗୋଟି ଚକ ନିର୍ମାଣ ଶେଷ ହୋଇ ଆଉ ତିନୋଟି ଚକର ନିର୍ମାଣ କାର୍ଯ୍ୟ ଜାରୀ ରହିଥିଲା, ଆଜିର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ଉକ୍ତ ତିନୋଟି ଚକର ନିର୍ମାଣ ଶେଷ ହୋଇ ମୋଟ ୧୪ ଗୋଟି ଚକ ରୁ ଆଜିସୁଦ୍ଧା ୮ ଗୋଟି ଚକ ନିର୍ମାଣ ଶେଷ ହୋଇଅଛି, ଏଥି ସହ ନବମ ଏବଂ ଦଶମ ତୁମ୍ବରେ ସିଙ୍ଗଡ଼ା ବାଡିଆ ଶେଷ ହୋଇ ଅଖ ବିନ୍ଧ ପରେ ଅର କଟା ଯାଇ ଅର ସାଲ କାର୍ଯ୍ୟ ଜାରୀ ରହିଛି, ଏହାଛଡା ତାଳଧ୍ଵଜ ରଥର ଚାରି ଗୋଟି ନିରାଡି କାଠର ଚଉପଟ କାର୍ଯ୍ୟ ତାଳଧ୍ଵଜ ମହାରଣା ମାନେ ଜାରୀ ରଖିଛନ୍ତି ।

ଦର୍ପ ଦଳନ ଚାଳିଗତ କାଲି ସୁଦ୍ଧା ଦର୍ପ ଦଳନ ରଥର ୭ଗୋଟି ଚକର ନିର୍ମାଣ ଶେଷ ହୋଇଥିଲା, ଆଜି ଆଉ ତିନୋଟି ଚକ ନିର୍ମାଣ ପାଇଁ ତୁମ୍ବରେ ଅର ସଂଯୋଗ ବା ସିଙ୍ଗଡ଼ା ବାଡିଆ ଯାନ୍ତାଗାଡ ଠାରେ ଶେଷ ହେବାପରେ ଅଖ ବିନ୍ଧ ହୋଇ ମାପ ପ୍ରକାରେ ବଳକା ଅର କଟିଙ୍ଗ ଶେଷ ହୋଇଛି, ପଇ ବିନ୍ଧ ଜାରୀ ଶେଷ ପର୍ଯ୍ୟାୟରେ ପହଁଚିଛି, ଏଥି ସହ ଦର୍ପଦଳନ ରଥର ଆଉ ଦୁଇଟି ନାହାକ ଅଖର ଦୁଇ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ସକ ଚାରି ଗୋଟି ନୀରାଡି କାଠର ଚଉପଟ କାର୍ଯ୍ୟ ଜାରୀ ରହିଛି।

ନନ୍ଦିଘୋଷ ରଥ ଚାଳି-ଆଜି ସୁଦ୍ଧା ନନ୍ଦିଘୋଷ ରଥର ୧୬ ଗୋଟି ଚକ ମଧ୍ୟରୁ ୯ ଗୋଟି ଚକର ନିର୍ମାଣ ଶେଷ ହୋଇଅଛି, ୧୦ମ ଏବଂ ୧୧ ତମ  ଚକର ସିଙ୍ଗଡ଼ା କଟା ପରେ ଅର ସାଲ ସରି ତୁମ୍ୱ  ବିନ୍ଧ ର ଠେକ ତୁଲିଆ କାର୍ଯ୍ୟ ଜାରୀ ରହିଛି,ଆଉ ୧୨ ତମ ଚକ ର ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ  ପରେ ତୁମ୍ୱ ରେ ଅଖ ବିନ୍ଧ ହୋଇ ବଳକା ଅର କଟିଙ୍ଗ ପରେ ସାଲ କାର୍ଯ୍ୟ  ଜାରୀ ରହିଛି, ଦଶମ,ଏକାଦଶ ଏବଂ ଦ୍ବାଦଶ ଚକ ପାଇଁ ପଇ ବିନ୍ଧ କାର୍ଯ୍ୟ ନନ୍ଦି ଘୋଷ ରଥ ମହାରଣା ସେବକ ମାନେ ଜାରୀ ରଖିବାସହ, ରଥ ଅମିନ ଯୋଗାଇଥିବା ଚାରିଗୋଟି ନୀରାଡ଼ି କାଠର ଚଉପଟ କାର୍ଯ୍ୟ ସହ ଆଉ ଦୁଇଟି ନାହାକା ଅଖର ଦୁଇ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଚାଲୁ ରହିଛି।

ରୂପକାର ଚାଳି-ତିନି ରଥର ରୂପକାର ସେବକ ମାନେ ତିନିରଥ ୧୧ ଟି ଲେଖାଏଁ ସାଲ ଗୁଜରେ ରୂପ ଖୋଦେଇ ଜାରୀ ରଖିବା ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପୋଲିସ କାର୍ଯ୍ୟ କରୁଛନ୍ତି।

କମାର ଶାଳ-ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଦେବୀ ରଥର ଓଝା ସେବକ ମାନେ ଦେବୀ ରଥର ୧୨ ଚକ ପାଇଁ ପନ୍ଦାରି, ବଳା ଏବଂ ଅର କଣ୍ଟା ନିର୍ମାଣ। ଶେଷ କରି ଯୋକା କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି, ସେହିପରି ନନ୍ଦି ଘୋଷ ରଥର ଅର କଣ୍ଟା, ପନ୍ଦାରି, ଶେଷ ହୋଇ ଗୟଳ କଣ୍ଟା ଏବଂ ଜୋକା କଣ୍ଟା ନିର୍ମାଣ କରୁଛନ୍ତି। ସେହିପରି ତାଳ ଧ୍ଵଜ ରଥର ୧୨ଟି ଚକର ଅର କଣ୍ଟା,ପନ୍ଦାରି, ବଳା ଶେଷ କରି, ଯୋଜା କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥର ମହାରଣା ସେବକ – ୭୬

ତିନି ରଥର ଭୋଇ ସେବକ     – ୭୭

ତିନି ରଥର କରତୀ ସେବକ    –   ୪

ତିନି ରଥର କମାର ସେବକ    –  ୧୭

ତିନି ରଥର ରୂପକାର ସେବକ  –  ୨୦

ତୁମ୍ବ ବିନ୍ଧ କାରୀଗର              –    ୨

ପାହି ମହାରଣା                    –    ୨

ରଥଖଳା ସହାୟକ(ପାଣିବାଲା) –   ୧

ମୋଟ – ୧୯୯ ଜଣ

 

LEAVE A REPLY

Please enter your comment!
Please enter your name here