ରଥଖଳା:ରଥ ନିର୍ମାଣ କାର୍ଯ୍ୟ ଅଷ୍ଟାଦଶ ତମ ଦିବସ: ତିନି ରଥର ସମସ୍ତ ସାଲ ଗୁଜ, ତୀଖ ଗୁଜ, ଜଳଯନ୍ତ୍ର,କୁଡୁକା, ଦୁଇଟି ଲେଖାଏଁ ଓରା, ଏବଂ ଗୋଟିଏ ଲେଖାଏଁ ସିଂହାସନ ନିର୍ମାଣ ଶେଷକରି ଛନ୍ତି, ଏଥିସହ ଆଜି ତିନି ରଥର ଗୋଟିଏ ଗୋଟିଏ ପ୍ରଭା ଅପସରା ଚଉପଟ କାର୍ଯ୍ୟ ଜାରୀ ରହିଛି

0
146
ରଥ ଖଳାରେ ସ୍ଥାନାଭାବ ଯୋଗୁଁ ଅଧିକ ଚକ ନିର୍ମାଣ କରି ରଖିବା ସମ୍ଭବ ହେଉ ନାହିଁ ପରମ୍ପରା ପ୍ରକାରେ ଆସନ୍ତା କାଲି ଭଉଁରୀ ତିଥିରେ ଚକ..ଅଖ ଡେରା ନୀତି ପରେ ନିର୍ମାଣ ସରିଥିବା ଚକ ଗୁଡ଼ିକୁ ବିଧିମତେ ବାହାରକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯିବ ।

By Our Correspondent

BHUBANESWAR:  ଆଜି ରଥ ନିର୍ମାଣର ଅଷ୍ଟାଦଶ ଦିବସ ରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ବିଶ୍ଵକର୍ମା ଙ୍କ ନିର୍ଦ୍ଦେଶ ମତେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।ଗତ କାଲି ସୁଦ୍ଧା ତିନି ରଥର ୧୬ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା. ଆଜି ତିନି ରଥର ଆଉ ଦୁଇଟି ଲେଖାଏଁ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ

ଗତକାଲି ତିନିଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ପୂର୍ବକ ଯନ୍ତାଗାଡ ଠାରେ ତୁମ୍ବ..ଆର ରେ କଣ୍ଟା ବାଡିଆ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ତତ୍ତ୍ୱାବଧାନରେ ଭୋଇ ସେବକ ମାନେ ଶେଷକରି ଅଖବିନ୍ଧ ପାଇଁ ରଥ ଚାଳିକୁ ଯୋଗାଇଥିବା ସିଙ୍ଗଡ଼ା ତୁମ୍ବ ଗୁଡିକରେ ଆଜି ତୁମ୍ଭ ବିନ୍ଧ କାରିଗରଙ୍କ ଦ୍ଵାରା ଅଖବିନ୍ଧ ପରେ ତିନି ରଥର ମହାରଣା ସେବକ ମାନେ ମାପ ପ୍ରକାରେ ବଳକା ଅର କଟିଙ୍ଗ  ତଥା ସାଲ କାର୍ଯ୍ୟ ଶେଷ କରିଥିଲେ, ମଧ୍ୟାହ୍ନ ବିରତି ପରେ ତିନି ରଥର ମହାରଣା ସେବକ ମାନେ ଦୁଇ ଦୁଇଟି ଚକ ପ୍ରସ୍ତୁତ ପାଇଁ ୮ ଟି ଲେଖାଇଁ ପଇ ବିନ୍ଧ ଶେଷ କଲାପରେ  ତିନି ରଥର ଦୁଇ ଦୁଇଟି ସିଙ୍ଗଡ଼ା ରେ ପଇ ସଂଯୋଗ ଶେଷ ହୋଇ ପଇ ରେ କିଳା ଗାଡିଆ ବା ବିଲେଇ ବାଡିଆ ହୋଇ ପଇ କଳସା ଜାରୀ ରହିଛି।

ରଥ ଖଳାରେ ସ୍ଥାନାଭାବ ଯୋଗୁଁ ଅଧିକ ଚକ ନିର୍ମାଣ କରି ରଖିବା ସମ୍ଭବ ହେଉ ନାହିଁ ପରମ୍ପରା ପ୍ରକାରେ ଆସନ୍ତା କାଲି ଭଉଁରୀ ତିଥିରେ ଚକ..ଅଖ ଡେରା ନୀତି ପରେ ନିର୍ମାଣ ସରିଥିବା ଚକ ଗୁଡ଼ିକୁ ବିଧିମତେ ବାହାରକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯିବ ।ଏଥିସହ ଆଜି ସୁଦ୍ଧା ତିନି ରଥର ସମସ୍ତ ସାଲ ଗୁଜ, ତୀଖ ଗୁଜ, ଜଳଯନ୍ତ୍ର,କୁଡୁକା, ଦୁଇଟି ଲେଖାଏଁ  ଓରା, ଏବଂ ଗୋଟିଏ ଲେଖାଏଁ ସିଂହାସନ ନିର୍ମାଣ ଶେଷକରି ଛନ୍ତି, ଏଥିସହ ଆଜି ତିନି ରଥର ଗୋଟିଏ ଗୋଟିଏ ପ୍ରଭା ଅପସରା ଚଉପଟ କାର୍ଯ୍ୟ ଜାରୀ ରହିଛି।

ରୂପକାର-ରୂପକାର ସେବକ ମାନେ ତିନି ଏଥର ୧୧ଟି ଲେଖାଏଁ ସାଲ ଗୁଜରେ ରେ ରୂପ ଖୋଦେଇ ଜାରୀରଖିଛନ୍ତି।

କମାର ଶାଳ- ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଆବଶ୍ୟକ ପନ୍ଦାରି, ତୁମ୍ବ ବଳା, ଦଶ ଏଗାରଟି ଚକ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ଶେଷକରି  ଚକା ଡେରା ନୀତି ପାଇଁ ଅନୁକୂଳ ପନ୍ଦାରୀ ଚାବି ନିର୍ମାଣ ଶେଷ କରିଛନ୍ତି ।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥର ମହାରଣା ସେବକ – ୭୫

ତିନି ରଥର ଭୋଇ ସେବକ     – ୭୧

ତିନି ରଥର କରତୀ ସେବକ    –   ୪

ତିନି ରଥର ରୂପକାର ସେବକ  – ୨୧

ତିନି ରଥର କମାର ସେବକ    – ୧୭

ତୁମ୍ବ ବିନ୍ଧ କାରୀଗର             –   ୨

ପାହି ମହାରଣା                   –  ୨

ରଥଖଳା ସହାୟକ(ପାଣିବାଲା)- ୧

ମୋଟ – ୧୯୩ ଜଣ

 

 

LEAVE A REPLY

Please enter your comment!
Please enter your name here