ରଥଖଳା:ରଥ ନିର୍ମାଣ କାର୍ଯ୍ୟ ସପ୍ତଦଶ ଦିବସ: ତୁମ୍ବ ଗୁଡିକରେ ଅଖ ବିନ୍ଧ ବା ଅଗର ବିନ୍ଧ ହେବା ପରେ ତିନି ରଥର ମହାରଣା ସେବକ ମାନେ ଅର ସାଲ କାର୍ଯ୍ୟ ଜାରୀ ରଖିଛନ୍ତି

0
85

By Our Correspondent

BHUBANESWAR:  ଆଜି ରଥ ନିର୍ମାଣର ସପ୍ତଦଶ ଦିବସ ରେ ତିନି ରଥର ନିର୍ମାଣକାରୀ ସେବକ ବୃନ୍ଦ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ସମୟରେ ଉପସ୍ଥିତ ପୂର୍ବକ ଦୈନଦିନ ପ୍ରକାରେ ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ଗତକାଲି ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖ ର ନିର୍ମାଣ ଅନୁକୂଳ ପୂଜା ପରେ ତିନି ରଥ ନାହାକା ଅଖ ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଆରମ୍ଭ ପରେ ମାଠେଣୀ କାର୍ଯ୍ୟ ଜାରୀ ଥିଲା. ଆଜି ତିନି ରଥ ନାହାକା ଅଖର ଉଭୟ ପାର୍ଶ୍ଵ ଗୋଲେଇ ସହ ମାଠେଣୀ କାର୍ଯ୍ୟ ଶେଷ ହୋଇଛି।  ତିନି ରଥର ମୋଟ ୪୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ୧୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି।

ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର  ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବାବେଳେ ବନ୍ଦିଘୋଷ ରଥର ୬ ଗୋଟି ଚକ ନିର୍ମାଣ ଆଜି ସୁଦ୍ଧା ଶେଷ ହୋଇଛି ।* ଏତଦ୍ ବ୍ୟତୀତ ତିନି ରଥର ପ୍ରଥମ ଭୂଇଁ ଓରା ନିର୍ମାଣ ଶେଷ ହୋଇ ସେଥିରେ ଉଭୟ ପାର୍ଶ୍ଵ ବିନ୍ଧ କାର୍ଯ୍ୟ ଚାଲୁ ରହିଛି ।

ଆଜି ତିନି ରଥର ଆଉ ତିନୋଟି ଲେଖାଏଁ ତୁମ୍ବରେ ଭୋଇ ସେବକଙ୍କ ଦ୍ଵାର ସିଙ୍ଗଡ଼ା ଵାଡ଼ିଆ ଶେଷ ହେବା ପରେ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନେ ରଥ ଚାଳିକୁ ଯୋଗାଇ ଦେଇଥିଲେ ତୁମ୍ବ ଗୁଡିକରେ ଅଖ ବିନ୍ଧ ବା  ଅଗର ବିନ୍ଧ ହେବା ପରେ ତିନି ରଥର ମହାରଣା ସେବକ ମାନେ ଅର ସାଲ କାର୍ଯ୍ୟ ଜାରୀ ରଖିଛନ୍ତି।

ଏଥି ସହ ଆଜି ତିନି ରଥର ଗୋଟିଏ ଗୋଟିଏ  ସିଂହାସନରାଏ ଚଉପଟ କାର୍ଯ୍ୟ  ତିନି ରଥର ମହାରଣା ସେବକ ମାନେ ଚଉପଟ କାର୍ଯ୍ୟ ଜାରୀ ରଖିଛନ୍ତି।

ଏଥିସହ ତିନି ରଥର ଛଅ ଟି ଲେଖାଏଁ କୁଡୁକା ଚଉପଟ କାର୍ଯ୍ୟ ଜାରୀ ରଖିଛନ୍ତି।ରୂପକାର ସେବକ ମାନେ ତିନି ରଥର ଏଗାରଟି ଲେଖାଏଁ ସାଲ ଗୁହରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି।

କମାର ଶାଳ-ଦୋଳବେଦୀ ଅସ୍ଥାଇ କମାର ଶାଳରେ ତିନି ରଥର ଓଝା ସେବକ ମାନେ ଆଜି ସୁଦ୍ଧା  ତିନି ରଥ ର ୧୦ ଟି ଲେଖାଏଁ ଚକ ପାଇଁ ଆବଶ୍ୟକ ଆର କଣ୍ଟା ନିର୍ମାଣ ଶେଷ କରିବା ସହ ଆଜି ସୁଦ୍ଧା ତିନି ରଥର ମୋଟ ୮୪ ଗୋଟି ପନ୍ଦାରି ନିର୍ମାଣ ଶେଷ ପରି ତିନି ଏଥର ପନ୍ଦାରି ଚାବି ଏବଂ  ତୁମ୍ବ ବାହ୍ୟ ବଳା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଛି ।

ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ

ତିନି ରଥର ମହାରଣା ସେବକ -୭୭

ତିନି ରଥର ଭୋଇ ସେବକ     -୬୯

ତିନି ରଥର କରତୀ ସେବକ    –  ୪

ତିନି ରଥର କମାର ସେବକ    – ୧୭

ତିନି ରଥର ରୂପକାର ସେବକ – ୨୧

ତୁମ୍ବ ବିନ୍ଧ କାରୀଗର             –   ୨

ପହି ମହାରଣା                    –  ୨

ରଥଖଳା ସହାୟକ(ପାଣିବାଲା) – ୧

ମୋଟ – ୧୯୩ ଜଣ

 

 

 

 

LEAVE A REPLY

Please enter your comment!
Please enter your name here