By Our Correspondent
PURI: ଆଜି ରଥ ନିର୍ମାଣର ୫୬ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ସବୁଦିନ ପାରି ସକାଳ ଘ.୮.୦୦ ଟିକା ସମୟରେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ମୁଖ୍ୟ ମହାରଣା ଙ୍କ ମାର୍ଗ ଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ରେ ଯୋଗ ଦେଇଥିଲେ।
ଗତକାଲି ସୁଦ୍ଧା ତିନି ରଥର ପାର୍ଶ୍ଵ ଦେବ ଦେବୀ ସଂସ୍ଥାପିତ ହେବା ସହ ଚିତ୍ରକାର ସେବକ ମାନଙ୍କ ଦ୍ଵାରା ତିନି ରଥ ପ୍ରଭା ରେ ଖୋଦେଇ ରୂପରେ ରଙ୍ଗ ଚିତ୍ର କାର୍ଯ୍ୟ ଆରମ୍ଭ ହେବାସହ, ରଥ ବେଦୀ ଚାରି ପାର୍ଶ୍ବରେ ଗାଈ ଗୋଠ ଚିତ୍ର, ଘୋଡ଼ା, ସାରଥୀ ଙ୍କ ରଙ୍ଗ କାର୍ଯ୍ୟ ଜାରୀ ରହିଥିଲା.
ଆଜି ମହାରଣା ସେବକ ଏବଂ ଭୋଇ ସେବକ ମାନେ ମିଶି ତିନି ରଥରେ ଠେକେରା ବାଡ଼ ବୁଲାଇବା ସହ ସେଥିରେ ସଖି ଫିଟିଙ୍ଗ ଶେଷ କରିଛନ୍ତି।
ଶ୍ରୀବିଗ୍ରହମାନଙ୍କ ମାନଙ୍କ ପାଇଁ ନିର୍ମାଣ ଶେଷ ହୋଇଥିବା ବିଜେ ଚକା ତ୍ରୟ ରେ ତିନିରଥ ମହାରଣା ସେବକ ମାନେ ସେଥିରେ ବିନ୍ଧ ସହ ତିନିଗୋଟି ଲେଖାଏଁ କାଠ ଖିଲ ନିର୍ମାଣ ଶେଷ କରିଛନ୍ତି। ତିନିରଥ ସିଂହଦ୍ୱାର କୁ ଯିବାପରେ ବେଦୀ ଚକା ସିଂହାସନରେ ସଂଯୋଗ ହେବ।
ଆଜି ପିତଳ ସଜ କାରୀଗର ମାନେ ତିନି ରଥର ବେଦୀ ସିଂହାସନ ଉପର କନକ ମୁଣ୍ଡି ରେ ପିତଳ ଚଦର ଆବରଣ (ବର୍ଷା ପାଇଁ ନ ପଡ଼ିବା ପାଇଁ) ଫିଟିଙ୍ଗ କାର୍ଯ୍ୟ ଶେଷ କରିଛନ୍ତି।
ଦରଜୀ ସେବକ ମାନେ ତିନି ରଥର ବତା କନା ଯୋଡ଼ଣୀ, ପୋଟଳ କନା କାର୍ଯ୍ୟ ଶେଷ କରି କୋଠ ସୁଆଁଶିଆ ସେବକ ମାନଙ୍କୁ ଯୋଗାଇବା ପରେ, ଶ୍ରୀବିଗ୍ରହ ମାନଙ୍କ ପହଣ୍ଡି ପାଇଁ ବ୍ୟବହୃତ ଲାଗି ଲୁଗା ସିଲେଇ କାର୍ଯ୍ୟ ଶେଷ କରିଛନ୍ତି।
କୋଠ ସୁଆଁଶିଆ ସେବକ ମାନେ ତିନି ରଥର ଦୁଆର ବେଢ଼ା ଏବଂ ଚନ୍ଦ୍ର ଶାଳୀ ରେ କନା ପକା କାର୍ଯ୍ୟ ଶେଷ କରିଥିଲେ, ଆଜି ପ୍ରଥମେ ତାଳଧ୍ଵଜ ରଥର ପୋଟଳ ଏବଂ ବତା ଆବରଣ କନା ପକା କାର୍ଯ୍ୟ ଶେଷ କରି, ନନ୍ଦିଘୋଷ ରଥ ଏବଂ ଦର୍ପଦଳନ ରଥ ର ପୋଟଳ ଏବଂ ବତା ଆବରଣ ରେ କନା ପକା କାର୍ଯ୍ୟ ଜାରୀ ରଖିଛନ୍ତି।
ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ପ୍ରଭା କଣ୍ଟା ନିର୍ମାଣ ଶେଷ କରି କୋଠ ସୁଆଁଶିଆ ସେବକ ମାନଙ୍କ ପାଇଁ ରଥରେ କନା ପକା କାର୍ଯ୍ୟ ପାଇଁ ହାତୁଡ଼ି, ଛୁରୀ ନିର୍ମାଣ କରି ଯୋଗାଇ ଦେଇଛନ୍ତି।
ଚିତ୍ରକାର ସେବକ ମାନେ ତିନିରଥ ର ପ୍ରଭା ରେ ଖୋଦେଇ ରୂପରେ ରଙ୍ଗ କାର୍ଯ୍ୟର ଶେଷ ସ୍ପର୍ଶ ଦେବା ସହ ତିନି ରଥର ସାରଥି, ଘୋଡ଼ା, ରଙ୍ଗ କାର୍ଯ୍ୟ ଶେଷ କରି, ତିନିରଥ ର ବାହ୍ୟ ଅଂଶ ରଙ୍ଗ କାର୍ଯ୍ୟ ଶେଷ କଲା ପରେ, ରଥ ବାହ୍ୟ ଅଂଶର ଆବଶ୍ୟକତାକୁ ଦେଖି ରଙ୍ଗ କାର୍ଯ୍ୟର ଶେଷ ସ୍ପର୍ଶ ପାଇଁ ପରଖ ଅନୁଧ୍ୟାନ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୭୭
ତିନିରଥ ର ଭୋଇ ସେବକ – ୭୬
ତିନିରଥ ର କରତୀ ସେବକ – ୪
ତିନିରଥ ଓଝା କମାର ସେବକ – ୨୦
ତିନିରଥ ର ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୨
ସହାୟକ (ପାଣି ବାଲା) – ୧
ଚିତ୍ରକାର ସେବକ – ୪୦
ମୋଟ – ୨୪୩ ଜଣ




























