ମୟୂରଭଞ୍ଜରେ ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର ଏବଂ କେନ୍ଦୁଝରରେ ସଂକୀର୍ତ୍ତନ ମଣ୍ଡଳୀର ପରିବେଶ ସଚେତନତାକୁ ପ୍ରଶଂସା କରି ଓଡ଼ିଶାର ଗାରିମା ବଢାଇଛନ୍ତି ପ୍ରଧାନମନ୍ତ୍ରୀ- ଧର୍ମେନ୍ଦ୍ର ପ୍ରଧାନ

0
218

By Our Correspondent

BHUBANESWAR:  ‘ମନ୍ କୀ ବାତ୍ କାର୍ଯ୍ୟକ୍ରମ’ର ୧୨୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜରେ ଜନଜାତି ମହିଳାଙ୍କ ଦ୍ୱାରା ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର ଏବଂ କେନ୍ଦୁଝର ଜିଲ୍ଲାରେ ‘ରାଧା କୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ’ର ସଦସ୍ୟମାନଙ୍କ ଦ୍ୱାରା ଜଙ୍ଗଲ ଏବଂ ପରିବେଶର ସୁରକ୍ଷା ପାଇଁ ସାମାଜିକ ସଚେତନତା ସୃଷ୍ଟି କରିବା ଉପରେ ଆଲୋଚନା କରିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ମନ୍ କୀ ବାତ୍ ଦେଶର ସାମୂହିକ ସଫଳତା ଏବଂ ଆମ ନାଗରିକଙ୍କ ପ୍ରେରଣାଦାୟୀ ସଫଳତାକୁ ଲୋକଲୋଚନକୁ ଆଣିବାର ଏକ ବୃହତ ମଞ୍ଚ ଭାବରେ ବିକଶିତ ହୋଇଛି । ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ମୟୂରଭଞ୍ଜରେ ଜନଜାତି ମହିଳାମାନଙ୍କ ଦ୍ୱାରା ବୁଣାଯାଉଥିବା ସଫଳତାର କାହାଣୀ ବିଷୟରେ କହିଥିଲେ । ଏହା ଦ୍ୱାରା ଆନ୍ତର୍ଜାତିକ ସ୍ତରରେ ସମଗ୍ର ଓଡ଼ିଶା ଏବଂ ଜନଜାତି ସମୁଦାୟର ନାରୀଶକ୍ତିଙ୍କ କାର୍ଯ୍ୟକୁ ଲୋକଲୋଚନକୁ ଆସିପାରିଛି । ଏହି ମହିଳାମାନେ କେବଳ ଶାଢୀ ତିଆରି କରୁନାହାନ୍ତି ବରଂ ସମାଜରେ ନିଜର ପରିଚୟ ସୃଷ୍ଟି କରିବା ସହ ଆତ୍ମନିର୍ଭର ହେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରଶଂସା ତଥା ଜାତୀୟ ମଞ୍ଚରେ ସ୍ୱୀକୃତି ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣର ନୂତନ ଅଧ୍ୟାୟ ଲେଖିବାକୁ ପ୍ରେରଣା ଦେବ ।

କେନ୍ଦୁଝର ଜିଲ୍ଲାରେ ‘ରାଧା କୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ’ର ସଦସ୍ୟମାନଙ୍କ ଦ୍ୱାରା ଅଭିନବ ଉପାୟରେ ଜଙ୍ଗଲ ଏବଂ ପରିବେଶର ସୁରକ୍ଷା ପାଇଁ ସାମାଜିକ ସଚେତନତା ସୃଷ୍ଟି କରିବା ଉପରେ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭଜନ-କୀର୍ତ୍ତନ-ଲୋକଗୀତ ଦ୍ୱାରା ବନାଗ୍ନି ସମ୍ପର୍କରେ ସଚେତନତାକୁ ପ୍ରୋତ୍ସାହିତ କରିବା ଏକ ଅନନ୍ୟ ଏବଂ ପ୍ରେରଣାଦାୟୀ ପ୍ରୟାସ । ଏହି ସଂକୀର୍ତ୍ତନ ମଣ୍ଡଳୀ ପ୍ରମିଳା ପ୍ରଧାନଙ୍କ ପ୍ରେରଣାରେ ଗାଁ ଗାଁ ବୁଲି ଗୀତ ସାହାଯ୍ୟରେ ଜଙ୍ଗଲ ଏବଂ ପରିବେଶର ସୁରକ୍ଷା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି । ପ୍ରମିଳାଙ୍କ ପରି ଲୋକମାନେ ହିଁ ପ୍ରକୃତରେ ସମାଜ ପାଇଁ ଏକ ପ୍ରେରଣା ।  

ଏହାବ୍ୟତୀତ ଭାରତର ବୌଦ୍ଧିକ ଐତିହ୍ୟ, କାଳଜୟୀ ଜ୍ଞାନ ଏବଂ ଜ୍ଞାନ ପରମ୍ପରା ବିଶ୍ୱକୁ ସମୃଦ୍ଧ କରିଛି ଏବଂ ମାନବତାର ଭବିଷ୍ୟତକୁ ଆଲୋକିତ କରିବାର ସମ୍ଭାବନା ରଖିଛି । ଆମ ସରକାର ଦ୍ୱାରା ଆରମ୍ଭ କରାଯାଇଥିବା ଜ୍ଞାନ ଭାରତମ୍ ମିଶନ ଭାରତର ବୌଦ୍ଧିକ ଐତିହ୍ୟକୁ ସୁରକ୍ଷା ଦେବା ସହିତ ଏହାର ବ୍ୟାପକ ସୁଗମତା ଏବଂ ଶୈକ୍ଷିକ ସମନ୍ୱୟକୁ ସୁନିଶ୍ଚିତ କରିବାର ଲକ୍ଷ୍ୟ ରଖିଛି । ପ୍ରଧାନମନ୍ତ୍ରୀ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଜ୍ଞାନ ଭାରତମ୍ ମିଶନ ବିଷୟରେ କହିଥିଲେ । ଏହି ମିଶନ ଭାରତର ସମୃଦ୍ଧ ଐତିହ୍ୟକୁ ଉପଯୋଗ କରି ଦେଶକୁ ଏକ ବିଶ୍ୱ ଜ୍ଞାନ ସୁପର ପାୱାର କରିବାରେ ସହାୟକ ହେବ ବୋଲି ସେ ଉଲ୍ଲେଖ କରିଥିଲେ ।

LEAVE A REPLY

Please enter your comment!
Please enter your name here