ମୁଖ୍ୟ ପ୍ରଶାସକ ଭାବେ ଡଃ ଅରବିନ୍ଦ ପାଢ଼ୀ ଯୋଗଦେଇଛନ୍ତି: ରଥ ଉପରକୁ ମୋବାଇଲ ଫୋନ ନେବା ସମ୍ପୂର୍ଣ୍ଣ ନିଷେଧ, ଏଥିରେ ଖିଲାପ ହେଲେ ସଂମ୍ପୃକ୍ତ ବ୍ୟକ୍ତି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

0
100
ଆଜି ତା୧୨.୭.୨୦୨୪ ରିଖ , ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟ ପ୍ରଶାସକ ଭାବେ ଡଃ ଅରବିନ୍ଦ ପାଢ଼ୀ ଯୋଗଦେଇଛନ୍ତି, ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ ମୁଖ୍ୟ ପ୍ରଶାସକ, ଏହି ଅବସରରେ ସେ ନୀତି କାନ୍ତି ସୂଚାର ରୂପେ ସମ୍ପାଦନାକୁ ନେଇ ସେବାୟତଙ୍କ ସହ ଆଲୋଚନା କରିଥିଲେ ।

By Our Correspondent

PURI/BHUBANESWAR:  ଆଜି ତା୧୨.୭.୨୦୨୪ ରିଖ , ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟ ପ୍ରଶାସକ ଭାବେ ଡଃ ଅରବିନ୍ଦ ପାଢ଼ୀ ଯୋଗଦେଇଛନ୍ତି, ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ ମୁଖ୍ୟ ପ୍ରଶାସକ, ଏହି ଅବସରରେ ସେ ନୀତି କାନ୍ତି   ସୂଚାର ରୂପେ ସମ୍ପାଦନାକୁ ନେଇ ସେବାୟତଙ୍କ ସହ ଆଲୋଚନା କରିଥିଲେ ।

ରଥ ଉପରେ ଆବଶ୍ୟକ ସଂଖ୍ୟା ଠାରୁ ଅଧିକ ସେବାୟତ ଯେପରି ନ ରୁହନ୍ତି  ସେଥିନେଇ ଧ୍ୟାନ ଦେବା ସହ, ରଥ ଉପରକୁ ମୋବାଇଲ ଫୋନ୍ ନେବା ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏଥିରେ ଖିଲାପ ହେଲେ ସଂମ୍ପୃକ୍ତ ବ୍ୟକ୍ତି ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି।  ଡଃ ପାଢୀ କହିଛନ୍ତି, ରଥ ଉପରେ ମୋବାଇଲ ଫୋନ ବ୍ୟବହାର ନେଇ ନିଷେଧାଦେଶ ରହିଛି । ରଥଯାତ୍ରା ବ୍ୟବସ୍ଥାବଳୀରେ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି।

ହେଲେ ରଥ ଉପରକୁ ମୋବାଇଲ୍ ନିଆଯାଉଥିବା ପରିଲକ୍ଷିତ ହେଉଛି। ଏଭଳି ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ଯ ପ୍ରଶାସକ କହିଛନ୍ତି।  ସେବା ସହ ଜଡ଼ିତ ନଥିଲେ ରଥ ଉପରକୁ କେହି ଯାଇ ପାରିବେନି। ଏଥିପାଇଁ ସେବାୟତମାନଙ୍କ ସହଯୋଗ କାମନା କରୁଛୁ। ଆମେ ଆଶା କରୁଛୁ ସେମାନେ ଆମକୁ ସହଯୋଗ କରିବେ। ଯାହାଦ୍ୱାରା ଆମ ସଂସ୍କୃତି ପ୍ରଚାର ପ୍ରସାର ପରିବର୍ତ୍ତେ ଯେପରି କୌଣସି ନିନ୍ଦା ଆସିବନି ବୋଲି ମୁଖ୍ଯ ପ୍ରଶାସକ ଅପିଲ କରିଛନ୍ତି ।

ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ସେଥିପାଇଁ ଠାକୁରଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛୁ।ଏଥିପାଇଁ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆସିବା ଯାଏ ଆମେ ଅପେକ୍ଷା କରିବା। ଏହି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଧ୍ୟାନ ଦେବ। ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ଗୁଡ଼ିକ ସୁରୁଖୁରରେ ସମ୍ପାଦନ କରାଯିବ। ଶ୍ରୀଜିଉଙ୍କ ନୀତି କିପରି ଭାବ ଶୃଙ୍ଖଳିତ ଭାବେ ହେବା ତା’ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। କିଭଳି ସମସ୍ତ ନିୟମ ଅନୁସାରେ ନୀତିକାନ୍ତି ହେବ ତାକୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here