ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ମୁକାବିଲା ପରିଚାଳନା ନେଇ ସମୀକ୍ଷା କରିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏନଡିଆରଏଫ ଟିମ୍ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ଉଦ୍ଧାରକାର୍ଯ୍ୟକୁ ଆହୁରି ତ୍ବରାନ୍ୱିତ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି

0
37

By Our Correspondent

BHUBANESWAR:  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାତ୍ୟା ମୁକାବିଲା ପରିଚାଳନା ନେଇ ସମୀକ୍ଷା କରିଛନ୍ତି। ବାତ୍ୟାପ୍ରଭାବିତ ଅଞ୍ଚଳକୁ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଠାଯାଇଥିବାବେଳେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି।

ବାତ୍ୟା ପରିସ୍ଥିତିରେ ଲୋକ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷରୁ ବାତ୍ୟା ପରିସ୍ଥିତିର ଉପରେ ନଜର ରଖାଯାଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏନଡିଆରଏଫ ଟିମ୍ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ଉଦ୍ଧାରକାର୍ଯ୍ୟକୁ ଆହୁରି ତ୍ବରାନ୍ୱିତ କରାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି

 

LEAVE A REPLY

Please enter your comment!
Please enter your name here