ମୁଖ୍ୟମନ୍ତ୍ରୀ   ମାଲକାନଗିରିରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି, ୨ଟି ନିର୍ବାଚନମଣ୍ଡଳୀ ପାଇଁ ₹୫୫.୫୦ କୋଟିର ଅନୁଦାନ ମଞ୍ଜୁର

0
298
ଗାଁର ସଂସ୍କୃତି ସୁରକ୍ଷା ସହ ଆଧୁନିକ ସୁବିଧାର ହେବ ବିକାଶ। ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ₹୫୫.୫୦ କୋଟିର ଅନୁଦାନ ମଞ୍ଜୁର ହୋଇଛି।

By Our Correspondent  

BHUBANESWAR: ଗାଁର ସଂସ୍କୃତି ସୁରକ୍ଷା ସହ ଆଧୁନିକ ସୁବିଧାର ହେବ ବିକାଶ। ମୁଖ୍ୟମନ୍ତ୍ରୀ   ମାଲକାନଗିରିରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ₹୫୫.୫୦ କୋଟିର ଅନୁଦାନ ମଞ୍ଜୁର ହୋଇଛି।

ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୫୫.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା: ଚିତ୍ରକୋଣ୍ଡା ଓ ମାଲକାନଗିରି।

ଜିଲ୍ଲାର ଗାଁଗୁଡ଼ିକରେ ଡିଜିଟାଲ ଭିତ୍ତିଭୂମିର ବିକାଶ ସହ ବିଜ୍ଞାନ ପାର୍କ, ଦକ୍ଷତା ବିକାଶ କେନ୍ଦ୍ର, ୱାର୍କ ହବ୍ ଓ ବ୍ୟଙ୍କିଙ୍ଗ ସୁବିଧା ଆଦି ବିକାଶ କରାଯିବ। ଏଥିସହ ଜିଲ୍ଲାବାସୀଙ୍କୁ ଉତ୍ତମ ସୁବିଧା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ହସ୍ତଗତ ହୋଇଥିବା ମତାମତ ଆଧାରରେ ୪୧ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ₹୧୬୪.୬୮ କୋଟି ମଞ୍ଜୁର କରିଛନ୍ତି.

LEAVE A REPLY

Please enter your comment!
Please enter your name here