ମୁଖ୍ୟମନ୍ତ୍ରୀ  “ଆମ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମର ୧୧ତମ ଦିନରେ କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି

0
329
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି "ଆମ ଓଡିଶା, ନବୀନ ଓଡିଶା" କାର୍ଯ୍ୟକ୍ରମର ୧୧ତମ ଦିନରେ କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

By Our Correspondent  

BHUBANESWAR:  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି “ଆମ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମର ୧୧ତମ ଦିନରେ କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏଥିପାଇଁ କନ୍ଧମାଳ ଜିଲ୍ଲାର ବାଲିଗୁଡା, ଜି. ଉଦୟଗିରି ଓ ଫୁଲବାଣୀ ନିର୍ବାଚନ ମଣ୍ଡଳୀକୁ ୮୫.୫୦ କୋଟି ମିଳିଛି। ୧୨ଟି ବ୍ଲକ୍‌‌ର ୧୭୧ଟି ଗ୍ରାମ ପଞ୍ଚାୟତରେ ୨୦୯୯ଟି ପ୍ରକଳ୍ପ ହେବ।

ଅନୁଗୋଳ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ  ୧୧୨.୫୦ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା: ତାଳଚେର, ପାଲଲହଡା, ଛେଣ୍ଡିପଦା, ଆଠମଲ୍ଲିକ ଓ ଅନୁଗୋଳ। ଏଥିରେ ୮ଟି ବ୍ଲକ୍‌ର ୨୨୫ଟି ଗ୍ରାମପଞ୍ଚାୟତରେ  ୨୭୯୬ଟି ପ୍ରକଳ୍ପ କରାଯିବ।

ସେହିପରି ଗଜପତି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୭୪.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା: ମୋହନା ଓ ପାରଳାଖେମୁଣ୍ଡି। ଏହିସବୁ ନିର୍ବାଚନମଣ୍ଡଳୀର ୭ଟି ବ୍ଲକ୍‌‌ର ୧୪୯ଟି ଗ୍ରାମ ପଞ୍ଚାୟତରେ ୧୬୬୨ଟି ପ୍ରକଳ୍ପ ହେବ.

LEAVE A REPLY

Please enter your comment!
Please enter your name here