ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଅଭିଭାବକ ସଙ୍ଘ, ଉଚ୍ଚକ୍ଷମତା ସମ୍ପର୍ଣ କମିଟି ଦ୍ୱାରା ବିଜେ ଇଏମ ସ୍କୁଲ କେଳେଙ୍କାରୀର ତଦନ୍ତ ନିର୍ଦେଶ

0
256

By Our Correspondent

BHUBANESWAR:   l ଆଜି ବିଜେଇମ ସ୍କୁଲ ଅଭିଭାବକ ସଂଘ ସଭାପତି ଶ୍ରୀ ରଂଜନ କୁମାର ଦାସ ଙ୍କ ନେତୃତ୍ଵରେ ଏକ 10 ଜଣିଆ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ରେ ଭେଟିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଜଷ୍ଟିସ କେ ପି ମହାପାତ୍ର ଙ୍କ ସବ କମିଟି ରିପୋର୍ଟ କୁ ଫାଇନାଲ ରିପୋର୍ଟ ଦର୍ଶାଇ ବାର୍ଷିକ 20 % ହାରରେ ଫି ବୃଦ୍ଧି କରି ଚାଲିବା  । ଗତ କାଲି  ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ବେଳେ ସବ କମିଟି ରିପୋର୍ଟର ସତ୍ୟତା ଧରା ପଡିଯିବା,ଫି ବୃଦ୍ଧି ପାଇଁ କିଛି ଅଭିଭାବକ ମାନେ ଶିକ୍ଷକ ମାନଙ୍କୁ କହିଛନ୍ତି ବୋଲି ସ୍କୁଲ ଅଧ୍ୟକ୍ଷା ସନ୍ଧ୍ୟା ଜେନା ପୋଲିସ ଉପସ୍ଥିତି ରେ କହିବା କଥା ବିଷୟ ସ୍କୁଲ ଗଣଶିକ୍ଷା ବିଭାଗ ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କୌଣସି ଅଭିଭାବକ ଫି ବୃଦ୍ଧି ସପକ୍ଷରେ ଦସ୍ତଖତ ଦେଇ ନାହାନ୍ତି  ବୋଲି ଆଜି ସଂଘ ଜଣାଇଥିଲେ ।

ପିଲାଙ୍କ ପାଠ ପଢ଼ା ଆଲୋଚନା ପାଇଁ PTM କୁ ଆସ ବୋଲି ଡ଼ାକି, ଫି ବୃଦ୍ଧି  ସମ୍ମତି ପାଇଁ  ଜାଲିଆତି କରି ଦସ୍ତଖତ ନେଇ ଥିବାରୁ , ଅଧ୍ୟକ୍ଷ ନା ରେ ପୋଲିସରେ   ଏତଲା ଦେବାକୁ ପରାମର୍ଶ ଦେଇଥିଲେ l ମାନ୍ୟବର ହାଇକୋର୍ଟ ଙ୍କ ନା କହି ସବ କମିଟି ରିପୋର୍ଟ କାଗଜ କୁ ଦେଖାଇ ଫି ବୃଦ୍ଧି କରିବା , ସ୍କୁଲ ଅଭିଭାବକ ସଂଘ ଅଜଣାତରେ ନିଜ ଇଚ୍ଛା ଅନୁସାରେ  ଦୁଇ ଜଣ ନିକଟ ସମ୍ପର୍କୀୟ ଅଭିଭାବକ ଙ୍କୁ SMC କମିଟି ରେ ରଖି ନlନା ବେଆଇନ କାର୍ଯ୍ୟ କୁ ମଂଜୁର କରାଇ ନେବା,PTM ମିଟିଂ ଉପସ୍ଥିତ କୁ ଦେଖାଇ ଫି ବୃଦ୍ଧି ପାଇଁ ରାଜି ହେବା ବୋଲି ମିଛ କହି କୋଟି କୋଟି ଟଙ୍କା ଲୁଟୁଥିବା ସ୍କୁଲ ର କାର୍ଯ୍ୟ କଲାପ ବିଷୟ ରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରା ଯାଇଥିଲା ।ମୁଖ୍ୟମନ୍ତ୍ରୀ ଏହି ଅଭିଯୋଗ ଉପରେ ଖୁବ୍ ଶୀଘ୍ର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସଚୀବ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବିଜେଏମ ସ୍କୁଲ ଗୋଟିଏ ନୁହେଁ ସବୁ ବେସରକାରୀ ସ୍କୁଲ ରେ ଏପରି ଅଭିଭାବକ ମାନେ ହଇରାଣ ହେଉଛନ୍ତି ତେଣୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଲେ ଏହାର ପ୍ରଭାବରେ ସାରା ରାଜ୍ୟର ଲକ୍ଷ ଲକ୍ଷ ଅଭିଭାବକ ନ୍ୟାୟ ପାଇପାରିବେ ବୋଲି ଓଡିଶା ଅଭିଭାବକ ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l ଆଲୋଚନା ବେଳେ ସେଠାରେ ଉପସ୍ଥିତ ଥିବା ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂଦେଓ, ସଂଘ ର ସମ୍ପାଦକ ଶ୍ରୀ ନିତ୍ୟାନନ୍ଦ ବେହେରା ଙ୍କୁ ଡାକି ଙ୍କୁ ଡାକି ସ୍କୁଲ ବିଷୟରେ ସବିଶେଷ ମୁଖ୍ୟମନ୍ତ୍ରୀ ଅବଗତ ମଧ୍ୟ ହୋଇଥିଲେ ।

ସବୁ ଖବର କାଗଜରେ ଆଜି ବିଜେଇମ ସ୍କୁଲ  କଥା ମୁ ପଢିଛି ତେଣୁ ତମ ସ୍କୁଲ  କଥା ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବି ବୋଲି ଉପସ୍ଥିତ ଅଭିଭାବକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଅଭିଯୋଗ ପ୍ରକୋଷ୍ଠରେ ଆଜିର ଆଲୋଚନାରେ ସ୍କୁଲ ଅଭିଭାବକ ସଙ୍ଘ ତରଫରୁ ଶ୍ରୀ ନିତ୍ୟାନନ୍ଦ ବେହେରା, ଆସୁ ରଂଜନ ମହାନ୍ତି, ଶକ୍ତି ପ୍ରାସାଦ ମହାନ୍ତି, ଶୁଭେନ୍ଦୁ କୁମାର ସାମନ୍ତ, ତରଞ୍ଜିତ୍ ଖାନା, ଦେବିକା ସାମଲ, ସାଗରିକା ସାହୁ, ନିବେଦିତା ଦାସ, ସୁଚିଶ୍ମିତା ସାମଲ,ଅଙ୍କିତା ନାୟକ ଆଦି ଅଭିଭାବକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ l ଅଭିଯୋଗ ପ୍ରକୋଷ୍ଠ ବାହାରେ ଶତାଧିକ ଅଭିଭାବକ ଶୁଣାଣି ପାଇଁ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here