ମହିଳା ବିରୋଧୀ ହିଂସାକୁ ଆଦୌ ବରଦାସ୍ତ କରାଯିବ ନାହିଁ କି ଏଭଳି ହୀନ ଘଟଣାରେ ସଂପୃକ୍ତ ଜଣକୁ ହେଲେ ଛଡାଯିବ ନାହିଁ, ୧୦୦ ଦିନ ବିଜେପି ସରକାରର ଜନକଲ୍ୟାଣକାରୀ କାର୍ଯ୍ୟରେ ବିଜେଡି, କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳଗୁଡିକ ଭୟଭୀତ ହୋଇ ପଡିଛନ୍ତି-ରାଜ୍ୟ ସଭାପତି ମନମୋହନ ସାମଲ

0
40

By Our Correspondent

BHUBANESWAR : ଭରତପୁର ଥାନା ଘଟଣାରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାର ଅତ୍ୟନ୍ତ ଯତ୍ନତା ଏବଂ ସଂଯମତାର ସହ ଉଚିତ୍ ପଦକ୍ଷେପ ଗ୍ରହଣ କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ସ୍ୱାଗତ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନେତୃତ୍ୱରେ ପ୍ରଥମେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇ ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା ଏବଂ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାନ୍ୟବର ହାଇକୋର୍ଟଙ୍କ ତତ୍ୱାବଧାନରେ କ୍ରାଇମବ୍ରାଂଚ ତଦନ୍ତ କରାଯିବା ସହିତ ଯଥା ଶୀଘ୍ର ତଦନ୍ତ ରିପୋର୍ଟ ପ୍ରକାଶ ପାଇବ । ମହିଳାଙ୍କ ସୁରକ୍ଷା ଏବଂ ମହିଳା ସଶକ୍ତୀକରଣ ହେଉଛି ଆମର ମୂଳ ଲକ୍ଷ୍ୟ । ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ମହିଳା ଅପରାଧ କ୍ଷେତ୍ରରେ ସର୍ବଦା ‘ଶୂନ୍ୟ ସହନଶୀଳତା ନୀତି’ ଅବଲମ୍ବନ କରାଯିବ । ଦୋଷୀଙ୍କୁ ଦଣ୍ଡ ଏବଂ ନିର୍ଦ୍ଦୋଷଙ୍କୁ ନ୍ୟାୟ ପାଇଁ ବିଜେପି ସରକାର କୌଣସି ସାଲିସ୍ କରିବ ନାହିଁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଅଯଥାରେ ଭରତପୁର ଘଟଣାକୁ ରାଜନୀତିକରଣ କରାଯାଉଛି । ମାତ୍ର ୧୦୦ ଦିନ ବିଜେପି ସରକାରର ଜନକଲ୍ୟାଣକାରୀ କାର୍ଯ୍ୟରେ ବିଜେଡି, କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳଗୁଡିକ ଭୟଭୀତ ହୋଇ ପଡିଛନ୍ତି । ମହିଳା ସୁରକ୍ଷାକୁ ପ୍ରାଥମିକତା ଦେଇ ଆମ ସରକାର କାର୍ଯ୍ୟ କରୁଛି । ମହିଳା ବିରୋଧୀ ହିଂସାକୁ ଆଦୌ ବରଦାସ୍ତ କରାଯିବ ନାହିଁ କି ଏଭଳି ହୀନ ଘଟଣାରେ ସଂପୃକ୍ତ ଜଣକୁ ହେଲେ ଛଡାଯିବ ନାହିଁ ବୋଲି ଶ୍ରୀ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here