ମହାପ୍ରଭୁଙ୍କ ପ୍ରତି ମହାଅପମାନ କରିଥିବା ମହାଅପରାଧିଙ୍କୁ କଠୋର ଦଣ୍ଡ ଦିଆଯାଉ,  ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ

0
355
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାଅପମାନ ତଥା ଶ୍ରୀଜଗନ୍ନାଥ ସଂସ୍କୃତିକୁ ଯୋଜନାବଦ୍ଧ ଭାବେ ନଷ୍ଟ କରିବା କାର୍ଯ୍ଯରେ ଲିପ୍ତଥିବା ହୀନ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ଦାବିନେଇ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଆଜି ରାଜ୍ଯବ୍ଯାପୀ ଆନ୍ଦୋଳନ ହୋଇଛି । ଏହି କ୍ରମରେ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ସାମ୍ନାରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ଭୁବନେଶ୍ବର ଶାଖା ପକ୍ଷରୁ ଏକ ଗଣ ବିକ୍ଷୋଭ କରାଯାଇ ଅଛି ।

By Our Correspondent

BHUBANESWAR:   ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାଅପମାନ ତଥା ଶ୍ରୀଜଗନ୍ନାଥ ସଂସ୍କୃତିକୁ ଯୋଜନାବଦ୍ଧ ଭାବେ ନଷ୍ଟ କରିବା କାର୍ଯ୍ଯରେ ଲିପ୍ତଥିବା ହୀନ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ଦାବିନେଇ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଆଜି ରାଜ୍ଯବ୍ଯାପୀ ଆନ୍ଦୋଳନ ହୋଇଛି । ଏହି କ୍ରମରେ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ସାମ୍ନାରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ଭୁବନେଶ୍ବର ଶାଖା ପକ୍ଷରୁ ଏକ ଗଣ ବିକ୍ଷୋଭ କରାଯାଇ ଅଛି ।

ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ହିନ୍ଦୁ ମାନଙ୍କର ପରମ ଆରାଧ୍ୟ, ଶ୍ରୀମନ୍ଦିର ହେଉଛି ଅସ୍ଥା, ବିଶ୍ୱାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି କୋଟି ଓଡ଼ିଆଙ୍କ ପରିଚୟ। ସରକାରକୁ ପରିଚାଳିତ କରୁଥିବା କିଛି ଅଣଓଡ଼ିଆ ବ୍ୟକ୍ତି ବିଶେଷ ଏବଂ ଅନ୍ୟ କିଛି ନ୍ୟସ୍ତସ୍ୱାର୍ଥ ଓଡ଼ିଆ ଗୋଷ୍ଠୀଙ୍କ ହୀନ ଚକ୍ରାନ୍ତ କାରଣରୁ ଶ୍ରୀଜଗନ୍ନାଥ ସଂସ୍କୃତିର ଘୋର ମର୍ଯ୍ୟାଦାହାନୀ ହେବା ସହ ଓଡ଼ିଆଙ୍କ ପରିଚୟ ସଙ୍କଟ ଦେଖା ଦେଇଛି। ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରା ତଥା ଓଡ଼ିଆ ଅସ୍ମିତା ଆଜି ଧ୍ଵଂସ ଆଡ଼କୁ ଗତି କରୁଛି।

ସରକାରୀ ପ୍ରାୟୋଜିତ ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧରେ ଯେଉଁଭଳି ଭାବେ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ ହୋଇ ଚାଲିଛି, ସେଥିପ୍ରତି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଗଭୀର ଚିନ୍ତା ପ୍ରକଟ କରୁଛି। ନିକଟ ଅତୀତରେ କାମିଆ ଜାନି ନାମ୍ନି ଜଣେ ଦେୟଯୁକ୍ତ ବ୍ଲଗର ଦ୍ଵାରା ଶ୍ରୀମନ୍ଦିର ତଥା ମହାପ୍ରସାଦର ପ୍ରଚାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ମହିଳା ଜଣକ ଗୋମାଂସ ଭକ୍ଷଣର ପ୍ରଚାର ପ୍ରସାର କରୁଥିବାର ଜଣା ପଡ଼ିଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ, ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ କୁଠାରଘାତ। ହଜାର ହଜାର ବର୍ଷ ପରମ୍ପରାର ପ୍ରତୀକ ଶ୍ରୀମନ୍ଦିର ଏବଂ ଏହାର ମହାପ୍ରସାଦ କୋଟି କୋଟି ହିନ୍ଦୁଙ୍କର ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ପ୍ରସାଦ। ଏହାର ପ୍ରଚାର ପ୍ରସାର କେବଳ ଧୃଷ୍ଟତା ମାତ୍ର। ବିଶେଷ କରି ଗୋମାଂସ ଭକ୍ଷଣର ପ୍ରଚାରକାରି ଦ୍ଵାରା ପ୍ରଚାର କରିବା କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏଭଳି କୁକାର୍ଯ୍ୟ ପଛରେ କୌଣସି ବୃହତ୍ ଷଡ଼ଯନ୍ତ୍ର କାର୍ଯ୍ୟ କରୁଥିବା ଭଳି ସନ୍ଦେହ ସୃଷ୍ଟି ହେଉଛି। ବିଗତ କିଛିଦିନ ତଳେ ଭିନ୍ନ ସମ୍ପ୍ରଦାୟରେ ବିଶ୍ୱାସ ରଖୁଥିବା ତାମିଲନାଡୁର ଜାଣେ ରାଜନେତା ସନାତନକୁ ସମାପ୍ତ କରିବାର କଥା କହିଥିଲେ। ଏକଦା ପୁରୀର ମାନ୍ୟବର ସାଂସଦ ପୁରୀକୁ ଭାଟିକାନ ସିଟି ଭଳି ଗଢି ତୋଳିବାର ମୁଖ୍ୟମନ୍ତ୍ରୀଙ୍କ ଇଛା ବୋଲି ବୟାନ ଦେଇଥିଲେ। ପୁନଶ୍ଚ ଖ୍ରୀଷ୍ଟୀୟ ନବବର୍ଷ ଅବସରରେ ମଧ୍ୟରାତ୍ରରେ ଶ୍ରୀମନ୍ଦିର ଖୋଲା ରଖିବା ଘୋଷଣା ମନ ଭିତରେ ଥିବା ସନ୍ଦେହକୁ ଆହୁରି ବଢାଇ ଦେଉଛି। ଏହା କୌଣସି ଏକ ବୃହତ୍ ଏଜେଣ୍ଡା ଅନ୍ତର୍ଭୁକ୍ତ ଭଳି ପ୍ରତୀୟମାନ ହେଉଛି।

ଏଭଳି ଅନ୍ତର୍ଘାତି, ସନାତନ ପରମ୍ପରା ତଥା ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ବିଶେଷଙ୍କୁ ସାମାଜିକ ବାସନ୍ଦ କରାଯାଉ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରାଜ୍ୟ ସରକାର ଏଭଳି ହିନ୍ଦୁ ବିରୋଧୀ ମାନସିକତାରୁ ନିବୃତ୍ତ ରୁହନ୍ତୁ ବୋଲି ଗଣ ବିକ୍ଷୋଭରେ ଦାବି କରାଯିବା ସଂଗେ ସଂଗେ ଏହି ଆନ୍ଦୋଳନକୁ ରାଜ୍ୟ ବ୍ୟାପୀ କରାଯିବ ବୋଲି ଶ୍ରୀମନ୍ଦିର ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଚେତେଇ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here