By Our Correspondent
PURI: ମହାପ୍ରଭୁଙ୍କ ଅପାର କରୁଣାରୁ ସ୍ନାନଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଅଛି। ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି।
ସେବକ ବନ୍ଧୁ ମାନଙ୍କର ଅକୁଣ୍ଠ ସହଯୋଗ ଯୋଗୁଁ ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଠିକଣା ସମୟରେ ସମାପନ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ତଥା ପୁଲିସ ପ୍ରଶାସନର କର୍ମଚାରୀ ଏବଂ ଅଧିକାରୀ ମାନେ ସମର୍ପିତ ଭାବେ ଦାୟୀତ୍ବ ସମ୍ପାଦନ କରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ଗଭୀର କୃତଜ୍ଞତା ତଥା ସାଧୁବାଦ ଜ୍ଞାପନ କରୁଅଛି।
ଅନ୍ୟାନ୍ୟ ବିଭାଗ, ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ମଧ୍ଯ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରୁଛି।
ଆଗାମୀ ଘୋଷଯାତ୍ରା ପାଇଁ ମଧ୍ଯ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରିବା ସହ ମହାପ୍ରଭୁଙ୍କ ପାଦପଦ୍ମରେ ପ୍ରଣତି ଜଣାଉଛି।




























