ମଦର୍ସ ଡେ ପାଇଁ ସେଲଫି ପ୍ରତିଯୋଗିତାର ଶୁଭାରମ୍ଭ, ମେ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ପଠାଇପାରିବେ ମା’ଙ୍କ ସହ ସେଲଫି, ଚଳିତ ବର୍ଷ ଭୁବନେଶ୍ୱର ୟୁନିଟ ୩ ରେ ଥିବା ଏକାମ୍ର ହାଟରେ ପାଳନ କରାଯିବ ମଦର୍ସ ଡେ, ମେ ୧୧ ତାରିଖ ମଦର୍ସ ଡେ ଅବସରରେ ପୁରସ୍କୃତ ହେବେ ଶ୍ରେଷ୍ଠ ଓ ହୃଦୟସ୍ପର୍ଶୀ ପୋଷ୍ଟ

0
183

By Our Correspondent

BHUBANESWAR:    ଆସନ୍ତା ମେ ୧୧ ତାରିଖରେ ସାରା ବିଶ୍ଵରେ ମଦର୍ସ ଡେ2025 ପାଳିତ ହେବାକୁ ଯାଉଛି। ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମେ ୬ ରୁ ୧୦ ପର୍ଯ୍ୟନ୍ତ ଏକ ସେଲଫି ପ୍ରତିଯୋଗିତା “ମଦର୍ସ ଡେ ସେଲଫି କଣ୍ଟେଷ୍ଟ” ଏକ ଅଭିନବ ପ୍ରୟାସର ଶୁଭାରମ୍ଭ କରିଛନ୍ତି  । ନିଜ ମାଆଙ୍କ ସହ ସେଲଫି  ଉଠାଇ, ମା ଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନରେ ଦୁଇ ପଦ ଲେଖି ମହିଳା ଓ ଶିଶୁ ବିକାଶ ବିଭାଗକୁ ଟ୍ୟାଗ କରନ୍ତୁ। #MoBou , #WCDOdisha, #Mothersday ରେ ଟ୍ୟାଗ କରି ସେଲଫି ସହ ଭାବାବେଗ ସମ୍ବଳିତ ବାର୍ତ୍ତା ପୋଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି ।

ଫେସବୁକ, ଇନଷ୍ଟାଗ୍ରାମ ଏବଂ ଏକ୍ସ ବା ଟ୍ଵିଟର, ପ୍ରତ୍ୟେକରୁ ୩ ଟି ଶ୍ରେଷ୍ଠ ଓ ହୃଦୟସ୍ପର୍ଶୀ ବିବେଚିତ ସେଲଫି ଏବଂ ବାର୍ତ୍ତା ପ୍ରେରକଙ୍କୁ ବିଜେତା ଘୋଷଣା କରି ମେ ୧୧ ତାରିଖ ମଦର୍ସ ଡେ ଦିବସରେ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ । ବିଜେତାଙ୍କ ଫୋଟୋ ବିଭାଗର ଅଫିସିଆଲ  ହ୍ୟାଣ୍ଡେଲରେ ପୋଷ୍ଟ କରାଯିବ ।

ମେ ୧୧ ତାରିଖରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟରେ ମଦର୍ସ ଡେ ପାଳନ ଅବସରରେ ବିଜେତାମାନେ ନିଜର ଉପଯୁକ୍ତ ପ୍ରମାଣପତ୍ର ଦର୍ଶାଇ ପୁରସ୍କାର ଗ୍ରହଣ କରିପାରିବେ ।

ଏହି କାର୍ଯ୍ୟକ୍ରମରେ ମା’ ମାନଙ୍କ ପାଇଁ ବହୁ ମଜାଳିଆ ଖେଳର ମଧ୍ୟ ଆୟୋଜନ କରାଯାଇଛି । ଭାଗ ନେବା ପାଇଁ ଚାଁହୁଥିବା ମା’ ମାନେ  ମେ ୧୧ ତାରିଖ ଅପରାହ୍ନ ୩ ଟା ସମୟରେ ଏକାମ୍ର ହାଟ ଆସି ସେହି ସ୍ଥାନରେ ହିଁ ପଞ୍ଜିକରଣ କରି ମଜାଳିଆ ଖେଳରେ ଭାଗ ନେଇପାରିବେ । ବିଜେତାମାନଙ୍କୁ ସେହି କାର୍ଯ୍ୟକ୍ରମରେ ହିଁ ପୁରସ୍କୃତ କରାଯିବ।ବହୁ ସଂଖ୍ୟାରେ ମା’ ମାନେ ଏହି କାର୍ଯ୍ୟକ୍ରମରେ ଭାଗ ନବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

 

LEAVE A REPLY

Please enter your comment!
Please enter your name here