ଭୂପେଶ ବାଘେଲଙ୍କ ସରକାର ନିଜର ବିଶ୍ୱସନୀୟତା ହରାଇଛି , ଧର୍ମେନ୍ଦ୍ର ପ୍ରଧାନ

0
376
ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ନିଜର ବିଶ୍ୱସନୀୟତା ହରାଇଛି ବୋଲି ଆଜି ଛତିଶଗଡ଼ର ରାୟପୁର ସମେତ ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Our Correspondent

RAIPUR/BHUBANESWAR: ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ନିଜର ବିଶ୍ୱସନୀୟତା ହରାଇଛି ବୋଲି ଆଜି ଛତିଶଗଡ଼ର ରାୟପୁର ସମେତ ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ ବିଜେପି ପ୍ରାର୍ଥୀ ପୁରନ୍ଦର ମିଶ୍ରଙ୍କ ସମର୍ଥନରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପି ପ୍ରତି ଜନତାଙ୍କ ଉତ୍ସାହ ଦେଖି କଂଗ୍ରେସର କ୍ରୋଧ ଆହୁରି ବଢିଯାଇଛି । ଚାଷୀ, ଗରିବ, ଜନଜାତି, ପଛୁଆ, ମହିଳା, ଯୁବକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିବା କଂଗ୍ରେସର କୁଶାସନ ଶେଷ ହେବାକୁ ଯାଉଛି । ଛତିଶଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଉପରେ ଜନତାଙ୍କ ଗ୍ୟାରେଣ୍ଟି ଓ ବିଶ୍ୱାସ ରହିଛି । 

ରାୟପୁରର ଆକାଶବାଣୀ ବସ୍ତିରେ ଓଡ଼ିଆ ଲୋକ ମାନଙ୍କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ମୋଦି ସରକାରରେ ପିଏମ ଆବାସ ସମେତ ଅନେକ କଲ୍ୟାଣକାରୀ ଯୋଜନା ଲୋକମାନଙ୍କ ଜୀବନଶୈଳୀ ପରିବର୍ତ୍ତନ କରିଛନ୍ତି । ପଛୁଆ ବର୍ଗଙ୍କୁ ସାମ୍ବିଧାନ ଅନୁମୋଦିତ ଅଧିକାର ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ।

ଛତିଶଗଡ଼ରେ ବିଜେପି ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଛତିଶଗଡବାସୀଙ୍କର ଆସ୍ଥା ଓ ବିଶ୍ୱାସ ରହିଛି ।  ଛତିଶଗଡ଼ବାସୀ କଂଗ୍ରେସର ପରାଜୟ ସୁନିଶ୍ଚିତ କରିଛନ୍ତି। ସେମାନଙ୍କ ମୂଲ୍ୟବାନ ଭୋଟ ଦେଇ ରାଜ୍ୟରେ ସରକାର ବଦଳାଇବାକୁ ଲୋକେ ସଂକଳ୍ପ ନେଇଛନ୍ତି। ବିଗତ ୫ ବର୍ଷର କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାର ସବୁଥିରେ ବିଫଳ ହୋଇ କେବଳ ଲୋକଙ୍କୁ ଠକିଛନ୍ତି ।

ଏହାର ପ୍ରଭାବ ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସାଧାରଣ ସଭାରେ ଉଦବୋଧନ ଦେଇ ପଦ୍ମଫୁଲରେ ଭୋଟ୍ ଦେବା ପାଇଁ ବିଜେପିକୁ ଜିତାଇବାକୁ ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here