By Our Correspondent
BHUBANESWAR: ଜୀବନର ସାର୍ଥକତା ଓ ସମ୍ପୂର୍ଣ୍ଣ ଉନ୍ନତି ନିମନ୍ତେ ଯୋଗର ଅମୂଲ୍ୟ ଭୂମିକାକୁ ମନନ କରି, ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ଆଜି ଭୁବନେଶ୍ୱର ସ୍ଥିତ ୟୁନିଟ୍-୩ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଯୋଗ ମହୋତ୍ସବ ସମିତି ଓଡ଼ିଶାର ପ୍ରାନ୍ତୀୟ ପ୍ରଶିକ୍ଷକ ପ୍ରଶିକ୍ଷଣ ଶିବିର ସାଂଗଠନିକ ଶୈଳୀରେ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ଓଡିଶାର ପୂର୍ବ ପ୍ରାନ୍ତର ୧୧ଟି ଜିଲ୍ଲାର ସଂଯୋଜକ, ସହ ସଂଯୋଜକ ଓ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ହୋଇଥିଲେ । ଶିବିରରେ ସେମାନଙ୍କୁ ଯୋଗ ଶିକ୍ଷା ପ୍ରସାର, ସଂଗଠନ ମଜବୁତ କରିବା ଓ ସମାଜର ସମସ୍ତ ପ୍ରତିଷ୍ଠାନରେ ଯୋଗକୁ ଶୃଙ୍ଖଳିତ ଭାବରେ ପ୍ରବେଶ କରାଯିବା ବିଷୟରେ ବିଶେଷ ପ୍ରଶିକ୍ଷଣ ଦିଆଯାଇଛି।
ଅନୁଷ୍ଠାନର ପ୍ରତିଷ୍ଠାତା ଭାବରେ ଯୋଗ ମହୋତ୍ସବ ସମିତି ଓଡ଼ିଶାର ସଂସ୍ଥାପକ ସ୍ୱାମୀ ପ୍ରାଣରୁପାନନ୍ଦ ଜୀ ଉପସ୍ଥିତ ଥିଲେ। ସ୍ୱାମୀଜୀ ତାଙ୍କ ଆଶିର୍ବଚନ ଓ ପ୍ରେରଣାଦାୟକ ଉଦବୋଧନରେ କହିଥିଲେ, “ଯୋଗ କେବଳ ଏକ ଅଭ୍ୟାସ ନୁହଁ, ଏହା ଜୀବନର ଏକ ଅଭିନ୍ନ ଅଂଶ । ଏହା ମାନବ ଜୀବନକୁ ସମ୍ପୂର୍ଣ୍ଣ ଓ ଶକ୍ତିଶାଳୀ କରିଥାଏ। ଆସନ୍ତୁ, ଆମେ ସମସ୍ତେ ଏହି ଅମୂଲ୍ୟ ଐତିହ୍ୟକୁ ଏବଂ ଏହାର ଲାଭକୁ ଗ୍ରାମ ଗ୍ରାମ, ଜିଲ୍ଲା ଜିଲ୍ଲାରେ ପହଁଚାଇବା ପାଇଁ କାର୍ଯ୍ୟ କରିବା ନେଇ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ବାନ ଦେଇଥିଲେ ।”
ଏହି ଅନୁଷ୍ଠାନରେ ସମିତିର ପ୍ରାନ୍ତୀୟ ସଦସ୍ୟ ତଥା ଦକ୍ଷ ଯୋଗ ଶିକ୍ଷକ ଶ୍ରୀ ସରୋଜ କାନ୍ତ ମହାପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ସତ୍ୟ ସୋଭନ ମିଶ୍ର, ସଦସ୍ୟା ଶ୍ରୀମତୀ ଅସୀମା ସାହାଣୀ, ଶ୍ରୀ ସନତ ପଟ୍ଟନାୟକ, ଜୀବନଜ୍ୟୋତି କୁଅଁର ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ।

























