ଭାରତ ଓ ଅଷ୍ଟ୍ରେଲିଆର ଶିକ୍ଷା, ଗବେଷଣା ଓ ଦକ୍ଷତା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ୧୧ଟି ଏମଓୟୁ ସ୍ୱାକ୍ଷରିତ, ଧର୍ମେନ୍ଦ୍ର ପ୍ରଧାନ

0
323
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେରଙ୍କ ମଧ୍ୟରେ ଗୁରୁବାର ନୂଆଦିଲ୍ଲୀ ଠାରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦେଶ ମଧ୍ୟରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଓ ଶିକ୍ଷାନୁଷ୍ଠାନରେ ସହଯୋଗୀ ହେବା ନେଇ ୧୧ଟି ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିବା ନେଇ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

By Our Correspondent

NEW DELHI/BHUBANESWAR:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେରଙ୍କ ମଧ୍ୟରେ ଗୁରୁବାର ନୂଆଦିଲ୍ଲୀ ଠାରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦେଶ ମଧ୍ୟରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଓ ଶିକ୍ଷାନୁଷ୍ଠାନରେ ସହଯୋଗୀ ହେବା ନେଇ ୧୧ଟି ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିବା ନେଇ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଭାରତର କୃଷି କ୍ଷେତ୍ରରେ ଲୋକଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଆଗାମୀ ଦେଢ ବର୍ଷରେ ଅଷ୍ଟ୍ରେଲିଆ ସରକାର ୧.୮୯ ମିଲିୟନ ଡଲାର ଖର୍ଚ୍ଚ କରିବେ । ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ସହ ଭାରତର ଶିକ୍ଷାନୁଷ୍ଠାନ ମିଳିତ ଭାବେ ନୂଆ ପାଠ୍ୟକ୍ରମ ତିଆରି କରିବା, ପ୍ରଶିକ୍ଷକ ସୃଷ୍ଟି କରିବା ସହ ସେମାନଙ୍କ କ୍ଷମତା ବୃଦ୍ଧି କରିବା ଉପରେ ଯୋଜନା ପ୍ରସ୍ତୁତ ହେବ । ଅଷ୍ଟ୍ରେଲିଆ ଏବଂ ଭାରତରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଯୋଗ୍ୟତାକୁ ମାନ୍ୟତା ଦେବା ସହ ଆଇଇଆଇଏଫ କ୍ରିଟିକାଲ ସ୍କିଲ ପ୍ରୋଜେକ୍ଟର ଘୋଷଣା କରାଯାଇଛି । ଆଜିର ଦ୍ୱିପାକ୍ଷିକ ବୈଠକ ଉଭୟ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ନୂଆ ସୁଯୋଗ ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ କର୍ମଜୀବୀଙ୍କୁ ସୁବିଧା ପ୍ରଦାନ କରିବା ସହ ଦୁଇ ଦେଶ ମଧ୍ୟରେ ଯୋଗ୍ୟତାକୁ ପାରସ୍ପରିକ ମାନ୍ୟତା ପ୍ରଦାନ କରିବା ପାଇଁ ନୀତିଗତ ଢାଞ୍ଚା ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିବଦ୍ଧତାର ଅଂଶବିଶେଷ । ଉଭୟ ଦେଶର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଟ୍ୟାସ୍କ ଫୋର୍ସ ଗଠନ କରାଯାଇଛି । ଏହି ଟାସ୍କ ଫୋର୍ସ ଦୁଇ ଦେଶରେ ଶିକ୍ଷା ଓ ଦକ୍ଷତା ଆଧାରିତ ଯୋଗ୍ୟତା ତଥା ଯୁବବର୍ଗଙ୍କୁ ଶିକ୍ଷା ଓ ରୋଜଗାରରେ ସହଯୋଗ କରିବା ପାଇଁ ବିଭିନ୍ନ ସ୍ତରର ଶିକ୍ଷା ଓ ଦକ୍ଷତାର ଯୋଗ୍ୟତାକୁ ନେଇ ପାରସ୍ପରିକ ସ୍ୱୀକୃତି ପାଇଁ ଏକ ବିସ୍ତୁତ ଢାଞ୍ଚା ପ୍ରସ୍ତୁତ କରିଛନ୍ତି ।

 ଉଚ୍ଚ ଶିକ୍ଷା କ୍ଷେତ୍ର ସହ ଦକ୍ଷତା ବିକାଶ, ଗବେଷଣା, ଇଣ୍ଟର୍ଣ୍ଣସିପ ଏବଂ ଅଷ୍ଟ୍ରେଲିଆ ଓ ଭାରତର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦାନପ୍ରଦାନ ଓ ସୁସମ୍ପର୍କକୁ ମଜଭୂତ କରିବା ନେଇ ଆଲୋଚନା ହୋଇଛି । ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶିଖରକୁ ନେବା ପାଇଁ ଏକ ନୂଆ ଫ୍ରେମଓ୍ୱାର୍କ ତିଆରି କରିବା ପାଇଁ ଉଭୟ ଦେଶର ମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି । ଏ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଉଭୟ ଦେଶର ଦୀର୍ଘ ଦିନର ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ କରିବା ପାଇଁ ଅଷ୍ଟ୍ରେଲିଆ ମନ୍ତ୍ରୀଙ୍କ ସହ ବୈଠକ ଫଳପ୍ରଦ ହୋଇଛି । ଉଭୟ ଦେଶରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣକୁ ସୁଗମ କରିବା ଓ ଛାତ୍ରଛାତ୍ରୀଙ୍କ ଆଦାନପ୍ରଦାନକୁ ଆନୁଷ୍ଠାନିକ ଭାବେ ବ୍ୟବସ୍ଥିତ କରିବା ଉପରେ ଚର୍ଚ୍ଚା କରାଯାଇଛି । ଅଧିକରୁ ଅଧିକ ଅଷ୍ଟ୍ରେଲିଆ ଛାତ୍ରଛାତ୍ରୀ ଗବେଷଣା, ଶିକ୍ଷା, ଇଣ୍ଟର୍ଣ୍ଣସିପ ଓ ଦକ୍ଷତା ବିକାଶ ପାଇଁ ଭାରତକୁ ଆସିବା ନେଇ ଶ୍ରୀ ପ୍ରଧାନ ଇଚ୍ଛାବ୍ୟକ୍ତ କରିଥିଲେ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଅଷ୍ଟ୍ରେଲିଆ ଏବଂ ଭାରତର ଦ୍ୱିପାକ୍ଷିକ ସମ୍ପର୍କରେ ଶିକ୍ଷାକୁ ଏକ ପ୍ରମୁଖ ସ୍ତମ୍ଭ ଭାବରେ ପ୍ରସ୍ତୁତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଅଷ୍ଟ୍ରେଲିଆନ ଇଣ୍ଟରନ୍ୟାସନାଲ ଏଜୁକେସନ କନଫରେନ୍ସର ପରିଧିରେ ଦକ୍ଷତା ବିକାଶରେ ସହଯୋଗକୁ ଅନ୍ତର୍ଭୃକ୍ତ କରିବା ଖୁସିର ବିଷୟ । ଆଜିର ଦ୍ୱିପାକ୍ଷିକ ବୈଠକ ନାଗରିକଙ୍କୁ ସଶକ୍ତ କରିବା ସହ ଶିକ୍ଷା ମାଧ୍ୟମରେ ଭାରତ ଏବଂ ଅଷ୍ଟ୍ରେଲିଆର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୂତ୍ କରିବା ଦିଗରେ ମାର୍ଗ ପ୍ରଶସ୍ତ କରିବ । ଉଭୟ ଦେଶର ଆକାଂକ୍ଷାକୁ ପୂରଣ କରିବା ଦିଗରେ ସହାୟକ ହେବ । 

 ଉଭୟ ଦେଶର ମନ୍ତ୍ରୀ ବଢୁଥିବା ବିସ୍ତୁତ ରଣନୈତିକ ସହଭାଗିତାକୁ ପ୍ରଶଂସା କରିଥିଲେ । ଏହାସହ ଆନୁଷ୍ଠାନିକ ସହଭାଗିତାକୁ ସୁଦୃଢ କରିବା  ଓ ଶିକ୍ଷା କ୍ଷେତ୍ରରେ ଦୂରତାକୁ ହ୍ରାସ କରିବା ପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ  । ଦେଶରେ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ଏଆଇଇଏସସି ଏବଂ ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ଜି- ୨୦ ଶିକ୍ଷା ବୈଠକରେ ଯୋଗଦେବା ପାଇଁ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କୁ ଓଡ଼ିଶାର ବାଲିଯାତ୍ରାକୁ ବାଖ୍ୟା କରୁଥିବା ପାରମ୍ପରିକ ନୌବାଣିଜ୍ୟ ଯାତ୍ରାର ଏକ ତାରକସୀ କଳାକୃତି ଏବଂ ଶ୍ରୀଅରବିନ୍ଦଙ୍କ ଜୀବନୀ ଉପରେ ଏକ ପୁସ୍ତକ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here