ଭାରତୀୟ ଶିକ୍ଷଣ ମଣ୍ଡଳ, ଓଡ଼ିଶା ପୂର୍ବ ପ୍ରାନ୍ତର ବିବିଭା ଶୋଧ ପତ୍ର ଲିଖନ ପ୍ରତିଯୋଗିତାର ପ୍ରମାଣ ପତ୍ର ବିତରଣ କାର୍ଯ୍ୟକ୍ରମ

0
53

By Our Correspondent

BHUBANESWAR:ଭୂବନେଶ୍ବର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ସଭାଗୃହରେ ଅକ୍ଟୋବର 20 ତାରିଖ ଦିନ ଭାରତୀୟ ଶିକ୍ଷଣ ମଣ୍ଡଳର ଯୁବା ଆୟାମ ଦ୍ବାରା ଜାତୀୟ ସ୍ତରରେ ଆୟୋଜିତ ଶୋଧ ପତ୍ର ଲିଖନ ପ୍ରତିଯୋଗିତା ଭିଜନ ଫର ବିକସିତ ଭାରତ- 2024 ର ଓଡିଶା ପୂର୍ବ ପ୍ରାନ୍ତ ସ୍ତରୀୟ ପ୍ରମାଣ ପତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି।

ଊକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରାନ୍ତ କାର୍ଯ୍ୟବାହ ଡଃ ଅନିଲ କୁମାର ମିଶ୍ର ଓ ମୁଖ୍ୟ ବକ୍ତା ଭାବରେ ବାନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ତଥା ଭାରତୀୟ ଶିକ୍ଷଣ ମଣ୍ଡଳର ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ଡଃ ଅନୀଲ କୁମାର ସିଂହ ଉପସ୍ଥିତ ଥିଲେ। ପ୍ରାନ୍ତ ଅଧ୍ୟକ୍ଷ ପ୍ରଫେସର ଶରତ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତା ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ପ୍ରାନ୍ତମନ୍ତ୍ରୀ ବିଶ୍ବରଞ୍ଜନ ଘୋଷ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ବକ୍ତା ପ୍ରାଧ୍ୟାପକ ସିଂହ ତାଙ୍କ ବକ୍ତବ୍ଯରେ ବିବିଭାର ଉଦ୍ଦେଶ୍ୟ ତଥା ଭାରତ କେନ୍ଦ୍ରିତ ଅନୁସନ୍ଧାନ ଉପରେ ଗୁରୁତ୍ଵାରୋପ କରିଥିଲେ।

ମୁଖ୍ୟ ଅତିଥି ମାନନୀୟ ଅନିଲ କୁମାର ମିଶ୍ର ଭାରତୀୟ୍ଜ୍ଞାନ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଅନୁସନ୍ଧାନ ପତ୍ର ଲିଖନ ପ୍ରତିଯୋଗିତାର ଶୋଧାର୍ଥୀ ଓ ମୂଲ୍ୟାଙ୍କନ କରିଥିବା ପ୍ରାଧ୍ୟାପକମାନେ ସେମାନଙ୍କ ଅନୁଭବ କଥନ କରିଥିଲେ। ଶେଷରେ ସମସ୍ତ ଶୋଧାର୍ଥୀ ଓ ମୂଲ୍ୟାଙ୍କନକାରିଙ୍କୁ ପ୍ରମାଣପତ୍ର, ସ୍ମୃତିଚିହ୍ନ ତଥା ଶ୍ରୀମଦ୍ ଭାଗବତ ଗୀତା ଅତିଥିମାନଙ୍କ ଦ୍ବାରା ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଶେଷରେ ପ୍ରାଧ୍ୟାପକ ଶରତ କୁମାର ଦାଶଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ କରାଯିବା ପରେ କଲ୍ୟାଣ ମନ୍ତ୍ର ଆବୃତ୍ତି ମାଧ୍ୟମରେ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here