ବୌଦ୍ଧ ଜିଲ୍ଲା ପୋଲିସ ବାଘିଆପଡ଼ା ଓ ଖଣ୍ଡବର ରାସ୍ତା କଡ଼ରେ ପାନ୍ଥେଇ ଛକ ନିକଟରେ ବିପୁଳ ପରିମାଣର ଗଞ୍ଜେଇ (୨୭୨୦ କେଜି) ଚୋରା ଚାଲାଣ କରାଯାଉଥିବା ସଂକ୍ରାନ୍ତରେ ସୂଚନା ପାଇଥିଲା। ୩ ଜଣ ବ୍ୟକ୍ତି ଏହି ନିଶା ଦ୍ରବ୍ୟ ମହଜୁଦ ରଖିଥିବା ଅଭିଯୋଗ ସମ୍ପର୍କରେ ସୂଚନା ପାଇ ପୋଲିସ ଚଢ଼ାଉ

0
300

By Our Correspondent

BHUBANESWAR:ଆଜି ଭୋର ସମୟରେ ବୌଦ୍ଧ ଜିଲ୍ଲା ପୋଲିସ ବାଘିଆପଡ଼ା ଓ ଖଣ୍ଡବର ରାସ୍ତା କଡ଼ରେ ପାନ୍ଥେଇ ଛକ ନିକଟରେ ବିପୁଳ ପରିମାଣର ଗଞ୍ଜେଇ (୨୭୨୦ କେଜି) ଚୋରା ଚାଲାଣ କରାଯାଉଥିବା ସଂକ୍ରାନ୍ତରେ ସୂଚନା ପାଇଥିଲା। ୩ ଜଣ ବ୍ୟକ୍ତି ଏହି ନିଶା ଦ୍ରବ୍ୟ ମହଜୁଦ ରଖିଥିବା ଅଭିଯୋଗ ସମ୍ପର୍କରେ ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଉଲ୍ଲେଖ ଯୋଗ୍ୟଯେ, ସ୍ଥାନୀୟ ଅଞ୍ଚଳର ବାସିନ୍ଦା ତରଣୀ ସୁନା, ଦେବେନ୍ଦ୍ର ସୁନା ଏବଂ ପୂର୍ଣ୍ଣ ସାହୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା। ସେହି ଅନୁଯାୟୀ ପୋଲିସ ଆଜି ଅଚାନକ ଚଢାଉ କରିଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଖସି ପଳାଇବାରେ ସଫଳ ହୋଇଥିଲେ। ଏ ସଂକ୍ରାନ୍ତରେ ପିଏସ୍ କେସ୍ ନଂ ୭୫/୨୦୨୫ ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଗଞ୍ଜେଇ ଚୋରା ଚାଲାଣ ତଥା ନିଶା ଦ୍ରବ୍ୟ ଚୋରା ଚାଲାଣ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପୋଲିସ ପକ୍ଷରୁ ଏହି ଅଭିଯାନ ଜୋରଦାର ଚାଲିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର 1 ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏ ପର୍ଯ୍ୟନ୍ତ 591 ଟି ମାମଲା ରୁଜୁ କରାଯାଇଥିବା ବେଳେ ପ୍ରାୟ 25 ହଜାର ଏକରରୁ ଅଧିକ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି।  ଏହି ଅଭିଯାନ ଆସନ୍ତା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଚାଲିବ।

ସୂଚନାଯୋଗ୍ୟ ଯେ, ଫେବୃଆରୀ ଓ ମାର୍ଚ୍ଚ ମାସରେ ଗଞ୍ଜେଇ ଚାଷ ଅମଳ କରାଯାଇଥାଏ। ଏହା ଉପରେ ରୋକ ଲଗାଇବାକୁ  ପୋଲିସ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି।

 

LEAVE A REPLY

Please enter your comment!
Please enter your name here