By Our Correspondent
KENDRAPARA/BHUBANESWAR: ରାଜ୍ୟ ସରକାରଙ୍କ ଅପାରଗତା ପାଇଁ କେନ୍ଦ୍ରାପଡ଼ା ସମେତ ଓଡ଼ିଶାର ଅନେକ ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଲେ।ବନ୍ୟା ପରବର୍ତ୍ତୀ ସମୟରେ ସଠିକ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ମାନଙ୍କୁ ତୁରନ୍ତ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ସହ କୃଷିର କ୍ଷତିପୂରଣ,ଭାଙ୍ଗି ଯାଇଥିବା ଗୃହ,ଗୁହାଳ ଆଦି ତୁରନ୍ତ ମରାମତି ପାଇଁ ବ୍ୟବସ୍ଥା ସମୟ ସୀମା ମଧ୍ୟରେ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ଆଜି ମହାକାଳପଡା ନିର୍ବାଚନୀ ମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଶ୍ରୀଯୁକ୍ତ ପଣ୍ଡା। ଶ୍ରୀଯୁକ୍ତ ପଣ୍ଡା ଜଳପୋକ ପଞ୍ଚାୟତର ପକ୍ଷୋଟରୁ ଆରମ୍ଭ କରି ନାନକାର, ଆୟତପୁର , ବାଳିସିଂ,ଡିହବଳରାମପୁର,ମେହେନ୍ଦି ନଗର, କରାଣ୍ଡିଆ ,ଆଖୁଆ,ଅଭୟପୁର, ରାଘବପୁର , ମାଣ୍ଡିଆ,ପରକୂଳା , ପିକିରାଳୀ,ତିକ୍ଷିରୀ ଧନିଆପଡା,ବଟିରା,ମଙ୍ଗରାଜପୁର,ପଦ୍ମପୁର,ନୂଆପଡା ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ।