ବିଦ୍ୟୁତ ନିୟାମକ ଆୟୋଗ : ସୁରେଶ ମହାପାତ୍ର ଓଡ଼ିଶାର ସ୍ୱାର୍ଥ ଅପେକ୍ଷା ତାମିଲନାଡୁ ସ୍ୱାର୍ଥକୁ ପ୍ରାଥମିକତା ଦେଲେ- ବିଜେପି

0
224

By Our Correspondent

BHUBANESWAR:  ରାଜ୍ୟ ସରକାର ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଶ୍ରୀ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି । ଏହି ପ୍ରକାର ନିଯୁକ୍ତି ମୁଖ୍ୟମନ୍ତ୍ରୀ ଓ ସରକାରଙ୍କର ସମ୍ପୂର୍ଣ୍ଣ ଇଛାଧୀନ । କିନ୍ତୁ ଗତ କିଛିଦିନ ଧରି ଶ୍ରୀ ମହାପାତ୍ର ଅଧ୍ୟକ୍ଷ ଥିବା ବିଦ୍ୟୁତ ନିୟାମକ ଆୟୋଗରେ ଦେଖାଯାଇଥିବା କିଛି ଅସଙ୍ଗତି ଏହି ନୂତନ ନିଯୁକ୍ତି ସମ୍ବନ୍ଧରେ ପ୍ରଶ୍ନବାଚୀ ଠିଆ କରାଇଛି । ରାଜ୍ୟ ସରକାର ଏ ବାବଦରେ ଜନସାଧାରଣଙ୍କ ନିକଟରେ ନିଜ ଉତର ରଖିବା ଆବଶ୍ୟକ , ବିଜେପି ରାଜ୍ୟ ମୁଖପାତ୍ର Satya Panda said.

ପ୍ରଥମତଃ ସୁନ୍ଦରଗଡ ଜିଲ୍ଲାର ତଲାବିରା ବିଦ୍ୟୁତ ପ୍ରକଳ୍ପରୁ ଓଡ଼ିଶା ୧୬ଶହ ମେଗାୱାଟ ଶସ୍ତା ଦରର ବିଜୁଳି ପାଇବା ପାଇଁ ହକଦାର । କିନ୍ତୁ ଓଡ଼ିଶାକୁ ମାତ୍ର ୮ଶହ ମେଗାୱାଟ ବିଦ୍ୟୁତ ପ୍ରଦାନ କରି ତାମିଲନାଡୁକୁ ୧୫ଶହ ମେଗାୱାଟ ବିଦ୍ୟୁତ ଯୋଗାଣ ସକାଶେ ରାଜ୍ୟ ସରକାର ଚୁକ୍ତିବଦ୍ଧ ହୋଇଛନ୍ତି । ଏହା କେନ୍ଦ୍ର କୋଇଲା ଓ ଶକ୍ତି ମନ୍ତ୍ରଣାଳୟର ସଂଶୋଧିତ ନୀତି ୨୦୨୧କୁ ଉଲଘଂନ କରୁଛି ।

ତର୍ଜମା, ନିୟନ୍ତ୍ରଣ ଓ ଆବଶ୍ୟକ ହେଲେ ରଦ୍ଦ କରିବାର କ୍ଷମତା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ରହିଛି । କେନ୍ଦ୍ରୀୟ ବିଦ୍ୟୁତ ଆଇନ ଧାରା ୮୬(୧)(ଖ) ଓ (ଘ)ରେ ଏହାର ବ୍ୟବସ୍ଥା ରହିଛି । କିନ୍ତୁ ଶ୍ରୀ ମହାପାତ୍ର ଏହି କ୍ଷମତାର ସଦୁପଯୋଗ କଲେ ନାହିଁ । ଓଡ଼ିଶାର ସ୍ୱାର୍ଥ ଅପେକ୍ଷା ତାମିଲନାଡୁ ସ୍ୱାର୍ଥକୁ ପ୍ରାଥମିକତା ଦେଲେ । ୧୫ନିୟୁତ ଟନ୍ କୋଇଲା ଦହନର ପ୍ରଦୂଷଣରେ ଛଟପଟ ହେଲା ଓଡିଶା । କିନ୍ତୁ ଓଡ଼ିଶାର ଜନସାଧାରଣ ଶସ୍ତା ବିଜୁଳି ପାଇବାରୁ ବଂଚିତ ହେଲେ । ସେହି କାରଣରୁ ଶ୍ରୀ ମହାପାତ୍ରଙ୍କୁ ପୁରସ୍କୃତ କରାଗଲା କି ?

ବିଦ୍ୟୁତ ନିୟାମକ ଆୟୋଗର ନିର୍ଦ୍ଦେଶକୁ ଅମାନ୍ୟ କରି ବିତରଣକାରୀ ସଂସ୍ଥା ଓଡ଼ିଶା ଜନସାଧାରଣଙ୍କଠାରୁ ତ୍ରୁଟିପୂର୍ଣ୍ଣ ବିଲ୍ ଜରିଆରେ ୫ହଜାର କୋଟି ଟଙ୍କା ଅଧିକ ଆଦାୟ କରିନେଇଥିଲା । କେନ୍ଦ୍ରୀୟ ବିଦ୍ୟୁତ ଆଇନର ଧାରା ୬୨(୩)(୬) ଅନୁଯାୟୀ ଏହି ଅର୍ଥ ସମୁଳସୁଧ ଜନସାଧାରଣଙ୍କୁ ଫେରାଇବା ଆବଶ୍ୟକ । ବିଭିନ୍ନ ଗ୍ରାହକ ସଂସ୍ଥାଙ୍କର ଆବେଦନ ସତ୍ୱେ ଶ୍ରୀ ମହାପାତ୍ର କିଛି ପଦକ୍ଷେପ ନେଲେ ନାହିଁ । ବେସରକାରୀ ବିତରଣକାରୀ ସଂସ୍ଥା ଅନ୍ୟାୟଭାବେ ୫ହଜାର କୋଟି ଟଙ୍କା ଲୁଟ୍ କଲା । ଶ୍ରୀ ମହାପାତ୍ରଙ୍କ ସେହି ଦକ୍ଷତା କାରଣରୁ ସେ ପୁରସ୍କୃତ ହୋଇଥିବେ । -ବିଜେପି ରାଜ୍ୟ ମୁଖପାତ୍ର

LEAVE A REPLY

Please enter your comment!
Please enter your name here