ବିକଶିତ ଓଡିଶା ଗଠନ ଲକ୍ଷ୍ୟ ନେଇ ବିଜେପି ସରକାରର ପ୍ରତିବଦ୍ଧତାକୁ, ସଂକୀର୍ଣ୍ଣ ମନୋଭାବ ସଂପନ୍ନ ବିଜେଡି ମୁଖିଆଙ୍କୁ ଗ୍ରହଣୀୟ ହେଉନାହିଁ : ବିଧାୟକ ବାବୁ ସିଂ

0
360

By Our Correspondent

BHUBANESWAR: ଦୁର୍ନୀତି ଓ ଅପାରଗତାର ପାହାଡ ଉପରେ ବସି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ରାଜୁତି କରିଥିଲେ, ତାହା ପର୍ଯ୍ୟାୟକ୍ରମେ ସାମ୍ନାକୁ ଆସୁଛି । ଏ ସମସ୍ତ ଦୁର୍ନୀତିରେ ସଂପୃକ୍ତ ଅପରାଧୀମାନେ ପ୍ରତିଦିନ ଧରା ପଡୁଛନ୍ତି । ନିଜର ଅପାରଗତା ଓ ଦଳୀୟ କନ୍ଦଳରୁ ମୁକ୍ତି ପାଇବା ପାଇଁ ବିଜେଡି ନେତାମାନେ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ହାତ୍ସ୍ୟାସ୍ପଦ ବୟାନବାଜୀ କରୁଛନ୍ତି ବୋଲି ବିଧାୟକ ଶ୍ରୀ ବାବୁ ସିଂ କହିଛନ୍ତି ।

ବାସ୍ତବରେ ୨୪ ବର୍ଷର ବିଜେଡି ଶାସନରେ ଓଡିଶାର ବାସ୍ତବ ବିକାଶ ହୋଇନାହିଁ । ପୁର୍ଭତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଶାସନ କାଳରେ ଦୁରଦୃଷ୍ଟି ଅଭାବରୁ ଓଡିଶା ଅନ୍ଧକାର ରାସ୍ତାକୁ ଠେଲି ହୋଇଯାଇଥିଲା । ଆଜି ଯେତେବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗଠିତ ବିଜେପି ସରକାର ରାଜ୍ୟବାସିଙ୍କ ସ୍ୱାର୍ଥ ଓ ରାଜ୍ୟର ବିକାଶ ପାଇଁ ଗୋଟିଏ ଗୋଟିଏ ସଫଳତା ଆଣିଦେଉଛନ୍ତି, ସେତେବେଳେ ବିଜେଡି ଅସହିଷ୍ଣୁ ହୋଇପଡି ବିଭିନ୍ନ ବିଭ୍ରାନ୍ତକାରୀ ବକ୍ତବ୍ୟ ଦେଇଚାଲୁଛି ବୋଲି ଶ୍ରୀ ସିଂ କହିଛନ୍ତି ।

ଯିଏ “କା” ସାଜି ନବୀନ ବାବୁଙ୍କ ସରକାର ଚଲାଉଥିଲେ, ବିଜେଡିର ଦଳୀୟ ଗଣତନ୍ତ୍ର ଓ ସଂଗଠନକୁ ହତ୍ୟା କରିଥିଲେ, ଏବଂ ଯାହା କାରଣରୁ ବିଜେଡି ପ୍ରତ୍ୟାଖ୍ୟାତ ହେଲା, ତାଙ୍କୁ ନବୀନ ବାବୁ ଏବେ ବି ସୁରକ୍ଷା ଦେଇ ଚାଲିଛନ୍ତି । ସେହି ବ୍ୟକ୍ତିଙ୍କ ଇସାରାରେ ଏବେ ବି ବିଜେଡି ପରିଚାଳିତ ହେଉଛି । ସେ ପ୍ରସଙ୍ଗରେ ବିଜେଡି ପ୍ରବକ୍ତାମାନେ କାହିଁକି ପଦୁଟିଏ କହୁନାହାନ୍ତି ବୋଲି ଶ୍ରୀ ସିଂ ପ୍ରଶ୍ନ କରିଛନ୍ତି ।

ଓଡିଶାରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ସଫଳ ହେବା, ପ୍ରବାସୀ ଭାରତୀୟ ଉତ୍ସାହିତ ହେବା, ଆଗାମୀ ଦିନରେ ଉତ୍କର୍ଷ ଓଡିଶାର କାର୍ଯ୍ୟକ୍ରମ ଜରିଆରେ ଓଡିଶାରେ ବୃହତ ପରିମାଣର ପୁଞ୍ଜିନିବେଶ ହେବା, ସମଗ୍ର ବିଶ୍ୱ ଆଜି ଓଡିଶାକୁ ଅତ୍ୟନ୍ତ ଉତ୍କଂଠାର ଅନେଇ ରହିବା ସ୍ଥିତି ସୃଷ୍ଟି ହୋଇଛି । କୈାଣସି ରାଷ୍ଟ୍ରମୁଖ୍ୟଙ୍କ ଓଡିଶା ଆଗମନକୁ ସହ୍ୟ କରିପାରୁନାହିଁ ବିଜେଡି । ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ଲକ୍ଷ୍ୟ ନେଇ ବିଜେପି ସରକାରର ପ୍ରତିବଦ୍ଧତାକୁ ସଂକୀର୍ଣ୍ଣ ମନୋଭାବ ସଂପନ୍ନ ବିଜେଡି ମୁଖିଆଙ୍କୁ ଗ୍ରହଣୀୟ ହେଉନାହିଁ ବୋଲି ଶ୍ରୀ ସିଂ କହିଛନ୍ତି ।

ଓଡିଶାର ସମ୍ମାନୀୟ ବିରୋଧୀ ଦଳ ବିଜେଡିର ନେତାମାନେ କଂଗ୍ରେସ ଦଳର ମଙ୍ଗ ଧରିଥିବା ରାହୁଲ ଗାନ୍ଧୀଙ୍କୁ ଅନୁସରଣ କରି ଓଡିଶାର ବିକାଶ ବିରୋଧୀ କାର୍ଯ୍ୟକ୍ରମରୁ ବିରତ ରହିବାକୁ ଶ୍ରୀ ସିଂ ଅନୁରୋଧ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here