ବାହୁଡା ଯାତ୍ରା ଦିନ ମା ସୁଭଦ୍ରାଙ୍କ ରଥ ଉପରକୁ ଅନଧିକୃତ ବ୍ଯକ୍ତିଙ୍କୁ ଚଢାଇବା ସମ୍ପର୍କରେ ଜଣେ ଦଇତାପତି ସେବକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ

0
535

By Our Correspondent

PURI/BHUBANESWAR: ବାହୁଡା ଯାତ୍ରା ଦିନ ମା ସୁଭଦ୍ରାଙ୍କ ରଥ ଉପରକୁ ଅନଧିକୃତ ବ୍ଯକ୍ତିଙ୍କୁ ଚଢାଇବା ସମ୍ପର୍କରେ ଜଣେ ଦଇତାପତି ସେବକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।

ଆଗାମୀ 7 ଦିନ ଭିତରେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିଲେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି। ଏଥି ସହ ଚୂଡାନ୍ତ ନିଷ୍ପତ୍ତି ନ ହେବା ଯାଏ ସମ୍ପୃକ୍ତ ସେବକଙ୍କ ପ୍ରାପ୍ଯ ପାଉଣା ସ୍ଥଗିତ ରଖିବାକୁ ମଧ୍ଯ ଦଇତା ନିଯୋଗ ସମ୍ପାଦକଙ୍କୁ ଜଣାଇଦିଆଯାଇଛି।

ସୂଚନାଯୋଗ୍ଯ ଯେ, ସମ୍ପୃକ୍ତ ଅନଧିକୃତ ବ୍ୟକ୍ତିଙ୍କୁ ମୁଖ୍ୟ ପ୍ରଶାସକ ନିଜେ ରଥରୁ ଓହ୍ଲାଇବା ସହ ତାଙ୍କଠାରୁ ପାସ୍ ଜବତ ହୋଇଥିଲା। ପରେ ଜଣେ ଦଇତାପତି ସେବକ ସେହି ପାସ୍ ଦେଇଥିବା ଜଣାପଡିଥିଲା।

LEAVE A REPLY

Please enter your comment!
Please enter your name here