ବାହାର ରାଜ୍ୟରୁ ଯେଭଳି ଧାନ ଆସି ରାଜ୍ୟରେ ବିକ୍ରୟ ନହୁଏ, ସେହି ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲାରେ ୧୦ଟି ସ୍କ୍ୱାଡ଼ ଏବଂ ସମ୍ବଲପୁର ଜିଲ୍ଲାରେ ୨୧ଟି ସ୍କ୍ୱାଡ଼ ସମେତ ବିଭିନ୍ନ ଜିଲ୍ଲାରେ ଏପର୍ଯ୍ୟନ୍ତ ୮୪ଟି ଏନଫୋର୍ସମେଣ୍ଟ ଟିମକୁ ନିଯୁକ୍ତ କରାଯାଇଛି

0
242

By Our Correspondent

BHUBANESWAR:   ଚାଷୀଙ୍କ ଠାରୁ ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।

ବାହାର ରାଜ୍ୟରୁ ଯେଭଳି ଧାନ ଆସି ରାଜ୍ୟରେ ବିକ୍ରୟ ନହୁଏ, ସେହି ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲାରେ ୧୦ଟି ସ୍କ୍ୱାଡ଼ ଏବଂ ସମ୍ବଲପୁର ଜିଲ୍ଲାରେ ୨୧ଟି ସ୍କ୍ୱାଡ଼ ସମେତ ବିଭିନ୍ନ ଜିଲ୍ଲାରେ ଏପର୍ଯ୍ୟନ୍ତ ୮୪ଟି ଏନଫୋର୍ସମେଣ୍ଟ ଟିମକୁ ନିଯୁକ୍ତ କରାଯାଇଛି।

ପର୍ଯ୍ୟାୟକ୍ରମେ ଆହୁରି ଅଧିକ ସ୍କ୍ୱାଡ଼କୁ ଧାନ କିଣା ବେଳେ ମୁତୟନ କରାଯିବ। ଅନିୟମିତତାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ପ୍ରଦାନ କରାଯାଇଛି।

ଟୋକନ ପ୍ରାପ୍ତ ଚାଷୀମାନେ ମଣ୍ଡିରେ ଧାନ ବିକ୍ରୟ କରି ଯେପରି ଉତ୍ତମ ଅନୁଭୂତି ନେଇ ଫେରିବ ସେଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here