ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ହଜାର ହଜାର ନାରୀ ନେତ୍ରୀଙ୍କ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା

0
300
ଆଜି ତା ୧୬.୧୦ ଓଡିିଶାକୁ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ କରିବା ପାଇଁ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ସହିତ ହାତ ମିଳାଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, କମିସନରେଟ ପୋଲିସ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆଜି କୈଳାସ ସତ୍ୟାର୍ଥୀ ଚିଲଡ୍ରେନସ ଫାଉଣ୍ଡେସନ ସହାୟତାରେ ଆୟୋଜିତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଗ୍ରାମାଂଚଳ ଓ ସହରାଂଚଳର ହଜାର ହଜାର ନାରୀ ନେତ୍ରୀ ଯୋଗ ଦେଇ ବାଲ୍ୟବିବାହ ମୁକ୍ତ ଆନ୍ଦୋଲାନକୁ ସମର୍ଥନ ଜଣାଇଛନ୍ତି ।

By Our Correspondent

BHUBANESWAR:ଆଜି ତା ୧୬.୧୦ ଓଡିିଶାକୁ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ କରିବା ପାଇଁ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ସହିତ ହାତ ମିଳାଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, କମିସନରେଟ ପୋଲିସ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆଜି କୈଳାସ ସତ୍ୟାର୍ଥୀ ଚିଲଡ୍ରେନସ ଫାଉଣ୍ଡେସନ ସହାୟତାରେ ଆୟୋଜିତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଗ୍ରାମାଂଚଳ ଓ ସହରାଂଚଳର ହଜାର ହଜାର ନାରୀ ନେତ୍ରୀ  ଯୋଗ ଦେଇ ବାଲ୍ୟବିବାହ ମୁକ୍ତ ଆନ୍ଦୋଲାନକୁ ସମର୍ଥନ ଜଣାଇଛନ୍ତି ।

ବାଲ୍ୟ ବିବାହ ଭାରତ ବର୍ଷର ଏକ ଘୃଣ୍ୟ ସାମାଜିକ ପରମ୍ପରା । ସଦ୍ୟ ପ୍ରକାଶିତ ସର୍ଭେ ରିପୋର୍ଟ ଅନୁସାରେ ଭାରତ ବର୍ଷରେ ପ୍ରାୟ ୨୩ଭାଗରୁ ଅଧିକ ଏବଂ ଓଡିଶାରେ ପ୍ରାୟ ୨୦ ଭାଗରୁ ଅଧିକ ଝିଅ ବାଳିକା ବଧୂ ସାଜି ଶାଶୁ ଘରକୁ ଚାଲିଯାଆନ୍ତି ଓ ସେଠାରେ ଶାରୀରିକ ତଥା ମାନସିକ ଯନ୍ତ୍ରଣାରେ ଛଟପଟ ହୁଅନ୍ତି । ପାଠ ତ୍ୟାଗ ସହିତ ଅଳ୍ପ ବୟସରେ  ଗର୍ଭବତୀ ହୋଇ ନିଜ ଜୀବନ ଓ ଆଉ ଗୋଟିଏ ଛୁଆର ଜୀବନକୁ ବାଜିରେ ଲଗାନ୍ତି । ୨୦୦୬ ମସିହାଠାରୁ ବାଲ୍ୟ ବିବାହ ନିରୋଧ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ୨୦୨୦ ମସିହାରେ ସମଗ୍ର ଭାରତ ବର୍ଷରେ ମାତ୍ର ୭୩୮ ଟି ବାଲ୍ୟ ବିବାହ ସମ୍ବନ୍ଧୀୟ ମାମଲା ରଜୁ ହୋଇଥିବା ଏକ ଚିନ୍ତା ଜନକ ବିଷୟ ।

ବାଲ୍ୟ ବିବାହ ଭଳି ଏକ ଘୃଣିତ ସାମାଜିକ ପ୍ରଥାର ମୂଳୋତ୍ପାଟନ କରିବା ପାଇଁ ଆମ ଦେଶର ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହା ସହିତ ଭାରତ ସରକାର ଓ ଓଡିଶା ସରକାର  ମଧ୍ୟ ୨୦୩୦ ମସିହା ଭିତରେ ଭାରତକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଘୋଷଣା କରିଛନ୍ତି ।

ଓଡିଶାରେ କୈଳାସ ସତ୍ୟାର୍ଥୀ ଚିଲଡ୍ରେନସ ଫାଉଣ୍ଡେସନ – ୟୁଏସ ସହାୟତାରେ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ, ଖୋର୍ଦ୍ଧା, ପୁରୀ ଓ ନୟାଗଡ ଜିଲ୍ଲା ପ୍ରଶାସନ ସହାୟତାରେ ଏହି ତିନୋଟି ଜିଲ୍ଲାରେ ବାଲ୍ୟ ବିବାହମୁକ୍ତ ଆନେ୍ଦାଳନକୁ ବ୍ୟାପକ କରାଇବା ପାଇଁ ଚେଷ୍ଟା ଚଳାଇ ଆସୁଛି । ଏପର୍ଯ୍ୟନ୍ତ ଏହି ତିନୋଟି ଜିଲ୍ଲାରେ ପ୍ରାୟ ୬ ଲକ୍ଷରୁ ଉର୍ଦ୍ଧ ବ୍ୟକ୍ତି ବାଲ୍ୟବିବାହ ମୁକ୍ତ ଭାରତ ଗଠନ ପାଇଁ ଶପଥ ପାଠ କରିସାରିଛନ୍ତି ।

ରୁଚିକାର ଏହି କାର୍ଯ୍ୟକ୍ରମରେ  ଏକ ହଜାରରୁ ଉର୍ଦ୍ଧ ନାରୀ ନେତ୍ରୀ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗ୍ରାମାଂଚଳ ଓ ସହରାଂଚଳରୁ ଆସି ବାଲ୍ୟବିବାହ ବିରୋଧରେ ବିଭିନ୍ନ ନାରା ଦେଇ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଶୋଭାଯାତ୍ରାଟି ଭୁବନେଶ୍ୱରର ରାମ ମନ୍ଦିର ଛକ ଠାରୁ ଆରମ୍ଭ ହୋଇ ହାଉସିଂବୋର୍ଡ ଛକ ପର୍ଯ୍ୟନ୍ତ ଯାଇଥିଲା । ନାରୀନେତ୍ରୀ ମାନେ ହାତରେ କ୍ୟାଣ୍ଡେଲ, ପ୍ଲା କାର୍ଡ ଓ ବ୍ୟାନର ଧରି ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ ସ୍ଲୋଗାନ ଦେଇଥିଲେ ।

ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶାର ମାନ୍ୟବର କ୍ରୀଡା ଓ ଯୁବ କଲ୍ୟାଣ,  ଗୃହ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇ ଟି ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା କହିଲେ ଯେ, ଓଡିଶାରୁ ବାଲ୍ୟ ବିବାହ ଭଳି ଏକ ସାମାଜିକ କୁ-ପ୍ରଥାର ମୂଳୋତ୍ପାଟନ କରିବା ପାଇଁ ଓଡିଶା ସରକାର ବହୁବିଧ ଯୋଜନା ପ୍ରଣୟନ କରି ପ୍ରଚେଷ୍ଟା ଚଳାଇଛନ୍ତି ।

 ଝିଅମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ବୈଷୟିକ ତାଲିମ ଓ କର୍ମ ନିଯୁକ୍ତି ପାଇଁ ଓଡିଶା ସରକାର କାର୍ଯ୍ୟ କରୁଛନ୍ତି ।  ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ କର କହିଲେ ଓଡିଶାର ପ୍ରତ୍ୟେକ ଶିଶୁର ଅଧିକାରର ସୁରକ୍ଷା ପାଇଁ ଆୟୋଗ ସମସ୍ତ ଚେଷ୍ଟା ଜାରି ରଖିଛି । ଆଗାମୀ ଦିନରେ ଓଡିିଶାରୁ ବାଲ୍ୟ ବିବାହ ପ୍ରଥାର ଉଚ୍ଛେଦ ପ୍ରତ୍ୟେକ ଝିଅକୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ପ୍ରଦାନ ପାଇଁ ଆୟୋଗ କାର୍ଯ୍ୟ କରିବ ।

ଅନ୍ୟତମ ସମ୍ମାନୀତ ଅତିଥୀ ପୋଲିସ କମିଶନର ଶ୍ରୀଯୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଲେ ସମାଜର ପ୍ରତ୍ୟେକ ଶିଶୁଙ୍କ ପାଇଁ କମିଶନରେଟ ପୋଲିସ କେବଳ ଶିଶୁ ସୁରକ୍ଷାକୁ ଅଗ୍ରଧିକାର ଦେଉନାହିଁ ଏହା ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା, ଲାଇବ୍ରେରୀ ମାଧ୍ୟମରେ ସେମାନଙ୍କୁ ପୁସ୍ତକ ଯୋଗାଇଦେବା ଇତ୍ୟାଦି କାମ ମଧ୍ୟ ହାତକୁ ନେଇଛି । ପିଲାମାନେ ଇଟାଭାଟିରେ କାମ କରନ୍ତୁ ବା ରାସ୍ତା କଡରେ ରୁହନ୍ତୁ, ସବୁ ପିଲାଙ୍କର ସୁରକ୍ଷା ପାଇଁ କମିସନରେଟ ପୋଲିସ ସଜାଗ ଅଛି ।

 ଖୋର୍ଦ୍ଧା ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ଚେଷ୍ଟା ଜାରି ରଖିଛି ବୋଲି ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣୀଶ୍ରୀ ପଟ୍ଟନାୟକ କହିଥିଲେ  । ବାଲ୍ୟବିବାହ ବିଲୋପ ପାଇଁ ସରକାରଙ୍କ ତରଫରୁ ପ୍ରତ୍ୟେକ ଜିଲ୍ଲାରେ ପ୍ରଚାର ଚଳାଇଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଶ୍ରୀମତୀ ସୁମିତ୍ରା ଜେନା କହିଥିଲେ ।

ମହିଳାମାନଙ୍କର ସ୍ୱର ଶାଣିତ ହେଲେ  ଓଡିଶାକୁ ବାଲ୍ୟ ବିବାହ ମୁକ୍ତ  କରାଯାଇ ପାରିବ ବୋଲି କହିଥିଲେ ଶିଶୁ ଅଧିକାର କର୍ମୀ ଶ୍ରୀମତୀ କସ୍ତୁରୀ ମହାପାତ୍ର । ପିଲାମାନଙ୍କର ସୁରକ୍ଷାକୁ ଓଡିଶାର ନ୍ୟାୟିକ ବ୍ୟବସ୍ଥାରେ ଅଧିକ ଗୁରତ୍ୱ ଦିଆଯାଉଛି ବୋଲି କହିଥିଲେ ଜିଲ୍ଲା ଆଇନ ସହାୟତା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ସୈାଦାମିନୀ ସିଂ । ଆକ୍ସନ ଏଡ୍ ର ଜାତୀୟ ପରିଚାଳକ ଶ୍ରୀଯୁକ୍ତ ଘାସିରାମ ପଣ୍ଡା କହିଲେ ବାଲ୍ୟ ବିବାହ ମୁକ୍ତ ଓଡିଶା ପାଇଁ ସରକାରୀ ଓ ବେସରକାରୀ ସଂସ୍ଥା ଏକା ସଙ୍ଗେ କାର୍ଯ୍ୟ କରିବା ଉଚିତ୍ ।

 କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ରୁଚିକା ସାମାଜ ମଙ୍ଗଳ ସଙ୍ଗଠନର ସମ୍ପାଦକ ଶ୍ରୀ ଉମାଶଙ୍କର ଷଡଙ୍ଗୀ, ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ସଙ୍ଗଠନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ବେଣୁଧର ସେନାପତି ଏବଂ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଖୋର୍ଦ୍ଧାଜିଲ୍ଲା ସଂଯୋଜିକା ଶ୍ରୀମତୀ ଶିବାନୀ ନାୟକ ।

ଏହି କାଯ୍ୟକ୍ରମରେ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ସସ୍ମିତା ନନ୍ଦ, ଶ୍ରୀମତୀ ଅନିତା ବେହେରା , ଶ୍ରୀମତୀ ଛବି ମହାଳିକ , ଶ୍ରୀମତୀ ଜଲିତା ପ୍ରିୟଦର୍ଶିନୀ, ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ନିରୁପମା ପାଣି,  ବାଲ୍ୟ ବିବାହ ନିିରୋଧ ଅଧିକାରୀ ଶ୍ରୀମତୀ ସଙ୍ଗିତା ପାଢୀ, ଟେକ ମହିନ୍ଦ୍ରା ଫାଉଣ୍ଡେସନର ଲୋକେସନ ମୁଖ୍ୟ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ମହାନ୍ତି, ସମାଜ କର୍ମୀ ଶ୍ରୀମତୀ ରୁବି ରାଉତ, ଆଜିମ ପ୍ରେମଜୀ ଫାଉଣ୍ଡେସନର ଶ୍ରୀଯୁକ୍ତ ଜିତେନ୍ଦ୍ର ରଥ, ରୁଚିକା ସମାଜ ମଙ୍ଗଳ ସଙ୍ଗଠନର ଶ୍ରୀ ରାମେଶ୍ୱରୀ ପ୍ରସାଦ ଦ୍ୱିବେଦୀ, ଶ୍ରୀ ହେମନ୍ତ କୁମାର ସାହୁ ,ଶ୍ରୀ ଠାକୁରାମ ବେହେରା, ଶ୍ରୀ କେଶବ ଚନ୍ଦ୍ର ସେନାପତି, ଶ୍ରୀ ସରୋଜ ସା, ଶ୍ରୀ ହେମନ୍ତ କୁମାର ଦାଶ, ଶ୍ରୀ ଘନଶ୍ୟାମ ଭୋଇ, ଶ୍ରୀମତୀ ହରପ୍ରିୟା ପତି, ବିଜୟାଭାରତୀ ସାହୁ, ବିଜୟଲକ୍ଷ୍ମୀ କର, ରିଙ୍କିନା ସ୍ୱାଇଁ, ଶ୍ରୀମତୀ ବିନତୀ ମହାନ୍ତି, ଶ୍ରୀ ଜୟରାମ ନାୟକ, ଶ୍ରୀମତୀ ପ୍ରିୟମ୍ବଦା ତ୍ରିପାଠି ଇତ୍ୟାଦି ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here