ବରଗଡ଼ର ଝାରବନ୍ଧରେ ପୋଲିସକୁ ଆକ୍ରମଣ ଘଟଣା: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବାବେଳେ ପୋଲିସ ଅସୁରକ୍ଷିତ – ଧର୍ମେନ୍ଦ୍ର ପ୍ରଧାନ

0
143

By Our Correspondent

SAMBALPUR:  ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗାଁରେ ସ୍ଥାନୀୟ ପୋଲିସ ଆକ୍ରମଣର ଶୀକାର ହେବା ଘଟଣାରେ ଗଭୀର ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ସୋସିଆଲ ମିଡିଆ “ଏକ୍ସ”ରେ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ପୋଲିସ ଅସୁରକ୍ଷିତ ହୋଇପଡ଼ିଛି । ଗଞ୍ଜେଇ ବେପାରୀକୁ ଧରିବାକୁ ଯାଇଥିବା ବେଳେ ମହିଳା ଥାନାଧିକାରୀଙ୍କୁ ଗୋଟିଏ ଘରେ ବନ୍ଦୀ କରିବା ସହ ଅନ୍ୟ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

ଏହା ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି । ଏହା କଣ ୨୫ ବର୍ଷ ଦୀର୍ଘ ଶାସନର ଉପଲବ୍ଧି କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here