ବିଧାନସଭାରେ ମୁଖ୍ୟମନ୍ତ୍ରୀ ଙ୍କ ବିବୃତ୍ତି: ଲୋକ ଖୁସି, ଜନ ପ୍ରତିନିଧି ଖୁସି, ରାଜନୈତିକ ଦୃଷ୍ଟିକୋଣରୁ ଚିନ୍ତା କରି ବିରୋଧୀ ଅସୁଖୀ ହେବା ଉଚିତ୍ ନୁହେଁ

0
423
Odisha CM Naveen Patnaik-file

By Our Correspondent

BHUBANESWAR: ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିବୃତ୍ତି. ୬ ମାସରେ ୧୯୦ ସ୍ଥାନରେ ବୈଠକ. ୫୭୪୪୨ ପିଟିସନ୍ ସଂଗ୍ରହ, ୪୩୫୩୬ ପିଟିସନ୍ ଉପରେ ପଦକ୍ଷେପ ନିଆସରିଲାଣି. ଗତ ସାଢେ ୩ ବର୍ଷ ମଧ୍ୟରେ ହେଲିକପଟର ବାବଦରେ ୪୦ କୋଟି ଖର୍ଚ୍ଚ. ମାସିକ ୧ ରୁ ୧.୫ କୋଟି ଖର୍ଚ୍ଚ ହୋଇଛି.

 ବିରୋଧୀ ଖୁସି ହେବା କଥା, ସେମାନଙ୍କ ଅଂଚଳରୁ ଆସିଥିବା ପିଟିସନ୍ ଉପରେ ପଦକ୍ଷେପ ନିଆଯାଇଛି.ଲୋକ ଖୁସି, ଜନ ପ୍ରତିନିଧି ଖୁସି, ରାଜନୈତିକ ଦୃଷ୍ଟିକୋଣରୁ ଚିନ୍ତା କରି ବିରୋଧୀ ଅସୁଖୀ ହେବା ଉଚିତ୍ ନୁହେଁ.

କୋଭିଡ୍ ସମୟରେ ଯେତେବେଳେ ସଭିଏଁ ଘରେ ରହୁଥିଲେ, ସେତେବେଳେ ସିଏମଓ ଟିମ୍ ନିଜ ଜୀବନକୁ ବାଜିରେ ଲଗାଇ ଜିଲ୍ଲାରୁ ଜିଲ୍ଲା ବୁଲି ସ୍ଥିତି ଅନୁଧ୍ୟାନ କରୁଥିଲେ.

 ୫୭ ହଜାରରୁ ଅଧିକ ପିଟିସନ୍ ସଂଗ୍ରହ ହୋଇଛି । ଭାବନ୍ତୁ ଏହି ଲୋକମାନେ ଭୁବନେଶ୍ୱର ଆସି ପିଟିସନ୍ ଦେଇଥିଲେ କେତେ ସମୟ ଆଉ ଅର୍ଥର ବୋଝ ସାଧାରଣ ଲୋକଙ୍କ ଉପରେ ପଡିଥାନ୍ତା?

LEAVE A REPLY

Please enter your comment!
Please enter your name here