ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ- ୨୦୨୩ ପାଳିତ

0
315
ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ, ଚୌଦ୍ୱାର ତରଫରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ-୨୦୨୩ ସ୍ଥାନୀୟ କୁଶପଙ୍ଗି ପଞ୍ଚାୟତ୍ତ ଅଫିସ, ବରହମପୁର ପଞ୍ଚାୟତ୍ତ ଅଫିସ, ଚଷାପଡା ସ୍ଥିତ ଅଙ୍ଗନବାଡି କେନ୍ଦ୍ର, ଓ ମହିଷାଲଣ୍ଡା କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି ।

By Our Correspondent

CHOUDWAR/BHUBANESWAR: ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ, ଚୌଦ୍ୱାର ତରଫରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ-୨୦୨୩ ସ୍ଥାନୀୟ କୁଶପଙ୍ଗି ପଞ୍ଚାୟତ୍ତ ଅଫିସ, ବରହମପୁର ପଞ୍ଚାୟତ୍ତ ଅଫିସ, ଚଷାପଡା ସ୍ଥିତ ଅଙ୍ଗନବାଡି କେନ୍ଦ୍ର, ଓ ମହିଷାଲଣ୍ଡା କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି ।

ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମ ଗୁଡିକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇ.ସି.ଡି.ଏସ. କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ସ୍ଵର୍ଣମୟୀ ଦାସ, ଇମ୍ଫା ଶିଳ୍ପ ଗୋଷ୍ଠୀର ସିନିୟର ଜି.ଏମ, ଶ୍ରୀଯୁକ୍ତ ଏଲ.କେ.ମହାପାତ୍ର, ଜିଏମ ଶ୍ରୀଯୁକ୍ତ ଜି.ଏସ.ପି ରାଓ, ଜି.ଏମ, ଇମ୍ଫା, ଶ୍ରୀଯୁକ୍ତ ଅମିୟ ନାଏକ, ଜିଲ୍ଲା ସଂଯୋଜକ, ଶିଶୁ ବିବାହ, ଆକ୍ସନଏଡ, କଟକ ଶ୍ରୀମତୀ ନିବେଦିତା ପାଣିଗ୍ରାହୀ, ଡି.ଜି.ଏମ. ଇମ୍ଫା, ଦେବାଶିଷ ତ୍ରିପାଠୀ,ଡି .ଜି.ଏମ. ଇମ୍ଫା , ଶ୍ରୀ ମାନସ ପଣ୍ଡା, ଜିଲ୍ଲା ପୋଷଣ ଅଫିସର ଶ୍ରୀଯୁକ୍ତ ଶ୍ରୀକାନ୍ତ ଜେନା, ସିନିୟର ମ୍ୟାନେଜର, ଇମ୍ଫା, ଶ୍ରୀଯୁକ୍ତ ମାନସ ରଞ୍ଜନ ପ୍ରଧାନ, ଶ୍ରୀମତୀ କଲ୍ୟାଣୀ ଦାସ, ସରପଞ୍ଚ, ବରହମପୁର, ଶ୍ରୀମତୀ ରତ୍ନପ୍ରଭା ରାଉତ, ସରପଞ୍ଚ, କୁଷପଙ୍ଗୀ, ଶ୍ରୀମତୀ କଲ୍ୟାଣୀ ରାଉତ, ସରପଞ୍ଚ, ମହିଷାଲଣ୍ଡା, ସମିତି ସଭ୍ୟ ଓ ବୁଦ୍ଧିଜୀବି ମାନେ ଯୋଗ ଦେଇଥିଲେ।

 ଏହି କାର୍ଯ୍ୟକ୍ରମ ଗୁଡିକରେ ଅଞ୍ଚଳର ପ୍ରାୟ ୩୦୦ରୁ ଊର୍ଦ୍ଧ୍ଵ ଗର୍ଭବତୀ ମହିଳା, ପ୍ରସୂତି ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଏ.ଏନ.ଏମ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏମ.ବି.କେ ଓ ସି.ଆର.ପି. ଯୋଗଦେଇଥିଲେ । ଏବର୍ଷର ସ୍ଲୋଗାନ ସ୍ତନ୍ୟପାନକୁ ସୁରକ୍ଷା: କାର୍ଯ୍ୟରତ ପିତାମାତାମାନଙ୍କ ପାଇଁ ଏକ ଭିନ୍ନ ବ୍ୟବସ୍ଥା କରିବା ନେଇ ଅଲୋଚନା ହୋଇଥିଲା।

ଆଇ.ସି.ଡି.ଏସ. କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ସ୍ଵର୍ଣମୟୀ ଦାସ ସମସ୍ତଙ୍କୁ ସ୍ତନ୍ୟପାନର ଗୁରୁତ୍ଵ ବିଷୟରେ ବୁଝାଇବା ସହିତ ପରିବାରର ସମସ୍ତେ ଏଥିରେ ମା କୁ ସହଯୋଗ କରିବା ପାଇଁ ବୁଝାଇ ଥିଲେ । ଏଥିରେ ଅବହେଳା ହେଲେ ଶିଶୁର ଅଭିବୃଦ୍ଧିରେ ଅସୁବିଧା ହେବ କହିଥିଲେ । ମା କ୍ଷୀର ଶିଶୁର ପ୍ରଥମ ପ୍ରତିଷେଧକ ଟୀକା ଓ ଏହା ଶିଶୁର ସମସ୍ତ ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ କହିବା ସହିତ ଶିଶୁର ସ୍ତନ୍ୟପାନରେ ପରିବାର ଭୂମିକା ବୁଝାଇଥିଲେ। ଜନ୍ମପରେ ଯଥାଶୀଘ୍ର ୧ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା ସହିତ ସ୍ତନ୍ୟପାନ ସମୟରେ ବିଭିନ୍ନ ସାବଧାନତା ସହିତ ମା ର ପୋଷଣ ଉପରେ ଆଲୋଚନା କରିଥିଲେ।

ଶ୍ରୀଯୁକ୍ତ ମହାପାତ୍ର, ସିନିୟର ଜି.ଏମ. ଇମ୍ଫା ନିଜ ଅଭିଭାଷଣରେ ସ୍ତନ୍ୟପାନ ଦ୍ଵାରା କିଭଳି ଜଣେ ମା ଗୋଟିଏ ପିଲାର ଅଭିବୃଦ୍ଧି ସହିତ ନିଜକୁ ରୋଗମୁକ୍ତ ରଖିପାରିବ ସେ ସମ୍ପର୍କରେ ମନ୍ତ୍ୟବ ଦେଇଥିଲେ । ଜିଏମ ଶ୍ରୀଯୁକ୍ତ ରାଓ  ସ୍ତନ୍ୟପାନ ବିଷୟରେ ଆଲୋକପାତ କରିବା ସହିତ ଏହା କିଭଳି ଶିଶୁର ମାନସିକ ଓ ଶାରୀରିକ ଅଭିବୃଦ୍ଧିକୁ ତ୍ଵରାନ୍ନିତ କରିଥାଏ ସମସ୍ତଙ୍କୁ ବୁଝାଇଥିଲେ । ଶ୍ରୀମତୀ ପାଣିଗ୍ରାହୀ, ଜିଲ୍ଲା ସଂଯୋଜକ, ଆକ୍ସନଏଡ ନିଜ ଆଲୋଚନାରେ ସ୍ତନ୍ୟପାନ ବିଷୟରେ ଆହୁରି ସଚେତନତା ବଢାଇବା ସହିତ ଆହୁରି କିପରି ବ୍ୟାପକ କରି ହେବ ବୁଝାଇଥିଲେ ଓ ଏ ଦିଗରେ ଫାଉଣ୍ଡେସନର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

ଏହି ଆଲୋଚନା ଚକ୍ରରେ ସ୍ତନ୍ୟପାନ ସମ୍ବନ୍ଧୀୟ କୁଇଜ କମ୍ପିଟିସନ କରାଯିବା ସହିତ ସର୍ବୋତ୍ତମ ମା ମାନଙ୍କୁ ପୁରସ୍କାର ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମ ଗୁଡିକରେ ଗର୍ଭବତୀ, ପ୍ରସୂତି ଓ ଶିଶୁ ମାନଙ୍କ ପାଇଁ ପୋଷଣ ମେଳାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଡି.ଜି.ଏମ. ଶ୍ରୀ ନିଲେନ୍ଦୁ ଚାଟାର୍ଜୀ, , ଇମ୍ଫାର ସିନିୟର ମ୍ୟାନେଜର ଶ୍ରୀ ମାନସ ରଞ୍ଜନ ପ୍ରଧାନ ଓ ମ୍ୟାନେଜର ଶ୍ରୀ ସୁଭାଶିଷ ତ୍ରିପାଠୀ, ଯୋଗ ଦେଇଥିବା ବେଳେ ଫାଉଣ୍ଡେସନ ତରଫରୁ ଏହି କାର୍ଯ୍ୟକ୍ରମକୁ, ଶ୍ରୀ ଆଶିଷ ଦାସ, ଶ୍ରୀ ରାକେଶ ମିଶ୍ର, ଶ୍ରୀ ଚନ୍ଦ୍ରଶେଖର ମହାପାତ୍ର, ସୁଶ୍ରୀ ଶୁଭଶ୍ରୀ ନାଏକ, ଶ୍ରୀମତୀ ପିଙ୍କି ସାହୁ, ଶ୍ରୀ ଅନିଲ ମହାରଣା, ଶ୍ରୀ ମନୋଜ ମହାପାତ୍ର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here