ପ୍ରାଣୀ ସମ୍ପଦର ସୁରକ୍ଷାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପଣ କରିଛନ୍ତି

0
237

 By Our Correspondent

BHUBANESWAR:  ପ୍ରାଣୀ ସମ୍ପଦର ସୁରକ୍ଷାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟକାରୀ ହୋଇଛି। ପୀଡ଼ିତ ପ୍ରାଣୀମାନଙ୍କୁ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଏହା ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ.

ଏହି ଅତ୍ୟାଧୁନିକ ମୋବାଇଲ ୟୁନିଟ୍‌ରେ ଆସ୍ତ୍ରୋପଚାର, ପ୍ରାଣୀମାନଙ୍କର ଟୀକାକରଣ ଓ ରୋଗ ନିର୍ଣ୍ଣୟ ସୁବିଧା ଆଦି ରହିଛି।

ଏହି ଅବସରରେ ସହରାଞ୍ଚଳରେ ୬ଟି ମୁଖ୍ୟମନ୍ତ୍ରୀ ପ୍ରାଣୀ ଆମ୍ବୁଲାନ୍ସ ସେବା ଯାନ ମଧ୍ୟ ଲୋକାର୍ପିତ ହୋଇଛି। ଏହାଦ୍ୱାରା ପୀଡ଼ିତ ଓ ଆହତ ବୁଲା ଗାଈଗୋରୁ ଏବଂ ପ୍ରାଣୀମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇହେବ.

LEAVE A REPLY

Please enter your comment!
Please enter your name here