ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ଭୁବନେଶ୍ୱର ରୂପାଲି ଛକ ଠାରୁ ମାଷ୍ଟର କ୍ୟାଂଟିନ ପର୍ଯ୍ୟନ୍ତ ଏକ କିଲୋମିଟର ଲମ୍ବର ତ୍ରିରଙ୍ଗା ଧରି ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ

0
310

By Our Correspondent

BHUBANESWAR:ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ଭୁବନେଶ୍ୱର ରୂପାଲି ଛକ ଠାରୁ ମାଷ୍ଟର କ୍ୟାଂଟିନ ପର୍ଯ୍ୟନ୍ତ ଏକ କିଲୋମିଟର ଲମ୍ବର ତ୍ରିରଙ୍ଗା ଧରି ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ତ୍ରିରଙ୍ଗା, ବାଦ୍ୟ ଓ ନୃତ୍ୟ ସହିତ ଏହି ପଦଯାତ୍ରାରେ ୨୦୦୦ରୁ ଅଧିକ ଯୁବକ ଯୁବତୀ ସାମିଲ ହୋଇଥିଲେ ।

ଶ୍ରୀ ପଣ୍ଡା କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁଭଳି ଭାବେ ଆହ୍ୱାନ ଦେଇଛନ୍ତି ଯେ, ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡିବ ଏବଂ ତ୍ରିରଙ୍ଗା ଆମ ଦେଶର ସ୍ୱାଭିମାନ, ଅସ୍ମିତା ଦେଶ ପ୍ରୀତିର ପରିଚୟ ତେଣୁ ଏହି ଏକିକୃତ ପରିଚୟ ଅଛି ଆମ ଦେଶ ପ୍ରେମକୁ ଜାହିର କରିବା ପାଇଁ ତାହା କେବଳ ସ୍କୁଲ କିମ୍ବା କଲେଜ ଓ ଅନୁଷ୍ଠାନ ମାନଙ୍କରେ ନୁହେଁ ପ୍ରତ୍ୟେକ ଘରେ ପ୍ରତ୍ୟେକ ବ୍ୟକ୍ତି ଆମ ତ୍ରିରଙ୍ଗାକୁ ଉଡାଇବା ଆବଶ୍ୟକ । ମୋଦିଜୀଙ୍କ ଏହି ବାର୍ତାକୁ ସମସ୍ତଙ୍କ ପାଖରେ ପହଁଚାଇବାକୁ ଆମ ଦଳର ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ସବୁ ସ୍ଥାନରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ।
ଏହି “ତ୍ରିରଙ୍ଗା ଯାତ୍ରା”ରେ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ କହିଛନ୍ତି ଯେ, ତ୍ରିରଙ୍ଗା ଯାତ୍ରା ଭାରତମାତାର ଏକତା ଓ ଅଖଣ୍ଡତାର ପ୍ରତୀକ । ଭାରତମାତା କୋଳରେ ଏହି ତ୍ରିରଙ୍ଗା ପତାକା ଉଡାଇବା ପାଇଁ କେତେ ମହାପୁରୁଷ ଏବଂ ଆମ ପୂର୍ବଜ ମାନେ ବଳିଦାନ ଦେଇଛନ୍ତି । ତେଣୁ ତ୍ରିରଙ୍ଗା ପତକାର ମାନ ରଖିବା ପାଇଁ ଆଜି ସାରା ଭାରତବର୍ଷର କୋଣଅନୁକୋଣରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ହେଉଛି ଓ ସବୁ ଘରେ ତ୍ରିରଙ୍ଗା ଲାଗୁଛି । ଦେଶର ବୀର ଯବାନମାନଙ୍କର ମନୋବଳକୁ ଶକ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଦେଶର କୋଣ ଅନୁକୋଣରେ ହେଉଛି ।
ଲମ୍ବା ସମୟର ପରାଧୀନ ପରେ ଦୀର୍ଘ ବର୍ଷର ସଂଘର୍ଷ ପରେ ଯେଉଁ ସ୍ୱାଧୀନତା ଭାରତ ବର୍ଷକୁ ପ୍ରାପ୍ତ ହୋଇଛି ସେହି ସ୍ୱାଧୀନତାକୁ ବଜାୟ ରଖିବା ଏବଂ ଭାରତର ଅଖଣ୍ଡତାକୁ ବଜାୟ ରଖିବା, ସେନା ବାହିନୀ ପ୍ରତି ଥିବା ସମର୍ପଣ ଭାବନାକୁ ବଜାୟ ରଖିବା ପାଇଁ ଆଜି ଭାରତବର୍ଷର ସାଧାରଣ ଜନତା ମଧ୍ୟ ରାଜରାସ୍ତାରେ ଏଭଳି ତ୍ରିରଙ୍ଗା ଯାତ୍ରା କରୁଛନ୍ତି । ଆଜି ନିଶ୍ଚିନ୍ତ ଭାବରେ ଭାରତର ସୀମା ସୁରକ୍ଷିତ ଅଛି ଏହି ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ହେଉଥିବା ଏହି ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା ଭାରତୀୟ ସେନାଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି ବିଜେପି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଦୀର୍ଘ ବର୍ଷର ସଂଘର୍ଷ ପରେ ଆମ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଆମ ଦେଶର ସ୍ୱାଧୀନତା ସଂଗ୍ରାମୀ, ଆମ ପୂର୍ବଜ ତଥା ଆମ ଦେଶର ଯବାନ ମାନଙ୍କ ଉଦ୍ଦଶ୍ୟରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଦ୍ୱାରା ଆୟୋଜିତ ହୋଇଥିବା ଏହି ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ସମର୍ପିତ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସାରଦା ପ୍ରସାଦ ଶତପଥୀ କହିଛନ୍ତି ।
ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ପ୍ରିୟଦର୍ଶୀ ମିଶ୍ର, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ଚଣ୍ଡୀ ପ୍ରସାଦ ବେହେରା, ଗଗନ ଓଝା, ଦୀପକ ବେହେରାଙ୍କ ସମେତ ଅନେକ କାର୍ଯ୍ୟକର୍ତା ଏବଂ ସାଧାରଣ ଜନତା ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here