ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି, ତତ୍କାଳୀନ ସରକାରଙ୍କ ଅସହିଷ୍ଣୁତା ଯୋଗୁ ରାଜ୍ୟରେ ଏହି ଯୋଜନା ଲାଗୁ ହୋଇପାରୁ ନ ଥିଲା- ମନମୋହନ ସାମଲ

0
62
BJP Odisha unit President Manmohan Samal-file

By Our Correspondent

BHUBANESWAR:  ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରି ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ତତ୍ୱାବଧାନରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି ।

ବିଜେଡି ସରକାରଙ୍କ ଅସହିଷ୍ଣୁତା କାରଣରୁ ରାଜ୍ୟବାସୀ ପୂର୍ବରୁ ଏହି ଯୋଜନାରୁ ବଂଚିତ ହେଉଥିଲେ । ଏନେଇ ବାରମ୍ବାର ଦାବି ସତ୍ୱେ ତତ୍କାଳିନ ସରକାର ରାଜ୍ୟରେ ଏହି ଯୋଜନା ଲାଗୁ କରେଇ ଦେଉ ନ ଥିଲେ । ମାତ୍ର ବିଜେପି  ସରକାର ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ପୂରଣ କରିଚାଲିଛି ।

ନୂତନ ସରକାର ଗଠନ କରିବାର ମାତ୍ର ୭ ମାସ ମଧ୍ୟରେ ବିକଶିତ ରାଜ୍ୟ ଗଠନ କରିବା ପାଇଁ ବିଜେପି ଅନେକ ପଦକ୍ଷେପ ନେଇଛି । ଏବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିବା ପାଇଁ ବିଜେପି ସରକାର ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିଛି । ଏହାଦ୍ୱାରା ରାଜ୍ୟର ପ୍ରାୟ ଏକ କୋଟି ପରିବାର ଲାଭାନ୍ୱିତ ହେବେ । ଏନେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶ୍ରୀ ମୋଦିଜୀଙ୍କୁ କୃତଜ୍ଞତା ଜଣାଇବା ସହ ବିଜେପି ଉପରେ ବିଶ୍ୱାସ ରଖିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ସାମଲ  କହିଛନ୍ତି ଯେ, ଏହି ଯୋଜନା ଦ୍ୱାରା ଭାରତରେ ଯେକୌଣସି ସ୍ଥାନରେ ଓଡ଼ିଶାବାସୀଙ୍କୁ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ମିଳିପାରିବ । ଏଥିପାଇଁ ପୁରୁଷଙ୍କୁ ୫ ଲକ୍ଷ ଏବଂ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏହାଦ୍ୱାରା ଅର୍ଥ ଅଭାବରୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଥିବା ଗରିବ ଲୋକଙ୍କ ଅସୁବିଧା ଦୂର ହେବ । ବିଶେଷ କରି ବୃଦ୍ଧାବୃଦ୍ଧ ଓ ମହିଳାମାନଙ୍କୁ  ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବା ପାଇଁ କାହା ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here