ପ୍ରଗତି ମୈଦାନରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ରାଜ୍ୟ ଦିବସ ଅନୁଷ୍ଠିତ

0
233
ଆଜି ପ୍ରଗତି ମୈଦାନରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ରାଜ୍ୟ ଦିବସ। ଏହି ଅବସରରେ ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହିତ ଓଡ଼ିଶା ସରକାରଙ୍କ ମାସିକ ମୁଖପତ୍ର ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସ୍ଵତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଥିଲା।

By Our Correspondent

NEW DELHI/BHUBANESWAR:  ଆଜି ପ୍ରଗତି ମୈଦାନରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ରାଜ୍ୟ ଦିବସ। ଏହି ଅବସରରେ ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହିତ ଓଡ଼ିଶା ସରକାରଙ୍କ ମାସିକ ମୁଖପତ୍ର ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସ୍ଵତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଥିଲା।

ପ୍ରଗତି ମୈଦାନର ଆମ୍ଫିଥିଏଟରରେ ହଜାର ହଜାର ଦର୍ଶକ ଅତ୍ୟନ୍ତ ଉତ୍ସାହର ସହ ଦେଖିଥିଲେ ଡାଲଖାଇ, ସମ୍ବଲପୁରୀ ଓ ଆଦିବାସୀ ବିର୍ଲି ନୃତ୍ୟ। ହର ହର ଶମ୍ଭୁ ଗୀତ ଗାନ କରି ଓଡ଼ିଶା ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ଅଭିଲିପ୍‌ସା ପଣ୍ଡା ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।

କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ, ଓଟିଡିସି ଅଧ୍ୟକ୍ଷ ଡକ୍ଟର ଲେନିନ୍ ମହାନ୍ତି, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡିଶାର ଆବାସିକ ଆୟୁକ୍ତ ଶ୍ରୀ ରବି କାନ୍ତ, ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସମ୍ପାଦକ ଶ୍ରୀମତୀ କସ୍ତୁରୀ ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ ସାମଲ, ଏସ୍‌ସିଏସ୍‌ଟି ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ଓ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟରଞ୍ଜନ ମହାନ୍ତିଙ୍କ ସମେତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ.

LEAVE A REPLY

Please enter your comment!
Please enter your name here