ପବିତ୍ର କାର୍ତ୍ତିକ ମାସର ଶୃଙ୍ଖଳିତ ନୀତି ଓ ଯାତ୍ରୀ ପରିଚାଳନା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କୃତଜ୍ଞତା ଜ୍ଞାପନ

0
410
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଂଜନ କୁମାର ଦାସ

By Our Correspondent

PURI/BHUBANESWAR:   ଚଳିତ ବର୍ଷର କାର୍ତ୍ତିକ ମାସ ପ୍ରାରମ୍ଭରୁ ପବିତ୍ର କାର୍ତ୍ତିକ ପୂର୍ଣିମା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିମାନ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟହ ଲକ୍ଷାଧିକ ଭକ୍ତଙ୍କର ସମାଗମ ମଧ୍ୟ ହୋଇଥିଲା। ଏହି ସମୟରେ ପ୍ରବଳ ଜନସମାଗମ ସତ୍ୱେ ମହାପ୍ରଭୁଙ୍କର ସମସ୍ତ ନୀତି କାନ୍ତି, ସମୟୋଚିତ ଓ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମାପିତ ହୋଇଥିଲା। ଏହା ସମ୍ଭବପର ହୋଇପାରିଥିଲା ସେବକ ମାନଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ ଉତ୍ସର୍ଗୀକୃତ ମନୋବଗାଵ ଯୋଗୁ ।

 ଶ୍ରୀମନ୍ଦିର ବାହାରେ ଯାତ୍ରୀ ପରିଚାଳନା ଓ ଆବଶ୍ୟକୀୟ ସେବା ପ୍ରଦାନରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଲାଇନ ଡିପାଟମେଣ୍ଟ ଅଧିକାରୀ ତଥା ଜିଲ୍ଲା ପୋଲିସ ର କର୍ମକର୍ତ୍ତା, ତଥା ରେଡ଼ କ୍ରସ ଓ ସେଣ୍ଟ ଜନ ଆମ୍ବୁଲାନ୍ସର ସ୍ବେଛାସେବୀ ମାନେ ଉଲେଖନୀୟ ସେବା ପ୍ରଦାନ କରିଥିଲେ।

  ଏତଦ ବ୍ୟତୀତ ପରିଚାଳନା ଜମିଟିର ସଦସ୍ୟଗଣ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ କର୍ମଚାରୀ ମାନେ ମଧ୍ୟ ସମର୍ପିତ ଭାବରେ କାର୍ଯ୍ୟ କରି ଏହା ମହାକାର୍ତ୍ତିକ ପାଳନକୁ ସାଫଲ୍ୟ ମଣ୍ଡିତ କରିଥିଲେ।

 ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଂଜନ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞନ୍ତା ଜଣାଇବା ସହ କହିଛନ୍ତି ଯେ ” ଆଗାମୀ ଦିନରେ ଏହି ପ୍ରୟାସ ଓ ପରମ୍ପରା ଅବ୍ୟାହତ ରହିଲେ ଏହା ମହାପ୍ରଭୁଙ୍କର ଓ ସର୍ବୋପରି ପୁରୀ ସହରର ସୁନାମ ବର୍ଦ୍ଧନରେ ସହାୟକ ହେବ”।

LEAVE A REPLY

Please enter your comment!
Please enter your name here