ନିଳାଦ୍ରୀ ବିଜେ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ କହିଲେ ମୁଖ୍ୟମନ୍ତ୍ରୀ, ରଥଯାତ୍ରା ସୁପରିଚାଳନା ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଦେଲେ

0
569

By Our Correspondent

PURI/BHUBANESWAR: ​ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦୁଇ ଦିନିଆ ପୁରୀ ଗସ୍ତ ଶେଷ ପର୍ଯ୍ୟାୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି।

ନବଦିନାତ୍ମକ ଯାତ୍ରା ପରେ ମହାପ୍ରଭୁଙ୍କୁ ରତ୍ନ ସିଂହାସନରେ ଦର୍ଶନ କରି ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ  ପ୍ରାର୍ଥନା କରି ଓଡ଼ିଶା ବାସୀଙ୍କ ସର୍ବମଙ୍ଗଳ କାମନା କରିଛନ୍ତି।

ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ସେବାୟତ, ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ, ସ୍ବେଚ୍ଛାସେବୀ ସଂଗଠନ ତଥା ପୁରୀବାସୀଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି।

ଏହାସହ ଦୀର୍ଘ ଦଶନ୍ଧିର ବ୍ୟବଧାନ ପରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବାକୁ ଐତିହାସିକ କହିବା ସହ ରତ୍ନ ଭଣ୍ଡାର ଖୋଲିବା କାମରେ ନିୟୋଜିତ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ସହିତ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

 

LEAVE A REPLY

Please enter your comment!
Please enter your name here