ନଆଇଆରଏଫ୍, ଇଣ୍ଡିଆ ରାଙ୍କିଙ୍ଗ୍ -୨୦୨୪ : ଦେଶର ସମସ୍ତ ୫୮,୦୦୦ ଉଚ୍ଚ ଶିକ୍ଷାନୁଷ୍ଠାନକୁ ରାଙ୍କିଂ ଓ ରେଟିଂ ଫ୍ରେମଓ୍ୱାର୍କରେ ସାମିଲ କରିବା ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ

0
72
The Union Minister for Education, Shri Dharmendra Pradhan releasing the NIRF India Rankings 2024, in New Delhi on August 12, 2024.

By Our Correspondent

BHUBANESWAR:  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନ ରାଙ୍କିଙ୍ଗ୍ ଫ୍ରେମୱାର୍କ(ଏନଆଇଆରଏଫ) ଅନ୍ତର୍ଗତ ଇଣ୍ଡିଆ ରାଙ୍କିଙ୍ଗର ନବମ ସଂସ୍କରଣ- ୨୦୨୪କୁ ଉନ୍ମୋଚନ କରିଛନ୍ତି । ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ପୁରସ୍କୃତ କରି ଶୁଭେଚ୍ଛା ଜଣାଇବା ସହ ଦେଶର ସମସ୍ତ ୫୮,୦୦୦ ଉଚ୍ଚ ଶିକ୍ଷାନୁଷ୍ଠାନକୁ ରାଙ୍କିଂ ଓ ରେଟିଂ ଫ୍ରେମଓାର୍କକୁ ଆଣିବା ଜରୁରୀ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଙ୍କିଙ୍ଗ, ରେଟିଂ ଏବଂ ମାନ୍ୟତା ଜାତୀୟ ଶିକ୍ଷା ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସୁପାରିସ । ଏନଆଇଆରଏଫ୍ ମାନ୍ୟତା ଜାତୀୟ ଶିକ୍ଷା ନୀତିର ଭାବନାକୁ ଗଭୀର ଭାବରେ ପ୍ରତିଫଳିତ କରୁଛି । ଅନେକଙ୍କ ଅପେକ୍ଷା କ୍ରମେ ଦେଶର ଏହି ମାନ୍ୟତା ଢାଞ୍ଚାରେ କିଛି ସଂସ୍କାର କରାଯାଇଛି । ଶିକ୍ଷାଦାନ, ଇନୋଭେସନ, ଗବେଷଣା, ସ୍ନାତକ ରେଜଲ୍ଟ ଏବଂ ଅନ୍ୟାନ୍ୟ ମାନଦଣ୍ଡରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ଉତ୍କର୍ଷତା ପ୍ରଦର୍ଶନ କରିବା ସହ ଇଣ୍ଡିଆ ରାଙ୍କିଙ୍ଗ୍ ୨୦୨୪ରେ ଗୌରବ ଅର୍ଜନ କରିଛନ୍ତି ।

ଶିକ୍ଷାନୁଷ୍ଠାନର ଗୁଣବତ୍ତା, ପ୍ରଦର୍ଶନ ଓ ଶକ୍ତି ଜାଣିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଧିକାର । ତେଣୁ ଦେଶରେ ଥିବା ସମସ୍ତ ୫୮,୦୦୦ ଶିକ୍ଷାନୁଷ୍ଠାନ ରାଙ୍କିଂ ଓ ରେଟିଂ ଢାଞ୍ଚାରେ ଆସିବା ଦରକାର ।  ନିଯୁକ୍ତି ଦକ୍ଷତାକୁ ଭାରତ ସରକାର ପ୍ରାଥମିକତା ଭାବେ ନେଇଛନ୍ତି । ଆମର ରାଙ୍କିଙ୍ଗ୍ ବ୍ୟବସ୍ଥାରେ ଦକ୍ଷତାକୁ ଏକ ପାରାମିଟର ଭାବରେ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ । ଅସ୍ପଷ୍ଟ ଦିଗ ଗୁଡ଼ିକ ଶିକ୍ଷଣ ଏବଂ ବିକାଶ ପାଇଁ ଶକ୍ତିଶାଳୀ ଉତ୍ସାହ ଆଣିଥାଏ । ଶିକ୍ଷାର ଅଦୃଶ୍ୟ ଦିଗଗୁଡ଼ିକୁ ମାନ୍ୟତା ଢାଞ୍ଚାରେ ଆଣିବା ପାଇଁ ଆମେ ବ୍ୟବସ୍ଥା ପ୍ରସ୍ତୁତ କରିବା ଉଚିତ୍ । ଭାରତୀୟ ଶିକ୍ଷାନୁଷ୍ଠାନର ସମସ୍ତ ପ୍ରମୁଖଙ୍କୁ ରାଙ୍କିଙ୍ଗ ଢାଞ୍ଚାରେ ଆସିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଉଚ୍ଚାକାଂକ୍ଷୀ ଲକ୍ଷ୍ୟ ସ୍ଥିର କରିବା ସହ ଭବିଷ୍ୟତରେ ସର୍ବୋକୃଷ୍ଟ  ମାନ୍ୟତା ପାଇଁ ପ୍ରୟାସ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସମସ୍ତେ ମିଳିମିଶି ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଶିକ୍ଷାଗତ ଉତ୍କର୍ଷର ବାତାବରଣ ସୃଷ୍ଟି କରିବାକୁ ସେ ଅପିଲ କରିଛନ୍ତି ।

ସୂଚନାଯୋଗ୍ୟ, ଭାରତରେ ଉଚ୍ଚ ଶିକ୍ଷାନୁଷ୍ଠାନ ମାନ୍ୟତାର ଏହା କ୍ରମାଗତ ନବମ ସଂସ୍କରଣ । ଇଣ୍ଡିଆ ରାଙ୍କିର ୨୦୨୪ ସଂସ୍କରଣରେ ୪ଟି ସ୍ବତନ୍ତ୍ର ସଂଯୋଜନ ତଥା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ମୁକ୍ତ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ବିଶ୍ୱବିଦ୍ୟାଳୟ ନାମରେ ତିନୋଟି ନୂତନ ବର୍ଗର ପ୍ରଚଳନ ହୋଇଛି । ଏହାସହ ଏନଆଇଆରଏଫ ଫ୍ରେମଓ୍ୱାର୍କ ବ୍ୟବହାର କରି ଇଣ୍ଡିଆ ରାଙ୍କିଙ୍ଗରେ “ଇନୋଭେସନ” ରାଙ୍କିଙ୍ଗର ଏକୀକରଣ ହୋଇଛି । ମୁକ୍ତ ବିଶ୍ୱବିଦ୍ୟାଳୟ, ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ବିଶ୍ୱବିଦ୍ୟାଳୟ ଭଳି ତିନୋଟି ବର୍ଗକୁ ମିଶାଇ ଇଣ୍ଡିଆ ରାଙ୍କିଙ୍ଗ ବର୍ତ୍ତମାନର ପୋର୍ଟଫୋଲିଓ ୧୬ଟି ବର୍ଗ ଏବଂ ବିଷୟ କ୍ଷେତ୍ରକୁ ବୃଦ୍ଧି ପାଇଛି ଯାହା ଇଣ୍ଡିଆ ରାଙ୍କିଙ୍ଗ – ୨୦୨୪ରେ ସ୍ଥାନ ପାଇଛି।

ଏନଆଇଆରଏଫ ତାଲିକାରେ ସର୍ବଭାରତୀୟ ସ୍ତରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ କ୍ରମାଗତ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସାମଗ୍ରିକ ବା ଓଭରାଲ୍ ବର୍ଗରେ ଷଷ୍ଠ ବର୍ଷ ପାଇଁ ପ୍ରଥମ ସ୍ଥାନ ବଜାୟ ରଖିଛି । ଏହାସହ ଏବଂ ଇଞ୍ଜିନିୟରିଂରେ କ୍ରମାଗତ ନବମ ବର୍ଷ ଅର୍ଥାତ୍ ୨୦୧୬ରୁ ୨୦୨୪ ପର୍ଯ୍ୟନ୍ତ ପ୍ରଥମ ସ୍ଥାନ ବଜାୟ ରଖିଛି । ସେହିପରି ଓଭରାଲ୍ ବର୍ଗରେ ୨୩ଟି ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ୨୨ଟି ଘରୋଇ ଡିମ୍ଡ ବିଶ୍ୱବିଦ୍ୟାଳୟ, ୧୬ଟି ଆଇଆଇଟି, ୯ଟି ଏନ୍ଆଇଟି, ୭ଟି ଲେଖାଏଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ୭ଟି ଘରୋଇ ବିଶ୍ୱବିଦ୍ୟାଳୟ, ୪ଟି ଲେଖାଏଁ ଏମ୍ସ, ଆଇଆଇଏସ୍ଇଆର୍ ଓ ସରକାରୀ ଡିମ୍ଡ ବିଶ୍ୱବିଦ୍ୟାଳୟ, ୩ଟି ସିଏଫ୍ଟିଆଇ ଓ ଗୋଟିଏ କଲେଜ ରହିଛି ।

 

LEAVE A REPLY

Please enter your comment!
Please enter your name here