By Our Correspondent
BHUBANESWAR: ତା ୨୪.୦୮.୨୦୨୫ ରିଖ ଦିନ ୟୁନିଟ-୮ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଭୁବନେଶ୍ଵର ଠାରେ
ପବିତ୍ର ହିନ୍ଦୁ ଧର୍ମ, ହିନ୍ଦୁ ସଂସ୍କୃତି ତଥା ବନବାସୀ କ୍ଷେତ୍ରରେ ରହୁଥିବା ଜନଜାତିଙ୍କ ସୁରକ୍ଷା ନିମନ୍ତେ ପ୍ରାଣବଳୀ ଦେଇଥିବା ପୂଜ୍ୟ ରାଷ୍ଟ୍ରସନ୍ଥ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୭ତମ ବଳିଦାନ ସ୍ମୃତି ସମାରୋହକୁ *ଧର୍ମରକ୍ଷା ଦିବସ* ରୂପେ ପାଳନ ହୋଇ ଯାଇଅଛି ।
ଉକ୍ତ କାର୍ଯ୍ୟକ୍ରମରେ ମାର୍ଗଦର୍ଶନ କରିଥିଲେ :-
ପୂଜ୍ୟ ସନ୍ଥ ସାମୀ ବ୍ରହ୍ମାନନ୍ଦ ସରସ୍ଵତୀ ମହାରଜ, (ନିଗମ କଳ୍ପତରୁ ଆଶ୍ରମ, ଭୁବନେଶ୍ୱର), ପୂଜ୍ୟ ସନ୍ଥ ଶ୍ରୀ ବାବାଜୀ ବିଶ୍ବନାଥ ଦାସ,
(ସିଦ୍ଧିଗିରି ଆଶ୍ରମ, ଗୋବିନ୍ଦପୁର, କଟକ),
ମୂଖ୍ୟ ଅତିଥି ଶ୍ରୀଯୁକ୍ତ – ରାଜେନ୍ଦ୍ର କୁମାର ମାଦଳା (ଅଖିଳ ଭାରତୀୟ ଶ୍ରଦ୍ଧା ଜାଗରଣ ପ୍ରମୁଖ, ଜବଲପୁର, ମଧ୍ୟ ପ୍ରଦେଶ),
ସମ୍ମାନୀୟ ଅତିଥି – ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର (ପୂର୍ବତନ ଜିଲ୍ଲାପାଳ),
ମୂଖ୍ୟ ବକ୍ତା- ଶ୍ରୀଯୁକ୍ତ ବିନୟ କୁମାର ଭୁୟାଁ, (ପୂର୍ବକ୍ଷେତ୍ର ଧର୍ମ ଜାଗରଣ ପ୍ରମୁଖ) ଯୋଗଦାନ ଦେଇଥିଲେ।
ଏହି ସ୍ମୃତି ସମାରୋହରେ ୧୦୦୦ ରୁ ଉର୍ଦ୍ଧ ସଂଘ ଏବଂ ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ମାନେ ଉପସ୍ଥିତ ରହି ଏହି ମହାନ ସନ୍ଥଙ୍କୁ
ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ଲାଭ କରିଥିଲେ ।
ପ୍ରାନ୍ତ ଅଧିକାରୀ – ଆଲୋକ ଖଟୁଆ(ପ୍ରାନ୍ତ ପ୍ରମୁଖ), ତ୍ରିନାଥ ଦାସ (ପ୍ରାନ୍ତ ପରିଯୋଜନା ପ୍ରମୁଖ), କନକ ଲତା ସାହୁ (ପ୍ରାନ୍ତ ମାତୃଶକ୍ତି ସଂଯୋଜିକା), ସଂଘମିତ୍ରା ରାଜଗୁରୁ (ପ୍ରାନ୍ତ ମାତୃଶକ୍ତି ସହସଂଯୋଜିକ), ଶରତ ମହାପାତ୍ର (ପ୍ରାନ୍ତ ସହ ସଂସ୍କୃତି ପ୍ରମୁଖ), ତ୍ରୟଲୋକ ମହାରାଜ ଏବଂ କୃଷ୍ଣ ମହାରାଜ (ପ୍ରାନ୍ତ ସଂସ୍କୃତି ଟୋଲି ସଦସ୍ୟ) ଅତିଥି ଭାବେ ଯୋଗ ଦେଇଥିଲେ।
ମହାନଗର ସଂଯୋଜକ – ଶ୍ରୀ ଦୁର୍ଗାପ୍ରସାଦ ମହାନ୍ତି, ସହସଂଯୋଜକ – ଦେବାଶିଷ ରାଉତ ଓ ପ୍ରକାଶ କାଳିଆ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ପ୍ରାନ୍ତ ନିଧି ସଦସ୍ୟ ପ୍ରଶାନ୍ତ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

























