ଦେଶର ୧୦.୬୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ସାର୍ଟିଫିକେଟ୍ ପ୍ରଦାନ ଏକ ବଡ଼ ଉପଲବ୍ଧି- ଧର୍ମେନ୍ଦ୍ର ପ୍ରଧାନ

0
312
ଦେଶ ପାଖରେ ଥିବା ସମ୍ବଳର ଉପଯୋଗ କରିବା ପାଇଁ ଯୁବ ଶକ୍ତି ଭଳି ଗୁରୁତ୍ତ୍ୱପୂର୍ଣ୍ଣ ଶକ୍ତିର ଆବଶ୍ୟକତା ରହିଛି । ଏହି ଯୁବଶକ୍ତି ଯେତେ ସଶକ୍ତ ହେବ ଦେଶର ବିକାଶ ସେତେ ଅଧିକ ହେବ ବୋଲି ଗୁରୁବାର ‘କୌଶଳ ଦୀକ୍ଷାନ୍ତ ସମାରୋହ-୨୦୨୩’ରେ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

By Our Correspondent

NEW DELHI/BHUBANESWAR:   ଦେଶ ପାଖରେ ଥିବା ସମ୍ବଳର ଉପଯୋଗ କରିବା ପାଇଁ ଯୁବ ଶକ୍ତି ଭଳି ଗୁରୁତ୍ତ୍ୱପୂର୍ଣ୍ଣ ଶକ୍ତିର ଆବଶ୍ୟକତା ରହିଛି । ଏହି ଯୁବଶକ୍ତି ଯେତେ ସଶକ୍ତ ହେବ ଦେଶର ବିକାଶ ସେତେ ଅଧିକ ହେବ ବୋଲି ଗୁରୁବାର ‘କୌଶଳ ଦୀକ୍ଷାନ୍ତ ସମାରୋହ-୨୦୨୩’ରେ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।   

ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁ ଦେଶ ପାଖରେ ପ୍ରାକୃତିକ ସମ୍ବଳ, ଖଣିଜ ସମ୍ପଦ ଏବଂ ସୁଦୀର୍ଘ ସମୁଦ୍ର ବେଳାଭୂମି ଭଳି ଭିନ୍ନ ଭିନ୍ନ ସାମର୍ଥ୍ୟ ରହିଛି । କିନ୍ତୁ ଏହି ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଯେଉଁ ମହତ୍ତ୍ୱପୂର୍ଣ୍ଣ ଶକ୍ତିର ଆବଶ୍ୟକତା ରହିଛି ତାହା ହେଉଛି ଯୁବ ଶକ୍ତି । ଏହି ଯୁବଶକ୍ତି ଯେତେ ସଶକ୍ତ ହେବେ ସେତେ ଦେଶର ବିକାଶ ହେବ । ଆଜି ଭାରତ ଏହି ଭାବନା ସହ ନିଜର ଯୁବଶକ୍ତିଙ୍କୁ ସଶକ୍ତ କରୁଛି । ସମଗ୍ର ପରିସଂସ୍ଥାନରେ ଅଭୁତପୂର୍ବ ପରିବର୍ତ୍ତନ ଆଣୁଛି ଏବଂ ଏଥିରେ ମଧ୍ୟ ଦେଶ ଦୁଇ ପ୍ରକାର ପଦକ୍ଷେପ ନେଉଛି । ଯୁବବର୍ଗଙ୍କୁ ଦକ୍ଷ କରିବା ସହ ଶିକ୍ଷା ଦ୍ୱାରା ନୂଆ ସୁଯୋଗର ଲାଭ ଉଠାଇବା ପାଇଁ ପ୍ରସ୍ତୁତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।   

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସ୍କିଲକୁ ସମ୍ମାନ ଦେବା ଓ ଦେଶରେ ଥିବା ଦକ୍ଷତା ପ୍ରତିଭାକୁ ସମ୍ମାନିତ କରିବା ଦିଗରେ କୌଶଳ ଦୀକ୍ଷାନ୍ତ ସମାରୋହ ଏକ ବିଶେଷ କାର୍ଯ୍ୟକ୍ରମ । ଏହି ବାର୍ଷିକ ଦକ୍ଷତା ସମାବର୍ତ୍ତନ ସମାରୋହରେ ସ୍କିଲ୍ ସାର୍ଟିଫିକେଟ୍ ଗ୍ରହଣ କରିଥିବା ଦକ୍ଷତା ପରିସଂସ୍ଥାନର ୧୦.୬୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ  ଏହା ଏକ ବଡ ଉପଲବ୍ଧି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍କିଲ୍ ସାର୍ଟିଫିକେସନରେ ମହିଳାଙ୍କ ସଂଖ୍ୟା ବଢିବା ଖୁସିର ବିଷୟ । ବିଗତ ବର୍ଷ ମାନଙ୍କରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୋଗଦାନ ବଢିବାରେ ଲାଗିଛି । ଭାରତରେ ୨୦୧୭ରେ ବେରୋଜଗାର ହାର ୬ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୩.୨ ପ୍ରତିଶତରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଦେଶରେ ସ୍କିଲ୍ ଇକୋସିଷ୍ଟମରେ ୧.୫ କୋଟି ନାଗରିକ ସାମିଲ ହୋଇଛନ୍ତି । 

ବିଶ୍ୱରେ ଦକ୍ଷତା ପରବର୍ତ୍ତନଶୀଳ । ଆମ ସ୍କିଲିଂ ଇକୋସିଷ୍ଟମକୁ ମଧ୍ୟ ପରିବର୍ତ୍ତନ କରିବାକୁ ହେବ ଏବଂ ଦକ୍ଷତା ବିକାଶକୁ ଅଧିକ ଆକାଂକ୍ଷୀ କରିବାକୁ ହେବ । ଜାତୀୟ ଶିକ୍ଷା ନୀତିରେ ସ୍କୁଲ ଶିକ୍ଷା ଓ ଦକ୍ଷତା ବିକାଶକୁ ଏକାଠି କରିବା ଦିଗରେ ଗୁରୁତ୍ୱ ଦିଆଯାଉଛି । ସ୍କିଲ୍ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ଦ୍ୱାରା ଉଭା ହେଉଥିବା କ୍ଷେତ୍ର ଗୁଡିକରେ ସ୍କିଲର କୋର୍ସ ପ୍ରସ୍ତୁତ କରାଯାଉଛି ଏବଂ ଏହାକୁ ସ୍କୁଲର ପାଠ୍ୟକ୍ରମରେ ଯୋଡାଯାଉଛି । ଭାରତର ପ୍ରତିଭାବାନ ଯୁବଶକ୍ତିଙ୍କ ସ୍କିଲ୍ ଆବଶ୍ୟକତାକୁ ପୂରଣ କରିବା ଓ ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ସବୁପ୍ରକାର ପଦକ୍ଷେପ ନିଆଯାଉଛି । ଦେଶର ମାନବ ସମ୍ବଳକୁ ସ୍କିଲ୍ ଏବଂ ଅପସ୍କିଲ୍ କରି ଏକ ବିକଶିତ ଭାରତ ଓ ଭାରତକୁ ବିଶ୍ୱର କୌଶଳର ପେଣ୍ଠସ୍ଥଳୀରେ ପରିଣତ କରିବାର କଳ୍ପନାକୁ ସାକାର କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।  ପ୍ରଧାନମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । 

ସୂଚନାଯୋଗ୍ୟ, ଏହି ଅବସରରେ ଦେଶବ୍ୟାପୀ ଥିବା ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରର ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଇଟିଆଇ, ଏନଏସଟିଆଇ ଏବଂ ଉଦ୍ୟୋଗୀ ବିକାଶ ଯୋଜନାର ସଂକ୍ଷିପ୍ତ ତାଲିମ ପ୍ରାପ୍ତ ବିଦ୍ୟାର୍ଥୀଙ୍କୁ ସମ୍ମାନିତ କରାଯାଇଥିଲା । ୧୨ଟି ଭାରତୀୟ ଭାଷାରେ ଆଇଟିଆଇ ପୁସ୍ତକ ଉନ୍ମୋଚନ ସହ ଉଦ୍ୟୋଗୀ ବିକାଶ ସମ୍ପର୍କିତ ହ୍ୟାଣ୍ଡବୁକର ଲୋକାର୍ପଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here