ଦେବୀ ସୁଭଦ୍ରାଙ୍କ ରଥ ଉପରେ ସେବକ ପରିଚୟ ପତ୍ରରେ ନିଜ ଫଟୋ ଲଗାଇ ଅନଧିକୃତ ଭାବେ ବସିଥିବା ବ୍ରହ୍ମପୁର, ପ୍ରେମନଗର ର ଶ୍ରୀ ଗୋପାଳ କୃଷ୍ଣ ପୋଲାକି ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟିକୁ ଆସିବାରୁ ପୁରୀ କୁମ୍ଭାରପଡା ଥାନାରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି

0
115

By Our Correspondent

PURI: ​   ନୀତି ସମ୍ପୃକ୍ତ ସେବାୟତ/କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ବିଶେଷ ରଥ ଉପରକୁ ଉଠିବା ବ୍ୟବସ୍ଥା ବଳି ରେ ବାରଣ କରାଯାଇଥିବା ବେଳେ ତାର ଖୋଲା ଉଲଂଘନ ବ୍ରହ୍ମପୁର, ପ୍ରେମନଗର ର ଶ୍ରୀ ଗୋପାଳ କୃଷ୍ଣ ପୋଲାକି (ପିତା. ପି.ସୁନ୍ଦର ରାଓ) କରିଥିଲେ।

ତା୧୫.୭.୨୦୨୪ ବାହୁଡା଼ ଯାତ୍ରା ଦିନ ଦେବୀ ସୁଭଦ୍ରାଙ୍କ ରଥ ଉପରେ ସେବକ ପରିଚୟ ପତ୍ରରେ ନିଜ ଫଟୋ ଲଗାଇ ଅନଧିକୃତ ଭାବେ ବସିଥିବା ପ୍ରଶାସନ ଦୃଷ୍ଟିକୁ ଆସିବାରୁ ତାଙ୍କୁ ରଥ ଉପରୁ ବାହାର କରାଯାଇଥିଲା, ଉକ୍ତ ବ୍ୟକ୍ତିଙ୍କ ପରିଚୟ ଜଣା ପଡ଼ିବା ପରେ ବ୍ୟବସ୍ଥା ବଳି ର ସମ୍ପୂର୍ଣ୍ଣ ଉଲଂଘନ କାରଣରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ବିଧିବଧ ଭାବେ ତାଙ୍କ ନାମରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପୁରୀ କୁମ୍ଭାରପଡା ଥାନାରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି।

 

LEAVE A REPLY

Please enter your comment!
Please enter your name here