By Our Correspondent
NEW DELHI/BHUBANESWAR: ଗତ ଅପ୍ରେଲ ୧୩ତାରିଖ ରବିବାର ଦିନ ଦିଲ୍ଲୀରେ ବସବାସ କରୁଥିବା ଓଡିଆଭାଷୀ ସ୍ବୟଂସେବକ ମାନକଂ ଦ୍ବାରା ଆର କେ ପୁରମ୍ ସେକ୍ଟର- ୬ ସ୍ଥିତ ବିଶ୍ବହିନ୍ଦୁପରିଷଦର କେନ୍ଦ୍ରୀୟ କାର୍ଯ୍ଯାଳୟ ତଥା ଶ୍ରୀ ଶ୍ରୀ ସଂକଟ ମୋଚନ ହନୁମାନ ମନ୍ଦିର ପରିସରରେ ଓଡିଶାର ମହାନ ପର୍ବ ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ମାନକଂର ନୂତନ ବର୍ଷ ମହା ସମାରୋହରେ ପାଳିତ ହୋଇଯାଇଛି ।
ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସୁଦର୍ଶନ ନିଉଜ ଚ୍ଯାନେଲ ର ଚେୟାରମ୍ୟାନ୍ ତଥା ପ୍ରସିଦ୍ଧ ପତ୍ରକାର ଶ୍ରୀ ସୁରେଶ ଚୌହ୍ବାଣ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ଜନସଂଖ୍ୟା ଅସନ୍ତୁଳନ ତଥା ତାହାର ନିରାକରଣ ଉପରେ ସାରଗର୍ଭକ ବକୃତା ପ୍ରଦାନ କରିଥିଲେ ।ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କିପରି ଭାବେ ଆମେ ଛଅ, ଆମର ଛତିଶ,ଅବୈଧ ଧର୍ମାନ୍ତରଣ,ଲଭ ଜିହାଦ,ସୀମା ସରହଦ ଡେଇଁ ଅନୁପ୍ରବେଶ ଇତ୍ୟାଦି କାରଣରୁ ଦେଶରେ ଅସମ୍ଭବ ଭାବେ ଜନସାଂଖିକ ଅସନ୍ତୁଳନ ଦେଖାଦେଇଛି, ଏଥିପାଇଁ ସରକାର ଉପରେ ଚାପ ପକାଇବା ଉଚିତ, ତାଛଡା ହିନ୍ଦୁ ପରିବାର ମାନକଂରେ ବିବାହ ଶିଘ୍ର ହେବା ଉଚିତ୍, ଦେଶ ଏବଂ ସମାଜ ରକ୍ଷା ପାଇଁ ପ୍ରତ୍ୟେକ ପରିବାରର ଚାରି ସନ୍ତାନ ଆବଶ୍ୟକ ।
କାର୍ଯ୍ୟ କ୍ରମ ପ୍ରାରମ୍ଭରେ ଅତିଥି ମାନକଂ ଦ୍ବାରା ମଂନ୍ତ୍ର ସହିତ ଦୀପ ପ୍ରଜ୍ବଳନ କରାଯାଇଥିଲା, ତତ୍ ପଶ୍ଚାତ୍
ସଂକଟମୋଚନ ସାପ୍ତାହିକ ସତ୍ ସଂଗର ପ୍ରମୁଖ ଶ୍ରୀ ହରିଓଁ ପରିଡା କଂ ଦ୍ବାରା ତ୍ରିବାର ପ୍ରଣବ ଉଚ୍ଚାରଣ, ଏକାତ୍ମତା ମଂନ୍ତ୍ର, ବିଜୟ ମହାମନ୍ତ୍ର-ଶ୍ରୀ ରାମ ଜୟ ରାମ ଜୟ ଜୟ ସହ ହନୁମାନ ଚାଳିଶା ପାରାୟଣ ମଧ୍ୟ କରାଯାଇଥିଲା ।ମୁଖ୍ୟ ବକ୍ତା ଶ୍ରୀ ସୁରେଶ ଚୌହ୍ବାଣଜୀ କୁଂ ଶ୍ରୀ ରାମଲଲାକଂର ମୂର୍ତ୍ତି, ଉତ୍ତରୀୟ ମନୋହର ଗୁଜୁରାତି, ସମୀର ପଣ୍ଡା କଂ ଦ୍ବାରା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।
ଦେବାଂଶୀ ପଣ୍ଡା, ପ୍ରିୟାଂସୀ ଜେନା ତଥା ସ୍ମିତିପର୍ଣ୍ଣା ପଣ୍ଡା ସେମାନଙ୍କର ସୁଲଳିତ କଣ୍ଠରେ ଭଜନ ଓ ଗୀତ ପ୍ରସ୍ତୁତ କରିବା ପରେ ନୃତ୍ୟାଗଂନା ସୁଶ୍ରୀ ଚନ୍ଦ୍ରିକା ବାରିକ ‘ଦଶଅବତାର’ ଓଡିଶୀ ନୃତ୍ୟ ପରିବେଷଣ କରି ସମସ୍ତକଂର ମନ କିଣି ନେଇଥିଲେ ।
ଏଇ ପାରଂପାରିକ ଓଡିଆ କାର୍ଯ୍ୟକ୍ରମରେ ଦୁଇଶହରୁ ଅଧିକ ଶ୍ରୋତା ଯୋଗଦେଇ ସଭାକୁ ସାଫଲ୍ଯ କରିଥିଲେ. ସାପ୍ତାହିକ ସତ୍ ସଂଗ ତରଫରୁ ସମସ୍ତ କୁଂ ସ୍ବାଦିଷ୍ଟ ବେଲପଣା ତଥା ଜଳପାନ ଦିଆ ଯାଇଥିଲା ।
























