ଦୁର୍ଘଟଣାଗସ୍ତ ଗାଡିର ମାଲିକାନା ଏକ କମ୍ପାନୀ ନାଁରେ ରହିଛି , ଏହି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ- ବିଜେପି

0
448
ବିଜେଡି ନେତା ସ୍ଵର୍ଗତ ନବ ଦାସଙ୍କ ପୁଅ ଗାଡି ଦୁର୍ଘଟଣା, ରାଜ୍ୟ ପୋଲିସ ଅପରାଧୀଙ୍କୁ ଗିରଫ କରିବା ବଦଳରେ ଘଟଣାରେ ବ୍ୟବହାର ହୋଇଥିବା ଗାଡିର ନମ୍ବର ପ୍ଳେଟ ଲୁଚାଇବାକୁ ପ୍ରୟାସ କରିଛି

By Our Correspondent  

JHARSUGUDA/BHUBANESWAR:  ବିଜେଡି ନେତା ସ୍ଵର୍ଗତ ନବ ଦାସଙ୍କ ପୁଅ ଗାଡି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

 ମାତ୍ର ରାଜ୍ୟ ପୋଲିସ ଅପରାଧୀଙ୍କୁ ଗିରଫ କରିବା ବଦଳରେ ଘଟଣାରେ ବ୍ୟବହାର ହୋଇଥିବା ଗାଡିର ନମ୍ବର ପ୍ଳେଟ ଲୁଚାଇବାକୁ ପ୍ରୟାସ କରିଛି।ରାଜ୍ୟ ସରକାର ଏବଂ ସ୍ଵର୍ଗତ ନବ ଦାସଙ୍କ ପୁଅ ଙ୍କ ଏହି  ଅମାନବିକତା ଏବଂ ଅସମ୍ବେଦନଶୀଳତା ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି  ର ପକ୍ଷ ସାମ୍ବାଦିକ ସମ୍ବିଳନୀ.

‘ବିଜେଡି ନେତା ସ୍ଵର୍ଗତ ନବ ଦାସଙ୍କ ପୁଅ ଗାଡି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ମାତ୍ର ରାଜ୍ୟ ପୋଲିସ ଅପରାଧୀଙ୍କୁ ଗିରଫ କରିବା ବଦଳରେ ଘଟଣାରେ ବ୍ୟବହାର ହୋଇଥିବା ଗାଡିର ନମ୍ବର ପ୍ଳେଟ ଲୁଚାଇବାକୁ ପ୍ରୟାସ କରିଛି।, ଭାରତୀୟ ଜନତା ପାର୍ଟି  ନେତା Tankadhar Tripathy said.

ଯେତେବେଳେ ଲୋକ ଜଣେ କଳାଟଙ୍କାର ପାହାଡ ଉପରେ ଛିଡା ହୁଏ ତାକୁ ସାଧାରଣ ଲୋକର ଜୀବନ ପୋକମାଛି ଭଳି ଲାଗେ । ଯାହାର ଜ୍ୱଳନ୍ତ ଉଦାହରଣ ଭୁବନେଶ୍ୱର ପାୱାର ହାଉସ ଛକରେ ରେଞ୍ଜ ରୋଭର ଦୁର୍ଘଟଣାରେ ଗୁରୁତର ହୋଇ ଜୀବନ ହରାଇଥିବା ଲୋପାମୁଦ୍ରା ସାହୁ । ଲୋପାମୁଦ୍ରା ୩ଦିନ ଧରି ହସ୍ପିଟାଲ ବେଡ୍‌ରେ ଜୀବନ-ମରଣ ସହ ସଂଗ୍ରାମ କରୁଥିଲେ ମଧ୍ୟ ୨୩ବର୍ଷର ନବୀନ ସରକାର ସାମାନ୍ୟତମ ସମବେଦନା ଜଣାଇଲେ ନାହିଁ କି ପରିବାର ଲୋକଙ୍କୁ ସାହାଯ୍ୟ କଲେ ନାହିଁ । ସମସ୍ତେ ଜାଣିଛନ୍ତି ଦୁର୍ଘଟଣା ଘଟାଇଥିବା ଗାଡି କାହାର ଓ ମାଲିକ କିଏ? ହେଲେ କମିଶନରେଟ୍ ପୋଲିସ ସମସ୍ତ ପ୍ରମାଣ ରଖିବି କାର୍ଯ୍ୟାନୁଷ୍ଠାନ କାହିଁକି ନେଉନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି , ବିଜେପି ରାଜ୍ୟ ସମ୍ପାଦକ Tankadhar Tripathy.

ଦୁର୍ଘଟଣାଗସ୍ତ ଗାଡିର ମାଲିକାନା ଏକ କମ୍ପାନୀ ନାଁରେ ରହିଛି । ଏହି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ । ଭୁବନେଶ୍ୱରରେ ଘଟିଥିବା ହିଟ୍ ଆଣ୍ଡ ରନ୍ ଘଟଣାରେ ଥିବା ଅଭିଯୁକ୍ତ କିଏ? ଏହି ରେଞ୍ଜ ରୋଭର ଗାଡିଟି କାହାର? ଦୁର୍ଘଟଣା ଘଟିଲା ପରେ ଗାଡି ମାଲିକ ଘଟଣା ସ୍ଥଳକୁ କାହିଁକି ଚମ୍ପଟ ମାରିଲେ? ପୋଲିସ ପ୍ରଥମେ ଯେଉଁ ଗାଡି ନମ୍ବର ଦେଇଥିଲା ତାକୁ କାହିଁକି ବଦଳାଇ ଦେଲା? ସିସିଟିଭି ଭିଜୁଆଲକୁ କମିଶନରେଟ୍ ପୋଲିସ ଲୁଚାଉଛି କାହିଁକି? କାହା ଚାପରେ ପୋଲିସ ଏପରି କାମ କରୁଛି? ମୁଖ୍ୟମନ୍ତ୍ରୀ ନବୀନ ବାବୁ ସର୍ବଦା କୁହନ୍ତି ସାରା ଓଡ଼ିଶାଲୋକ ତାଙ୍କ ପରିବାର । ଯଦି ସତରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବନ୍ତି ତାହାଲେ ମୃତ୍ୟୁବରଣ କରିଥିବା ଯୁବତୀଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରନ୍ତୁ ।

ସର୍ବଦା ହିଟ୍ ଆଣ୍ଡ ରନ୍ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ମତ ସ୍ପଷ୍ଟ ଅଛି । ଏହିପରି ହତ୍ୟା ଅପରାଧରେ ଆଇପିସି ୩୦୨ ରୁଜୁ କରାଯାଇପାରିବ । ସେହିପରି ଆଇପିସି ଧାରା ୨୭୯, ୩୦୪ଏ, ୩୩୮ରେ ମଧ୍ୟ ମାମଲା ରୁଜୁ ହେବା କଥା । କିନ୍ତୁ ଯୁବତୀଙ୍କ ମୃତ୍ୟୁର ପ୍ରମାଣ ଥାଇ ବି ପୋଲିସ କେଉଁ ରହସ୍ୟମୟ କାରଣ ପାଇଁ ଚୁପ୍ ବସିଛି ତାହା ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର । -ବିଜେପି ରାଜ୍ୟ ସମ୍ପାଦକ

LEAVE A REPLY

Please enter your comment!
Please enter your name here