By Our Correspondent
BHUBANESWAR: ଆସନ୍ତାକାଲି ତା୦୮/୦୮/୨୦୨୫ ରିଖରୁ ୫ ଦିନ ଯାଏଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ୫ଟି ଜିଲ୍ଲା – କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଗସ୍ତ କରିବେ।
ଏହି ଗସ୍ତ କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କୋଟିଆ ଗସ୍ତ କରି ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସହିତ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ। ଏହା ସହ ଅଗଷ୍ଟ ୯ ତାରିଖ, ରାକ୍ଷୀ ପୂର୍ଣ୍ଣିମା ଅବସରରେ କୋରାପୁଟରେ ଆୟୋଜିତ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ସମାରୋହରେ ଯୋଗ ଦେବେ।
























