ତାଳଚେର ମେଡିକାଲ କଲେଜ ପାଇଁ ଜମି, ଘର ଏବଂ ଆନୁଷଙ୍ଗିକ ଖର୍ଚ୍ଚକୁ ମିଶାଇ ମୋଦି ସରକାର ୧୫୦୦ କୋଟି ଅର୍ଥର ବ୍ୟବସ୍ଥା କଲା ପରେ ବି  କଲେଜ କାର୍ଯ୍ୟକ୍ଷମ ନ ହେବା ସମସ୍ତଙ୍କୁ ଚକିତ କରିଛି, ଧର୍ମେନ୍ଦ୍ର ପ୍ରଧାନ

0
381
ତାଳଚେର ମେଡିକାଲ କଲେଜ ପାଇଁ ଜମି, ଘର ଏବଂ ଆନୁଷଙ୍ଗିକ ଖର୍ଚ୍ଚକୁ ମିଶାଇ ମୋଦି ସରକାର ୧୫୦୦ କୋଟି ଅର୍ଥର ବ୍ୟବସ୍ଥା କଲା ପରେ ବି ମେଡିକାଲ କଲେଜ କାର୍ଯ୍ୟକ୍ଷମ ନ ହେବା ସମସ୍ତଙ୍କୁ ଚକିତ କରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

ANGUL/DHENKANAL:   ତାଳଚେର ମେଡିକାଲ କଲେଜ ପାଇଁ ଜମି, ଘର ଏବଂ ଆନୁଷଙ୍ଗିକ ଖର୍ଚ୍ଚକୁ ମିଶାଇ ମୋଦି ସରକାର ୧୫୦୦ କୋଟି ଅର୍ଥର ବ୍ୟବସ୍ଥା କଲା ପରେ ବି ମେଡିକାଲ କଲେଜ କାର୍ଯ୍ୟକ୍ଷମ ନ ହେବା ସମସ୍ତଙ୍କୁ ଚକିତ କରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନୁଗୋଳ ଜିଲ୍ଲା ତାଳଚେର ସାଉଥ୍ ବଲଣ୍ଡା ଓ ଢ଼େଙ୍କାନାଳ ମିନି ଷ୍ଟାଡ଼ିୟମରେ ଆୟୋଜିତ ପୃଥକ  ‘ରାବଣ ପୋଡ଼ି ମହୋତ୍ସବ -୨୦୨୩’ରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ତାଳଚେର ମେଡିକାଲ କଲେଜକୁ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲରେ ନାମିତ କରାଯାଇଥିବା ବେଳେ ଖୁବ ଶୀଘ୍ର ମେଡିକାଲ କଲେଜକୁ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ ।

 ଅକ୍ଟୋବର ୧ ସୁଦ୍ଧା ମେଡିକାଲ କଲେଜକୁ ଚଲାଇବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମୋଦି ସରକାର ସବୁ ପଇସା ଦେଲା ପରେ ବି ଏ ପର୍ଯ୍ୟନ୍ତ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲା ନାହିଁ । ଏହି ଅଞ୍ଚଳର ଶ୍ରମିକ ମାନଙ୍କ ପରିଶ୍ରମ ବଳରେ ସ୍ଥାପିତ ହୋଇଥିବା ତାଳଚେର ମେଡିକାଲକୁ ଖବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯାଉ ।

ଦେଶର ଅର୍ଥନୀତିରେ ଅପାର ସମ୍ଭାବନାର ଅଞ୍ଚଳ ଅନୁଗୋଳ ଓ ତାଳଚେରର ଅବଦାନ ବହୁତ ଅଧିକ ।  ତାଳଚେର ଲୋକଙ୍କ ଝାଳବୁହା ପରିଶ୍ରମ କାରଣରୁ କୋଇଲା ଉତ୍ପାଦନ ମାଧ୍ୟମରେ ଆମ ରାଜ୍ୟ ଓଡ଼ିଶା ଓ ଭାରତର ଅର୍ଥନୀତି ସୁଦୃଢ଼ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ନୀତି ଓ ଯୋଜନା କାରଣରୁ ତାଳଚେରକୁ ଡିଏମଏଫରେ କୋଟି କୋଟି ଟଙ୍କା ଆସୁଥିବା ବେଳେ ଏହି ଅର୍ଥର ଦୁରୂପଯୋଗ ହେଉଛି । ଲୋକଙ୍କ ମୌଳିକ ସୁବିଧା ପାଇଁ ଏହି ସବୁ ଅର୍ଥ ସୁବିନିଯୋଗ ହେବା ଦରକାର ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି  ଯେ ଆଜି ଦେଶରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେଉଥିବା ବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି ସୁଦୃଢ ହେଉଛି । କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଦେଶର ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଅଣାଯାଉଛି ।  ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ରଖାଯାଇଛି ।

 ଢେଙ୍କାନାଳ ପ୍ରଗତି ତ୍ୱରାନ୍ୱିତ ଗତିରେ ହେଉଛି । ଭାରତ ସରକାର ଏଥିପାଇଁ ସବୁ ସହଯୋଗ ନେଇଛନ୍ତି । ଭୁବନେଶ୍ୱର, କଟକ ଏବଂ ଢେଙ୍କାନାଳକୁ ଗୋଟିଏ ରିଙ୍ଗ୍ ରୋଡରେ ଯୋଡାଯିବାର ଆକାଂକ୍ଷୀ ପ୍ରକଳ୍ପ ଅଛି । ଢେଙ୍କାନାଳ ସହର ଦେଇ ବନ୍ଦେ ଭାରତ ଏକ୍ସପ୍ରେସ ଯାତାୟତ କରୁଛି । ଢେଙ୍କାନାଳ ସହର ସହ ଯୋଡି ହୋଇଥିବା ଜାତୀୟ ରାଜପଥ କାର୍ଯ୍ୟକୁ ମଧ୍ୟ ଖୁବ ଶୀଘ୍ର ସମ୍ପୂର୍ଣ୍ଣ କର।ଯିବ ।

ଆମର ପର୍ବ ପର୍ବାଣୀ ଗୁଡ଼ିକ ଆମର ପରିଚୟ ଏବଂ ଦଶହରା ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ଚିରନ୍ତନ ବିଜୟର ପ୍ରତୀକ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here