ଝାରସୁଗୁଡାରେ ନାବାଳକଙ୍କ ହତ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍  ,ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ହିଁ ବାସ୍ତବତା, ଧର୍ମେନ୍ଦ୍ର ପ୍ରଧାନ

0
346

By Our Correspondent

CUTTACK/BHUBANESWAR: ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ଏହା ହିଁ ବାସ୍ତବତା ବୋଲି ଝାରସୁଗୁଡାରେ ନାବାଳକ ସମର୍ଥଙ୍କ ହତ୍ୟା ଘଟଣାରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓଡ଼ିଶାରେ ବାସ୍ତବ ରୂପ ନେଇଛି । କ୍ଷମତାରେ ଥିବା ଲୋକମାନେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ଅବଗତ ହୁଅନ୍ତୁ । ଦିବାଲୋକରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଠିକ୍ ଦୁଇ ମାସ ପରେ ଛାତ୍ର ସମର୍ଥଙ୍କ ହତ୍ୟା ଓଡ଼ିଶା ସରକାରଙ୍କ ଆଇନ ଶୃଙ୍ଖଳା ଠିକ୍ ଥିବା ଦାବିକୁ ପଦାରେ ପକାଇଛି । 

ରାଜ୍ୟର ଜନସାଧାରଣ କିମ୍ବା ଜନପ୍ରତିନିଧିମାନେ କେହି ସୁରକ୍ଷିତ ନୁହଁନ୍ତି । ବିଶେଷ ଭାବରେ ଝାରସୁଗୁଡାରେ ଏଭଳି ପ୍ରତିଦିନ ଘଟଣା ସମସ୍ତଙ୍କୁ ଚକିତ କରିଛି ଏବଂ ଲୋକଙ୍କ ବିଶ୍ୱାସରେ ଆଘାତ ପହଞ୍ଚାଇଛି । ସମର୍ଥଙ୍କ ପରିବାରକୁ ଯେତେ ସାନ୍ତ୍ୱନା ଦେଲେ ମଧ୍ୟ ମଧ୍ୟ କମ୍ ପଡିବ   । ଓଡ଼ିଶାର ସରକାର ନାଗରିକଙ୍କ ସୁରକ୍ଷା ଆଇନକାନୁନକୁ ସୁନିଶ୍ଚିତ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here