ଝାଡଖଣ୍ଡରେ ନିର୍ବାଚନ ପ୍ରଚାର – ରାଜ୍ୟ ନୁହେଁ, ନିଜର ବିକାଶ ଚାହୁଁଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ – ଧର୍ମେନ୍ଦ୍ର ପ୍ରଧାନ

0
75

By Our Correspondent

BHUBANESWAR:  ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରାଜ୍ୟର ବିକାଶ କରିବା ପରିବର୍ତ୍ତେ ବ୍ୟକ୍ତିଗତ ବିକାଶକୁ ଅଧିକ ପ୍ରଧାନ୍ୟ ଦେଇଛନ୍ତି । ଆଜି ଝାଡ଼ଖଣ୍ଡରେ ରୁଟି, ବେଟି ଓ ମାଟି ଉପରେ ଘୋର ସଙ୍କଟ ଦେଖାଦେଇଛି ବୋଲି ଶୁକ୍ରବାର ଝାଡଖଣ୍ଡରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଚକ୍ରଧରପୁର ଓ ଚାଇଁବାସା ସମେତ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିବା ସହ ଆୟୋଜିତ ରାଜନୈତିକ ସଭାକୁ ସମ୍ବୋଧନ କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ଝାଡଖଣ୍ଡ ହେଉଛି ଶୌର୍ଯ୍ୟ, ସମୃଦ୍ଧ ସଂସ୍କୃତି, ତ୍ୟାଗ, ଓ ବଳିଦାନର ମାଟି । ଏହି ରାଜ୍ୟର କୋଣ ଅନୁକୋଣରେ ସାହସିକତା, ବୀରତ୍ୱ, ତ୍ୟାଗ ଓ ତ୍ୟାଗର ଅନେକ କାହାଣୀ ରହିଛି ।  ଚକ୍ରଧରପୁରର ୧୮୫୭ର ସିପାହୀ ବିଦ୍ରୋହର ଅନ୍ୟତମ ନାୟକ ଶହୀଦ ଜଗୁ ଦିଓ୍ୱାନଙ୍କ ସମେତ ଅନେକ ମହାପୁରୁଷ ଏଠାରେ ଜନ୍ମଗ୍ରହଣ କରିଛନ୍ତି । ସେମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ଆମ ଦେଶ ସ୍ୱତନ୍ତ୍ରତା ପାଇଛି ।

ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରି କହିଛନ୍ତି ଯେ ବିଜେପି ହେଉଛି ଗରିବ, ଦଳିତ, ପଛୁଆ, ଓ ଆଦିବାସୀଙ୍କ ଦଳ । ଆଜି ଝାଡ଼ଖଣ୍ଡରେ ଯେତେବେଳେ ରୁଟି, ବେଟି ଓ ମାଟି ଉପରେ ଘୋର ସଙ୍କଟ ଦେଖାଦେଇଛି, ସେହି ସମୟରେ ରାଜ୍ୟର ସଂସ୍କୃତିର ସୁରକ୍ଷା ଏବଂ ନିରନ୍ତର ବିକାଶ ପାଇଁ ବିଜେପି କଟିବଦ୍ଧ । ଜନଜାତି, ମହିଳା, ଯୁବକଙ୍କ ଅଧିକାର ଓ ସ୍ୱାର୍ଥ ଏବଂ ‘ରୁଟି ବେଟି ଓ ମାଟି’ର ସୁରକ୍ଷା ପାଇଁ ବିଜେପି ଏକମାତ୍ର ବିକଳ୍ପ । ଚଳିତ ନିର୍ବାଚନରେ ନାଗରିକମାନେ ପଦ୍ମ ଫୁଲରେ ଭୋଟ୍ ଦେଇ ହେମନ୍ତ ସରକାରଙ୍କ ଲୁଟ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ତାଲା ପକାଇଦେବାକୁ ମନ ବଳାଇ ସାରିଛନ୍ତି ।

ଝାଡଖଣ୍ଡ ନିର୍ବାଚନ ପ୍ରଚାର କରିବା ସମୟରେ ଶ୍ରୀ ପ୍ରଧାନ ଚକ୍ରଧରପୁର କେରା ସ୍ଥିତ ଓଡ଼ିଆ ମଧ୍ୟ ବିଦ୍ୟାଳୟ ପରିସରରେ ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ କାର୍ଯ୍ୟକର୍ତ୍ତାଙ୍କ ସହ ଦର୍ଶନ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here